'ଜିଗ୍ରା'ର ଦମ୍ଦାର ଟିଜର, ଦେଖିବାକୁ ମିଳିଲା ଆଲିଆଙ୍କ ଜବରଦସ୍ତ ଆକ୍ସନ
ମୁମ୍ଵାଇ ୦୯।୦୯ : ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ତାଙ୍କ ଅପକମିଂ ଫିଲ୍ମ ଜିଗ୍ରା । ତାଙ୍କ ସହ ନଜର ଆସିବେ ବେଦାଙ୍ଗ ରାଇନା। ବର୍ତ୍ତମାନ ଚଳଚ୍ଚିତ୍ର 'ଜିଗ୍ରା'ର ଟିଜର ରିଲିଜ ହୋଇଛି। ଟିଜରରେ ଆଲିଆ ଭଟ୍ଟ ଏବଂ ବେଦାଙ୍ଗ ରାଇନା ଭାଇ ଭଉଣୀ ଭୂମିକାରେ ନଜର ଆସିଛନ୍ତି। ଆଲିଆ ତାଙ୍କ ଭାଇ ପାଇଁ କିପରି ଲଢେଇ କରୁଛନ୍ତି ତାହା ଏହି ଟିଜରରେ ଦେଖିବାକୁ ମିଳିଛି।View this post on InstagramA post shared by Alia Bhatt ???? (@aliaabhatt)'ଜିଗ୍ରା'ର ଟିଜର ଆରମ୍ଭରେ ଆଲିଆ ଭଟ୍ଟଙ୍କ ଡାଏଲଗ ଶୁଣିବାକୁ ମିଳିଛି । ଟିଜରରେ ଭାଇ ଭଉଣୀଙ୍କ ମଧ୍ୟରେ ଥିବା ନିବିଡ ସମ୍ପର୍କ ଦେଖିବାକୁ ମିଳିଛି । ଆଲିଆ ଭଟ୍ଟ ତାଙ୍କ ଭାଇଙ୍କ ପାଇଁ ପ୍ରତିରକ୍ଷା କବଚ ପରି ନଜର ଆସିଛନ୍ତି। ଟିଜର ସହିତ ନିର୍ମାତା କିଶୋର କୁମାରଙ୍କ ଗୀତ 'ଏକ ହାଜାରୋ ମେ ମେରୀ ବେହେନା'ର ରିମିକ୍ସ ଭର୍ସନ ମଧ୍ୟ ରହିଛି।ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ବର୍ତ୍ତମାନ ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଛି। View this post on InstagramA post shared by Alia Bhatt ???? (@aliaabhatt)ଆଲିଆ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ 'ଜିଗ୍ରା'ର ଟିଜର ସେୟାର କରିଛନ୍ତି। ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି, କାଉଣ୍ଟଡାଉନ୍ ଆରମ୍ଭ ହୋଇଛି, 'ଜିଗ୍ରା'ର ଟିଜର ରିଲିଜ ହୋଇଛି। ଫିଲ୍ମ ଜିଗ୍ରା'ର ନିର୍ଦ୍ଦେଶନା ଦେଇଛନ୍ତି ବସନ
ମୁମ୍ଵାଇ ୦୯।୦୯ : ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ତାଙ୍କ ଅପକମିଂ ଫିଲ୍ମ ଜିଗ୍ରା । ତାଙ୍କ ସହ ନଜର ଆସିବେ ବେଦାଙ୍ଗ ରାଇନା। ବର୍ତ୍ତମାନ ଚଳଚ୍ଚିତ୍ର 'ଜିଗ୍ରା'ର ଟିଜର ରିଲିଜ ହୋଇଛି। ଟିଜରରେ ଆଲିଆ ଭଟ୍ଟ ଏବଂ ବେଦାଙ୍ଗ ରାଇନା ଭାଇ ଭଉଣୀ ଭୂମିକାରେ ନଜର ଆସିଛନ୍ତି। ଆଲିଆ ତାଙ୍କ ଭାଇ ପାଇଁ କିପରି ଲଢେଇ କରୁଛନ୍ତି ତାହା ଏହି ଟିଜରରେ ଦେଖିବାକୁ ମିଳିଛି।
'ଜିଗ୍ରା'ର ଟିଜର ଆରମ୍ଭରେ ଆଲିଆ ଭଟ୍ଟଙ୍କ ଡାଏଲଗ ଶୁଣିବାକୁ ମିଳିଛି । ଟିଜରରେ ଭାଇ ଭଉଣୀଙ୍କ ମଧ୍ୟରେ ଥିବା ନିବିଡ ସମ୍ପର୍କ ଦେଖିବାକୁ ମିଳିଛି । ଆଲିଆ ଭଟ୍ଟ ତାଙ୍କ ଭାଇଙ୍କ ପାଇଁ ପ୍ରତିରକ୍ଷା କବଚ ପରି ନଜର ଆସିଛନ୍ତି। ଟିଜର ସହିତ ନିର୍ମାତା କିଶୋର କୁମାରଙ୍କ ଗୀତ 'ଏକ ହାଜାରୋ ମେ ମେରୀ ବେହେନା'ର ରିମିକ୍ସ ଭର୍ସନ ମଧ୍ୟ ରହିଛି।ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ବର୍ତ୍ତମାନ ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଛି।
ଆଲିଆ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ 'ଜିଗ୍ରା'ର ଟିଜର ସେୟାର କରିଛନ୍ତି। ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି, କାଉଣ୍ଟଡାଉନ୍ ଆରମ୍ଭ ହୋଇଛି, 'ଜିଗ୍ରା'ର ଟିଜର ରିଲିଜ ହୋଇଛି। ଫିଲ୍ମ ଜିଗ୍ରା'ର ନିର୍ଦ୍ଦେଶନା ଦେଇଛନ୍ତି ବସନ ବାଲା। 'ଜିଗ୍ରା' ୧୧ ଅକ୍ଟୋବର ୨୦୨୪ରେ ରିଲିଜ ହେବାକୁ ଯାଉଛି। ଧର୍ମା ପ୍ରଡକ୍ସନ୍ସର ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଲିଡ୍ରେ ଅଛନ୍ତି ଆଲିଆ ଭଟ୍ଟ ଏବଂ ବେଦାଙ୍ଗ ରାଇନା