ଶୀତ ଉଭାନ: ରାଜ୍ୟରେ ବଢିବ ତାତି
ଭୁବନେଶ୍ୱର,୧୧।୨(ଅନୁରାଧା ମହାରଣା)- ୪୮ ଘଣ୍ଟା ପରେ ଏବେ ପୁଣି ରାଜ୍ୟରୁ ଶୀତ କମିଛି। ୨ ଦିନ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବାବେଳେ ଉତ୍ତର-ପଶ୍ଚିମାଞ୍ଚଳରେ ହାଲୁକା ଶୀତ ଅନୁଭୂତ ହେଉଥିଲା। ମାତ୍ର ଏବେ ପୁଣି ଥରେ ଓଡ଼ିଶାରୁ ଶୀତ ଉଭାନ ହୋଇଛି। ରାତି ପାରଦ ଉପରମୁହାଁ ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସବୁ ସ୍ଥାପନରେ ରାତି ତାପମାତ୍ରା ୧୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି। ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଛି । କିଛି ସ୍ଥାନରେ […] The post ଶୀତ ଉଭାନ: ରାଜ୍ୟରେ ବଢିବ ତାତି appeared first on Dharitri Odia News.
ଭୁବନେଶ୍ୱର,୧୧।୨(ଅନୁରାଧା ମହାରଣା)- ୪୮ ଘଣ୍ଟା ପରେ ଏବେ ପୁଣି ରାଜ୍ୟରୁ ଶୀତ କମିଛି। ୨ ଦିନ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବାବେଳେ ଉତ୍ତର-ପଶ୍ଚିମାଞ୍ଚଳରେ ହାଲୁକା ଶୀତ ଅନୁଭୂତ ହେଉଥିଲା। ମାତ୍ର ଏବେ ପୁଣି ଥରେ ଓଡ଼ିଶାରୁ ଶୀତ ଉଭାନ ହୋଇଛି। ରାତି ପାରଦ ଉପରମୁହାଁ ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସବୁ ସ୍ଥାପନରେ ରାତି ତାପମାତ୍ରା ୧୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି।
ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିଛି । କିଛି ସ୍ଥାନରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ବୃଦ୍ଧି ହୋଇଥିବାରୁ ଗରମ ସହ ଗୁଳୁଗୁଳି ଅନୁଭବ ହେଉଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାରଦ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବିଶେଷ କରି ଦିନର ତାପମାତ୍ରା ଅଧିକ ବଢ଼ିବା ଫଳରେ ରାଜ୍ୟରେ ଗରମ ଅନୁଭୂତ ହେବ।
The post ଶୀତ ଉଭାନ: ରାଜ୍ୟରେ ବଢିବ ତାତି appeared first on Dharitri Odia News.