ଆଶାକର୍ମୀଙ୍କ ଉପରେ ମାଡ଼ିଗଲା ଟ୍ରକ୍
ଅନୁଗୋଳ,୧୯ା୧(ଅମିତ କୁମାର ସାମଲ): ଗର୍ଭବତୀ ମହିଳାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଫେରୁଥିବା ବେଳେ ଦୁର୍ଘଟଣାରେ ଶୁକ୍ରବାର ଜଣେ ଆଶାକର୍ମୀଙ୍କର ମୃତ୍ୟୁ ହାଇଛି। ସ୍କୁଟିରେ ଥିବା ଆଶାକର୍ମୀଙ୍କୁ ଟ୍ରକ୍ ଚାପି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନାନୁସାରେ, ଅନୁଗୋଳ ଜିଲା ଆଠମଲ୍ଲିକ ମାଧପୁର ସିଏଚ୍ସି ଅଧୀନରେ କାର୍ଯ୍ୟରତ ଆଶାକର୍ମୀ କୁମାରୀ ସାହୁ ଶୁକ୍ରବାର ଭୋର୍ରୁ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ଅଞ୍ଚଳରୁ ଆଣି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରୁ ସେ ଏକ […] The post ଆଶାକର୍ମୀଙ୍କ ଉପରେ ମାଡ଼ିଗଲା ଟ୍ରକ୍ appeared first on Dharitri Odia News.
ଅନୁଗୋଳ,୧୯ା୧(ଅମିତ କୁମାର ସାମଲ): ଗର୍ଭବତୀ ମହିଳାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଫେରୁଥିବା ବେଳେ ଦୁର୍ଘଟଣାରେ ଶୁକ୍ରବାର ଜଣେ ଆଶାକର୍ମୀଙ୍କର ମୃତ୍ୟୁ ହାଇଛି। ସ୍କୁଟିରେ ଥିବା ଆଶାକର୍ମୀଙ୍କୁ ଟ୍ରକ୍ ଚାପି ଦେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ସୂଚନାନୁସାରେ, ଅନୁଗୋଳ ଜିଲା ଆଠମଲ୍ଲିକ ମାଧପୁର ସିଏଚ୍ସି ଅଧୀନରେ କାର୍ଯ୍ୟରତ ଆଶାକର୍ମୀ କୁମାରୀ ସାହୁ ଶୁକ୍ରବାର ଭୋର୍ରୁ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ଅଞ୍ଚଳରୁ ଆଣି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରୁ ସେ ଏକ ସ୍କୁଟିରେ ଅନ୍ୟ ଜଣଙ୍କ ସହ ଯାଉଥିବା ବେଳେ ଥାନା ଛକ ନିକଟରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ସେ ପଡ଼ିଯାଇଥିଲେ। ପରେ ତାଙ୍କ ଉପରେ ଟ୍ରକ୍ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାଟି ଜାତୀୟ ରାଜପଥ ୫୫ ଉପରେ ଘଟି ଥିବା ବେଳେ ଜାତୀୟ ରାଜପଥର ଦୁରାବସ୍ଥା ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସାମାନ୍ୟ ଉତ୍ତେଜନା ଦେଖାଦେଇଛି।
The post ଆଶାକର୍ମୀଙ୍କ ଉପରେ ମାଡ଼ିଗଲା ଟ୍ରକ୍ appeared first on Dharitri Odia News.