‘ମୁଁ ଏଥିପାଇଁ ଦୁଃଖିତ...’, ମମତା ବାନାର୍ଜୀଙ୍କୁ ନେଇ ଦେଇଥିବା ବୟାନ ଉପରେ କହିଲେ ଦିଲୀପ ଘୋଷ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଦିଲୀପ ଘୋଷ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଦେଇଥିବା ନିଜ ବୟାନ ଉପରେ ବୁଧବାର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ନେଇ ଘୋଷ ଦେଇଥିବା ବୟାନରୁ ବିବାଦ ସୃଷ୍ଟି ହୋଇଥିଲା ଏବଂ ବିଜେପି ତାଙ୍କୁ ଏହା ଉପରେ ସ୍ପଷ୍ଟୀକରଣ ମାଗିଥିଲା । ଦିଲୀପ ଘୋଷ ଏକ ପ୍ରତିକ୍ରିୟାରେ ମମତା ବାନାର୍ଜୀଙ୍କ ପାରିବାରିକ ପୃଷ୍ଠଭୂମି ଉପରେ କଟାକ୍ଷ କରି ବିବାଦୀୟ ବୟାନ ଦେଇଥିଲେ । ବିଜେପି ନେତା କହିଥିଲେ ଯେ ତାଙ୍କ ପାର୍ଟି ଏବଂ ଅନ୍ୟମାନଙ୍କୁ ତାଙ୍କ ଶବ୍ଦର ଚୟନ ଉପରେ ଆପତ୍ତି ଅଛି । ସେ କହିଛନ୍ତି, 'ଏଥିପାଇଁ ମୁଁ ଦୁଃଖିତ ଅଛି ।' ଘୋଷଣଙ୍କ ଟିପ୍ପଣୀ ଉପରେ ଆପତ୍ତି ଉଠାଇ ଟିଏମସି ନିର୍ବାଚନ ଆୟୋଗରେ ଅଭିଯୋଗ କରିଛି । ପାର୍ଟି ଅଭିଯୋଗ କରିଛି ଯେ ଘୋଷଙ୍କ ବୟାନ ନିର୍ବାଚନ ଆଚରଣ ସଂହିତାର ଉଲ୍ଲଂଘନ ଅଟେ । ପୂର୍ବତନ ବିଜେପି ରାଜ୍ୟ ସଭାପତି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ । ସେ କହିଛନ୍ତି, 'ପ୍ରଥମ ଥର ନୁହେଁ ଯେତେବେଳେ ମୋ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି, କାରଣ ଭୁଲ କରୁଥିବା ଲୋକଙ୍କ ମୁହଁରେ ମୁଁ ନିଜ କଥା କହିଥାଏ ।' ସେ ଦାବି କରିଛନ୍ତି ଯେ ସେ କେବଳ ବାନାର୍ଜୀଙ୍କ ରାଜନୀତିକ ବୟାନର ବିରୋଧ କରିଥିଲେ ।ପଢନ୍ତୁ: ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ଦିଲୀପ ରାୟ, ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ହ

‘ମୁଁ ଏଥିପାଇଁ ଦୁଃଖିତ...’, ମମତା ବାନାର୍ଜୀଙ୍କୁ ନେଇ ଦେଇଥିବା ବୟାନ ଉପରେ କହିଲେ ଦିଲୀପ ଘୋଷ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଦିଲୀପ ଘୋଷ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଦେଇଥିବା ନିଜ ବୟାନ ଉପରେ ବୁଧବାର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ନେଇ ଘୋଷ ଦେଇଥିବା ବୟାନରୁ ବିବାଦ ସୃଷ୍ଟି ହୋଇଥିଲା ଏବଂ ବିଜେପି ତାଙ୍କୁ ଏହା ଉପରେ ସ୍ପଷ୍ଟୀକରଣ ମାଗିଥିଲା । ଦିଲୀପ ଘୋଷ ଏକ ପ୍ରତିକ୍ରିୟାରେ ମମତା ବାନାର୍ଜୀଙ୍କ ପାରିବାରିକ ପୃଷ୍ଠଭୂମି ଉପରେ କଟାକ୍ଷ କରି ବିବାଦୀୟ ବୟାନ ଦେଇଥିଲେ । ବିଜେପି ନେତା କହିଥିଲେ ଯେ ତାଙ୍କ ପାର୍ଟି ଏବଂ ଅନ୍ୟମାନଙ୍କୁ ତାଙ୍କ ଶବ୍ଦର ଚୟନ ଉପରେ ଆପତ୍ତି ଅଛି । ସେ କହିଛନ୍ତି, 'ଏଥିପାଇଁ ମୁଁ ଦୁଃଖିତ ଅଛି ।' 

ଘୋଷଣଙ୍କ ଟିପ୍ପଣୀ ଉପରେ ଆପତ୍ତି ଉଠାଇ ଟିଏମସି ନିର୍ବାଚନ ଆୟୋଗରେ ଅଭିଯୋଗ କରିଛି । ପାର୍ଟି ଅଭିଯୋଗ କରିଛି ଯେ ଘୋଷଙ୍କ ବୟାନ ନିର୍ବାଚନ ଆଚରଣ ସଂହିତାର ଉଲ୍ଲଂଘନ ଅଟେ । ପୂର୍ବତନ ବିଜେପି ରାଜ୍ୟ ସଭାପତି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ । ସେ କହିଛନ୍ତି, 'ପ୍ରଥମ ଥର ନୁହେଁ ଯେତେବେଳେ ମୋ ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି, କାରଣ ଭୁଲ କରୁଥିବା ଲୋକଙ୍କ ମୁହଁରେ ମୁଁ ନିଜ କଥା କହିଥାଏ ।' ସେ ଦାବି କରିଛନ୍ତି ଯେ ସେ କେବଳ ବାନାର୍ଜୀଙ୍କ ରାଜନୀତିକ ବୟାନର ବିରୋଧ କରିଥିଲେ ।

ପଢନ୍ତୁ: ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ଦିଲୀପ ରାୟ, ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ହାଇକୋର୍ଟରେ କଲେ ନିବେଦନ

ତେବେ ଦିଲୀପ ଘୋଷ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଟିପ୍ପଣୀରୁ ମହିଳାଙ୍କ ସମ୍ମାନ କଥା ଉଠୁଛି, କିନ୍ତୁ ଟିଏମସିର ଜଣେ ନେତା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏବଂ ତାଙ୍କ ବାପା ଶିଶିର ଅଧିକାରୀଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇଥିଲେ । ତାହା କଣ ସେମାନଙ୍କ ଅପମାନ ନଥିଲା । ଦୀଲିପ ଘୋଷ ଦୁର୍ଗାପୁରରେ ସାମ୍ୱାଦିକଙ୍କୁ କହିଛନ୍ତି, 'କଣ ଶୁଭେନ୍ଦୁ କେବଳ ଏଥିପାଇଁ ସମ୍ମାନ ଆଶା କରିପାରିବେନି କାରଣ ସେ ଜଣେ ପୁରୁଷ ?'