ଋଷିକୂଲ୍ୟା ବଞ୍ଚାଓ ଅଭିଯାନ ପଦଯାତ୍ରା ଉଦ୍‌ଯାପିତ

ଗଞ୍ଜାମ, ୨୫।୩(ବିଦ୍ୟାଧର ସାହୁ ): ଋଷିକୂଲ୍ୟା ପାଣି ଲୋକଙ୍କର, କମ୍ପାନୀକୁ ପାଣି ଯୋଗାଇବା, ଋଷିକୂଲ୍ୟା ଉପର ଖଣ୍ଡରେ ପ୍ରବାହିତ ଡ୍ୟାମ ନିର୍ମାଣ ବାତିଲ ଆଦି ଦାବିରେ ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ୧୬ରୁ ବାହାରିଥିବା ପଦଯାତ୍ରା ମଙ୍ଗଳବାର ଉଦଯାପିତ ହୋଇଛି l ଏହି ପଦଯାତ୍ରା ଗଞ୍ଜାମ ସହରରେ ପ୍ରବେଶ କରିବା ପରେ ଦି ଇକୋୱାରୀଅର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବିପୁଳ ସମ୍ଭର୍ଦ୍ଧନା ଜଣାଯାଇଥିଲା l ବରିଷ୍ଠ ନାଗରିକ ମଞ୍ଚର ବିନୋଦ ଚନ୍ଦ୍ର ମହାପାତ୍ର,ସ୍ଥାନୀୟ ଅଞ୍ଚଳ […] The post ଋଷିକୂଲ୍ୟା ବଞ୍ଚାଓ ଅଭିଯାନ ପଦଯାତ୍ରା ଉଦ୍‌ଯାପିତ appeared first on Dharitri Odia News.

ଋଷିକୂଲ୍ୟା ବଞ୍ଚାଓ ଅଭିଯାନ ପଦଯାତ୍ରା ଉଦ୍‌ଯାପିତ

ଗଞ୍ଜାମ, ୨୫।୩(ବିଦ୍ୟାଧର ସାହୁ ): ଋଷିକୂଲ୍ୟା ପାଣି ଲୋକଙ୍କର, କମ୍ପାନୀକୁ ପାଣି ଯୋଗାଇବା, ଋଷିକୂଲ୍ୟା ଉପର ଖଣ୍ଡରେ ପ୍ରବାହିତ ଡ୍ୟାମ ନିର୍ମାଣ ବାତିଲ ଆଦି ଦାବିରେ ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ୧୬ରୁ ବାହାରିଥିବା ପଦଯାତ୍ରା ମଙ୍ଗଳବାର ଉଦଯାପିତ ହୋଇଛି l ଏହି ପଦଯାତ୍ରା ଗଞ୍ଜାମ ସହରରେ ପ୍ରବେଶ କରିବା ପରେ ଦି ଇକୋୱାରୀଅର ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ବିପୁଳ ସମ୍ଭର୍ଦ୍ଧନା ଜଣାଯାଇଥିଲା l ବରିଷ୍ଠ ନାଗରିକ ମଞ୍ଚର ବିନୋଦ ଚନ୍ଦ୍ର ମହାପାତ୍ର,ସ୍ଥାନୀୟ ଅଞ୍ଚଳ ଯୁବ ସ୍ବେଛାସେବୀ ସୁଧୀର କୁମାର ପାଢ଼ୀ, ନୀଳାଞ୍ଚଳ ବାରିକି, ସୁଦାମ ଚରଣ ଜେନା, ଇକୋବlରିଆର ପ୍ରଭାତ ସାହୁ, ଆକାଶ ଗୌଡ଼, ଇଲେୟା ରେଡି ପ୍ରମୁଖ ଫୁଲତୋଡ଼ା ଦେଇ ପ୍ରଥମେ ସ୍ବାଗତ କରିବା ସହ ପଦଯାତ୍ରାରେ ସାମିଲ ହୋଇଥିଲେ l ସେଠାରୁ ପଣ୍ଡାସାହି, ଦୁର୍ଗାଦେବୀ ସାହି, ସାମନ୍ତରା ସାହି, କଲେଜ ରୋଡ୍‌ ଦେଇ ସାନ ବଜାରଠାରେ ପହଞ୍ଚିଥିଲା ପଦଯାତ୍ରା l ପୁଣି ବଡବଜାର ପରିକ୍ରମା ପରେ ପୁଇଁତୋଳା ଦେଇ ପୁରୁଣା ବନ୍ଧ ଋଷୁକୂଲ୍ୟା ମୁହାଣଠାରେ ପହଞ୍ଚିବା ପରେ ପଦଯାତ୍ରା ଶେଷ ହୋଇଥିଲା l ଏହି ପଦଯାତ୍ରାରେ ଦୟାନଦୀ ବଞ୍ଚାଓ ଆବାହକ ସଚ୍ଚିଦାନନ୍ଦ ପ୍ରଧାନ, ପ୍ରଫୁଲ୍ଲ ସାମନ୍ତରl, ସିମାଞ୍ଚଳ ନାହାକ, ଦେବପ୍ରସାଦ ରାଓ, ଲକ୍ଷ୍ମୀ ନୃସିଂହ ରଥ, ସୁବାଷ ରାଉଳ, ସଂଜୀବ ରେଡି ପ୍ରମୁଖ ନେତୃତ୍ୱ ନେଇଥିଲେ l ମଙ୍ଗଳବାର ଋଷିକୂଲ୍ୟା ମୁହାଣଠାରେ ପଦଯାତ୍ରା ପହଞ୍ଚିବା ପରେ ପଦଯାତ୍ରା ଶେଷ ହୋଇଛି l ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡି ଉପସ୍ଥିତ ଥିଲେ।

 

The post ଋଷିକୂଲ୍ୟା ବଞ୍ଚାଓ ଅଭିଯାନ ପଦଯାତ୍ରା ଉଦ୍‌ଯାପିତ appeared first on Dharitri Odia News.