ଉତ୍ତରାଖଣ୍ଡରେ ଫସିଛନ୍ତି ୪ ଓଡ଼ିଆ କାଉଡ଼ିଆ, ଉଦ୍ଧାର ପାଇଁ କରାଯାଉଛି ଉଦ୍ୟମ

ତେଲକୋଇ: ଉତ୍ତରାଖଣ୍ଡରେ ଫସିଛନ୍ତି କେନ୍ଦୁଝର ଜିଲ୍ଲାର ୪  କାଉଡ଼ିଆ। ସଦର ଥାନା ଅଞ୍ଚଳର ରୁଷନାଥ ମହାନ୍ତ, ତେଲକୋଇ ଥାନା ସରୁଆଳି ଗାଁର କାର୍ତ୍ତିକ ଖିଲାର, ଜଗମୋହନ ପୁର ଗାଁର ସଦାନନ୍ଦ ସାହୁ, ଚନ୍ଦ୍ରଶେଖରପୁର ଗାଁର ମହେଶ୍ବର ପ୍ରଧାନ। ଏମାନେ ସମସ୍ତେ କେଦାରନାଥରେ ଜଳ ଅର୍ପଣ ପାଇଁ ଯାଇଥିଲେ।ଗତ ଶନିବାର ଦିନ ବସ ଯୋଗେ ରାଉରକେଲା ଯାଇ ସେଠାରୁ ଟ୍ରେନ ଯୋଗେ କେଦାରନାଥ ଅଭିମୁଖେ ଯାଇଥିଲେ। ତେବେ ସେଠାରେ ବାଦଲଫଟା ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା। ଫଳରେ ସେମାନେ ଫସିଯାଇଥିଲେ । ତେବେ ମିଳିଥିବା ସୂଚନା ଅନୁଯାୟୀ ସେମାନଙ୍କୁ ହେଲିକପ୍ଟର ଯୋଗେ ଲିଫ୍ଟ କରାଯାଇଥିବା ଜଣାପଡ଼ିଛି।ଉଲ୍ଲେଖଯୋଗ୍ୟ, ଉତ୍ତରାଞ୍ଚଳରେ ଅନେକ ରାଜ୍ୟରେ ଏବେ ପ୍ରବଳ ବର୍ଷା ଲାଗି ରହିଛି। ରାଜଧାନୀ ଦିଲ୍ଲୀ ପାଣିପାଣି ହୋଇଥିବାବେଳେ। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ ବଦଲାଫଟା ବର୍ଷା ଭୟଙ୍କର ପରିସ୍ଥିତ ସୃଷ୍ଟି କରିଛି। ଏଥିରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡ଼ିଛି। 

ଉତ୍ତରାଖଣ୍ଡରେ ଫସିଛନ୍ତି ୪ ଓଡ଼ିଆ କାଉଡ଼ିଆ, ଉଦ୍ଧାର ପାଇଁ କରାଯାଉଛି ଉଦ୍ୟମ

ତେଲକୋଇ: ଉତ୍ତରାଖଣ୍ଡରେ ଫସିଛନ୍ତି କେନ୍ଦୁଝର ଜିଲ୍ଲାର ୪  କାଉଡ଼ିଆ। ସଦର ଥାନା ଅଞ୍ଚଳର ରୁଷନାଥ ମହାନ୍ତ, ତେଲକୋଇ ଥାନା ସରୁଆଳି ଗାଁର କାର୍ତ୍ତିକ ଖିଲାର, ଜଗମୋହନ ପୁର ଗାଁର ସଦାନନ୍ଦ ସାହୁ, ଚନ୍ଦ୍ରଶେଖରପୁର ଗାଁର ମହେଶ୍ବର ପ୍ରଧାନ। ଏମାନେ ସମସ୍ତେ କେଦାରନାଥରେ ଜଳ ଅର୍ପଣ ପାଇଁ ଯାଇଥିଲେ।

ଗତ ଶନିବାର ଦିନ ବସ ଯୋଗେ ରାଉରକେଲା ଯାଇ ସେଠାରୁ ଟ୍ରେନ ଯୋଗେ କେଦାରନାଥ ଅଭିମୁଖେ ଯାଇଥିଲେ। ତେବେ ସେଠାରେ ବାଦଲଫଟା ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା। ଫଳରେ ସେମାନେ ଫସିଯାଇଥିଲେ । ତେବେ ମିଳିଥିବା ସୂଚନା ଅନୁଯାୟୀ ସେମାନଙ୍କୁ ହେଲିକପ୍ଟର ଯୋଗେ ଲିଫ୍ଟ କରାଯାଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଉତ୍ତରାଞ୍ଚଳରେ ଅନେକ ରାଜ୍ୟରେ ଏବେ ପ୍ରବଳ ବର୍ଷା ଲାଗି ରହିଛି। ରାଜଧାନୀ ଦିଲ୍ଲୀ ପାଣିପାଣି ହୋଇଥିବାବେଳେ। ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ ବଦଲାଫଟା ବର୍ଷା ଭୟଙ୍କର ପରିସ୍ଥିତ ସୃଷ୍ଟି କରିଛି। ଏଥିରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡ଼ିଛି।