ରେକର୍ଡ କଲା ଉତ୍ତରପ୍ରଦେଶ, ହେଲା ଦେଶର ପ୍ରଥମ ରାଜ୍ୟ

ଲକ୍ଷ୍ନୌ,୬।୩: ଉତ୍ତରପ୍ରଦେଶରେ ସାରା ଦେଶରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ୟୁପି ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ଅଧିକାଂଶ ସହରରେ ମେଟ୍ରୋ ସୁବିଧା ରହିଛି। ବୁଧବାର ଆଗ୍ରା ମେଟ୍ରୋର ଉଦ୍‌ଘାଟନ ସହିତ ୟୁପି ଏହି ଏହି ରେକର୍ଡ ହାସଲ କରିଛ। ଉନ୍ମୋଚନ ସହିତ ଆଗ୍ରା ସହର ଦେଶର ଏକବିଂଶ ସହର ଏବଂ ମେଟ୍ରୋ ରେଳ ନେଟୱାର୍କ ସହିତ ସଂଯୁକ୍ତ ଉତ୍ତରପ୍ରଦେଶର ଷଷ୍ଠ ସହର ହୋଇଛି। ମେଟ୍ରୋ ସେବା ଆଗ୍ରାର ୨୬ ଲକ୍ଷ ବାସିନ୍ଦା ଏବଂ […] The post ରେକର୍ଡ କଲା ଉତ୍ତରପ୍ରଦେଶ, ହେଲା ଦେଶର ପ୍ରଥମ ରାଜ୍ୟ appeared first on Dharitri Odia News.

ରେକର୍ଡ କଲା ଉତ୍ତରପ୍ରଦେଶ, ହେଲା ଦେଶର ପ୍ରଥମ ରାଜ୍ୟ

ଲକ୍ଷ୍ନୌ,୬।୩: ଉତ୍ତରପ୍ରଦେଶରେ ସାରା ଦେଶରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ୟୁପି ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ଅଧିକାଂଶ ସହରରେ ମେଟ୍ରୋ ସୁବିଧା ରହିଛି। ବୁଧବାର ଆଗ୍ରା ମେଟ୍ରୋର ଉଦ୍‌ଘାଟନ ସହିତ ୟୁପି ଏହି ଏହି ରେକର୍ଡ ହାସଲ କରିଛ। ଉନ୍ମୋଚନ ସହିତ ଆଗ୍ରା ସହର ଦେଶର ଏକବିଂଶ ସହର ଏବଂ ମେଟ୍ରୋ ରେଳ ନେଟୱାର୍କ ସହିତ ସଂଯୁକ୍ତ ଉତ୍ତରପ୍ରଦେଶର ଷଷ୍ଠ ସହର ହୋଇଛି।

ମେଟ୍ରୋ ସେବା ଆଗ୍ରାର ୨୬ ଲକ୍ଷ ବାସିନ୍ଦା ଏବଂ ବାର୍ଷିକ ପ୍ରାୟ ୬୦ ଲକ୍ଷ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ। ଆଗ୍ରା ମେଟ୍ରୋ ଦୁଇଟି କରିଡରରେ ସାମିଲ, ଯାହାର ମୋଟ ଲମ୍ବ ୨୯.୪ କିଲୋମିଟର, ଯାହା ପ୍ରମୁଖ ରେଳ ଷ୍ଟେଶନ, ବସ ଡିପୋ, କଲେଜ, ବଜାର ଏବଂ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ସଂଯୋଗ କରିବ।

ଉଦ୍‌ଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଆଗ୍ରାଠାରେ ମେଟ୍ରୋ ସେବା ଆରମ୍ଭ ହେବା ସହିତ ଉତ୍ତରପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଅଟେ ଯେଉଁଥିରେ ଅଧିକାଂଶ ସହରରେ ମେଟ୍ରୋ ସୁବିଧା ରହିଛି।

The post ରେକର୍ଡ କଲା ଉତ୍ତରପ୍ରଦେଶ, ହେଲା ଦେଶର ପ୍ରଥମ ରାଜ୍ୟ appeared first on Dharitri Odia News.