ଖୁଣ୍ଟକଟା ପୋଲିସକୁ ସଫଳତା, ମଦ ସହ ସ୍କୁଟି ଜବତ ଓ ଜଣେ ଗିରଫ
ଆଠଗଡ ୦୨/୦୪: ଆଠଗଡ଼ ପୋଲିସ ପକ୍ଷରୁ ଖୁଣ୍ଟକଟା ତାରିଣୀଛକ ନିକଟରେ ଚଢାଉ । ୧୦୦ ଲିଟର ଚୋରା ଦେଶୀ ରନ୍ଧା ମଦ ସହିତ ସ୍କୁଟି ଜବତ କରିବା ସହ ବାଙ୍କୀ ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ମନୋଜ ସାହୁଙ୍କୁ ଗିରଫ କରିଛି ଆଠଗଡ଼ ପୋଲିସ୍ । ସୂଚନା ଥାଉକି, ଚାରୋଟି ବ୍ଲାଡରରେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଅଞ୍ଚଳରୁ ଗୋଟିଏ ସ୍କୁଟିରେ ବାଙ୍କୀ ଅଞ୍ଚଳକୁ ଚାଲାଣ ହେଉଥିଲା ଦେଶୀ ରନ୍ଧା ମଦ । ତେବେ ଏହା ଚୋରାରେ ଚାଲାଣ ବେଳେ ଖବର ପାଇ ଚଢାଉ କରିଥିଲା ପୋଲିସ । ପେଟ୍ରୋଲିଂ ବେଳେ ବିପୁଳ ପରିମାଣର ମଦ ଜବତ କରିଛି ଆଠଗଡ଼ ପୋଲିସ୍ । ଏହାସହ ଜଣେ ଅଭିଯୁକ୍ତଙ୍କୁ ବି ଗିରଫ କରିଛି ପୋଲିସ । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା କହିଛନ୍ତି ଆଠଗଡ଼ SDPO ରବୀନ୍ଦ୍ର କୁମାର ମଲ୍ଲିକ ।
ଆଠଗଡ ୦୨/୦୪: ଆଠଗଡ଼ ପୋଲିସ ପକ୍ଷରୁ ଖୁଣ୍ଟକଟା ତାରିଣୀଛକ ନିକଟରେ ଚଢାଉ । ୧୦୦ ଲିଟର ଚୋରା ଦେଶୀ ରନ୍ଧା ମଦ ସହିତ ସ୍କୁଟି ଜବତ କରିବା ସହ ବାଙ୍କୀ ଥାନା ଅନ୍ତର୍ଗତ ପାଟପୁର ଗ୍ରାମର ମନୋଜ ସାହୁଙ୍କୁ ଗିରଫ କରିଛି ଆଠଗଡ଼ ପୋଲିସ୍ ।
ସୂଚନା ଥାଉକି, ଚାରୋଟି ବ୍ଲାଡରରେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଅଞ୍ଚଳରୁ ଗୋଟିଏ ସ୍କୁଟିରେ ବାଙ୍କୀ ଅଞ୍ଚଳକୁ ଚାଲାଣ ହେଉଥିଲା ଦେଶୀ ରନ୍ଧା ମଦ । ତେବେ ଏହା ଚୋରାରେ ଚାଲାଣ ବେଳେ ଖବର ପାଇ ଚଢାଉ କରିଥିଲା ପୋଲିସ । ପେଟ୍ରୋଲିଂ ବେଳେ ବିପୁଳ ପରିମାଣର ମଦ ଜବତ କରିଛି ଆଠଗଡ଼ ପୋଲିସ୍ । ଏହାସହ ଜଣେ ଅଭିଯୁକ୍ତଙ୍କୁ ବି ଗିରଫ କରିଛି ପୋଲିସ । ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା କହିଛନ୍ତି ଆଠଗଡ଼ SDPO ରବୀନ୍ଦ୍ର କୁମାର ମଲ୍ଲିକ ।