ମିନି ଚେୟାର୍‌ର ଦୁନିଆ

ଛୋଟ ପିଲା ଖାସ୍‌କରି କୁନି ଝିଅମାନେ ଖେଳଣା କଡେଇ, ଡେକ୍‌ଚି, ଘରର ବିଭିନ୍ନ ଆସବାବପତ୍ର ଯେମିତି କି, ଚେୟାର, ଟେବୁଲ, ଖଟ ଆଦି ଧରି ଖେଳିବା ଓ ତାକୁ ସଜାଡି ରଖୁଥିବା ଦେଖିଥିବେ। ତେବେ କୌଣସି ବୟସ୍କା ମହିଳା କୁନି କୁନି ଚେୟାର ସଜାଡି ରଖୁଥିବା ଜାଣି ନ ଥିବେ। ଆମେରିକା, ଷ୍ଟୋନ ମାଉଣ୍ଟେନ ଗ୍ରାମର ବାର୍‌ବରା ହାର୍ଟସ୍‌ ଫିଲ୍ଡ ନାମ୍ନୀ ଜଣେ ମହିଳାଙ୍କୁ ଭଲ ଲାଗେ କୁନି କୁନି ମିନିଏଚର ଚେୟାର ସଂଗ୍ରହ କରିବା। ପ୍ରତି […] The post ମିନି ଚେୟାର୍‌ର ଦୁନିଆ appeared first on Dharitri Odia News.

ମିନି ଚେୟାର୍‌ର ଦୁନିଆ

ଛୋଟ ପିଲା ଖାସ୍‌କରି କୁନି ଝିଅମାନେ ଖେଳଣା କଡେଇ, ଡେକ୍‌ଚି, ଘରର ବିଭିନ୍ନ ଆସବାବପତ୍ର ଯେମିତି କି, ଚେୟାର, ଟେବୁଲ, ଖଟ ଆଦି ଧରି ଖେଳିବା ଓ ତାକୁ ସଜାଡି ରଖୁଥିବା ଦେଖିଥିବେ। ତେବେ କୌଣସି ବୟସ୍କା ମହିଳା କୁନି କୁନି ଚେୟାର ସଜାଡି ରଖୁଥିବା ଜାଣି ନ ଥିବେ। ଆମେରିକା, ଷ୍ଟୋନ ମାଉଣ୍ଟେନ ଗ୍ରାମର ବାର୍‌ବରା ହାର୍ଟସ୍‌ ଫିଲ୍ଡ ନାମ୍ନୀ ଜଣେ ମହିଳାଙ୍କୁ ଭଲ ଲାଗେ କୁନି କୁନି ମିନିଏଚର ଚେୟାର ସଂଗ୍ରହ କରିବା। ପ୍ରତି ଓ୍ବିକେଣ୍ଡରେ ସେ ବିଭିନ୍ନ ସ୍ଥାନରୁ ମିନି ଚେୟାର୍‌ କିଣନ୍ତି। ଏମିତିରେ ଦୀର୍ଘ ୧୦ ବର୍ଷ ବିତିଗଲାଣି ।
ଏବେ ତାଙ୍କ ନିକଟରେ ୩୦୦୦ରୁ ଊର୍ଦ୍ଧ୍ୱ ମିନି ଚେୟାର୍‌ ହୋଇଗଲାଣି। ଆଉ ଏହି ସଂଗ୍ରହ ତାଙ୍କୁ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ବି ସ୍ଥାନ ଦେଇଛି। ତାଙ୍କ ନିକଟରେ ଥିବା ବିଭିନ୍ନ ପ୍ରକାରର ମିନି ଚେୟାର ମଧ୍ୟରେ ବୋତଲ ଭିତରେ ଚେୟାର, ଚେୟାର ଭିତରେ ଚେୟାର, ଚେୟାର୍‌ର ଇୟରିଂ ହୋଲ୍ଡର୍‌ ଆଦି ଅନ୍ୟତମ। ତାଙ୍କ ପାଖରେ ଅନେକ ଅଳଙ୍କାର ଅଛି, ଯାହାକି ଗୋଟିଏ ଗୋଟିଏ ଭିନ୍ନ ଡିଜାଇନ୍‌ ଓ ଆକୃତିର ଚେୟାର ଅଟେ। ତାଙ୍କର ପ୍ରତ୍ୟେକ ମିନି ଚେୟାର୍‌ ବେଶ୍‌ ଆକର୍ଷକ ଓ ସ୍ବତନ୍ତ୍ର ଅଟେ। ସେ ଏକ ମିନି ଚେୟାର୍‌ ଗ୍ୟାଲେରି ବି କରିଛନ୍ତି, ଯାହାକୁ ଦେଖିବାପାଇଁ ବହୁତ ଲୋକ ଆସନ୍ତି।

The post ମିନି ଚେୟାର୍‌ର ଦୁନିଆ appeared first on Dharitri Odia News.