ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍‌

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର ଦୁଇଟି ସ୍ଥାନରେ ସାଧାରଣ ସଭାରେ ଯୋଗଦେବେ। ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ପାଇଁ ନିର୍ବାଚନୀ ପ୍ରଚାର ମଧ୍ୟ କରିପାରନ୍ତି। ସଚିନ ପ୍ରଥମେ ଅପରାହ୍ନ ସାଢ଼େ ୧୨ଟାରେ ବାଲେଶ୍ୱର ପୋଲିସ ଗ୍ରାଉଣ୍ଡ୍‌ରେ ହେବାକୁ ଥିବା ସାଧାରଣ ସଭାରେ ଯୋଗଦେବେ। ଏହାପରେ ଅପରାହ୍ନ ୨ଟା ୪୫ରେ ଭୋଗରାଇ ଥାନା ଛକ […] The post ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍‌ appeared first on Dharitri Odia News.

ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍‌

ଭୁବନେଶ୍ୱର, ୧୭।୫(ଅସମାପିକା ସାହୁ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର ଦୁଇଟି ସ୍ଥାନରେ ସାଧାରଣ ସଭାରେ ଯୋଗଦେବେ। ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ପାଇଁ ନିର୍ବାଚନୀ ପ୍ରଚାର ମଧ୍ୟ କରିପାରନ୍ତି। ସଚିନ ପ୍ରଥମେ ଅପରାହ୍ନ ସାଢ଼େ ୧୨ଟାରେ ବାଲେଶ୍ୱର ପୋଲିସ ଗ୍ରାଉଣ୍ଡ୍‌ରେ ହେବାକୁ ଥିବା ସାଧାରଣ ସଭାରେ ଯୋଗଦେବେ। ଏହାପରେ ଅପରାହ୍ନ ୨ଟା ୪୫ରେ ଭୋଗରାଇ ଥାନା ଛକ ନିକଟରେ ହେବାକୁ ଥିବା ସାଧାରଣ ସଭାରେ ଯୋଗଦେଇ ଉଦ୍‌ବୋଧନ ଦେବେ। ସନ୍ଧ୍ୟା ୬ଟାରେ ଭୁବନେଶ୍ୱର କଂଗ୍ରେସ ଭବନରେ ଖବରଦାତା ସମ୍ମିଳନୀ କରିବେ ବୋଲି ସୂଚନା ଦିଆଯାଇଛି।

The post ଶନିବାର ଓଡ଼ିଶା ଆସିବେ ସଚିନ ପାଇଲଟ୍‌ appeared first on Dharitri Odia News.