ବିଦେଶ ମାଟିରେ ଓଡ଼ିଆ ଖାଦ୍ୟର ଆଦର ବଢୁଛି

ଭୁବନେଶ୍ୱର,୫।୪ (ସୌମ୍ୟରଞ୍ଜନ ରାଉତ): ଓଡ଼ିଆ ଖାଦ୍ୟର ଆଦର ବିଦେଶ ମାଟିରେ ବଢ଼ିବାରେ ଲାଗିଛି। କଳାହାଣ୍ଡି କଲମ୍‌ପୁରର କଦଳୀ, ଢେଙ୍କାନାଳର ଆମ୍ବ ଓ ପନିପରିବା ସହ ଉପକୂଳ ଏବଂ ପଶ୍ଚିମ ଓଡ଼ିଶାରୁ ମଧ୍ୟ ପରିବା ରପ୍ତାନି ହେଉଛି। ସେହିପରି ବଲାଙ୍ଗୀର ପାଟଣାଗଡ଼ରୁ ଡ୍ରାଗନ୍‌ ଫ୍ରୁଟ୍‌ ମଧ୍ୟ ଦୁବାଇ ଯିବା ପରେ ବର୍ତ୍ତମାନ କଲରା, ଭେଣ୍ଡି, ସଜନା ଛୁଇଁ ଓ ପୋଟଳ ବିଦେଶକୁ ପଠାଯାଉଛି। ଏହା ଭଲ ରୋଜଗାର ଦେଉଥିବାରୁ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଆଗାମୀ ଦିନରେ […] The post ବିଦେଶ ମାଟିରେ ଓଡ଼ିଆ ଖାଦ୍ୟର ଆଦର ବଢୁଛି appeared first on Dharitri Odia News.

ବିଦେଶ ମାଟିରେ ଓଡ଼ିଆ ଖାଦ୍ୟର ଆଦର ବଢୁଛି

ଭୁବନେଶ୍ୱର,୫।୪ (ସୌମ୍ୟରଞ୍ଜନ ରାଉତ): ଓଡ଼ିଆ ଖାଦ୍ୟର ଆଦର ବିଦେଶ ମାଟିରେ ବଢ଼ିବାରେ ଲାଗିଛି। କଳାହାଣ୍ଡି କଲମ୍‌ପୁରର କଦଳୀ, ଢେଙ୍କାନାଳର ଆମ୍ବ ଓ ପନିପରିବା ସହ ଉପକୂଳ ଏବଂ ପଶ୍ଚିମ ଓଡ଼ିଶାରୁ ମଧ୍ୟ ପରିବା ରପ୍ତାନି ହେଉଛି। ସେହିପରି ବଲାଙ୍ଗୀର ପାଟଣାଗଡ଼ରୁ ଡ୍ରାଗନ୍‌ ଫ୍ରୁଟ୍‌ ମଧ୍ୟ ଦୁବାଇ ଯିବା ପରେ ବର୍ତ୍ତମାନ କଲରା, ଭେଣ୍ଡି, ସଜନା ଛୁଇଁ ଓ ପୋଟଳ ବିଦେଶକୁ ପଠାଯାଉଛି। ଏହା ଭଲ ରୋଜଗାର ଦେଉଥିବାରୁ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଆଗାମୀ ଦିନରେ ଅନ୍ୟ ପନିପରିବା ବିଦେଶକୁ ରପ୍ତାନି କରି ଚାଷୀଙ୍କୁ ଆହୁରି ରୋଜଗାରକ୍ଷମ କରାଯିବ ବୋଲି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି। ଚାଷୀମାନଙ୍କୁ ଉନ୍ନତ ଚାଷ ପ୍ରଣାଳୀ ଉପରେ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯିବ। ଆଗକୁ ଓଡ଼ିଶାରୁ ଉନ୍ନତମାନର କୃଷି ଉତ୍ପାଦ ବିପୁଳ ପରିମାଣର ବିଦେଶକୁ ରପ୍ତାନି କରାଯିବାକୁ ଲକ୍ଷ୍ୟ ରହିଥିବା ଡ. ପାଢ଼ୀ ମତବ୍ୟକ୍ତ କରିଛନ୍ତି।

The post ବିଦେଶ ମାଟିରେ ଓଡ଼ିଆ ଖାଦ୍ୟର ଆଦର ବଢୁଛି appeared first on Dharitri Odia News.