ଶୋଇଥିବାବେଳେ ସ୍ତ୍ରୀ-ସ୍ବାମୀଙ୍କୁ ଚୋଟ ମାରିଲା ବିଷାକ୍ତ ସାପ, ଚାଲିଗଲା ଦୁହିଁଙ୍କ ଜୀବନ

କେନ୍ଦୁଝର,୧୨ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସାପ କାମୁଡ଼ା ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ନାମ ନନ୍ଦୀ ଜରେଇ ( ୩୫) ଓ ବବିତା ଜରେଇ (୩୦) ବୋଲି ଜଣାପଡ଼ିଛି। ସେମାନଙ୍କ ଘର ଚମ୍ପୁଆ ସୀମାନ୍ତ ଝାରଖଣ୍ଡ ରାଜ୍ୟ ଜଗନ୍ନାଥପୁର ଥାନା ଜରପାଇ ଗ୍ରାମରେ। ସେମାନଙ୍କ ତିନି ଜଣ ପୁଅ ଝିଅ ଅଛନ୍ତି। ଗତକାଲି ସେମାନେ ଖାଇପିଇ ଶୋଇ ଥିଲେ। ଏକ ବିଷାକ୍ତ ସାପ କାମୁଡ଼ି ଦେବାରୁ ଦୁଇ ଜଣ ଅସୁସ୍ଥ ହୋଇ […] The post ଶୋଇଥିବାବେଳେ ସ୍ତ୍ରୀ-ସ୍ବାମୀଙ୍କୁ ଚୋଟ ମାରିଲା ବିଷାକ୍ତ ସାପ, ଚାଲିଗଲା ଦୁହିଁଙ୍କ ଜୀବନ appeared first on Dharitri Odia News.

ଶୋଇଥିବାବେଳେ ସ୍ତ୍ରୀ-ସ୍ବାମୀଙ୍କୁ ଚୋଟ ମାରିଲା ବିଷାକ୍ତ ସାପ, ଚାଲିଗଲା ଦୁହିଁଙ୍କ ଜୀବନ

କେନ୍ଦୁଝର,୧୨ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସାପ କାମୁଡ଼ା ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ନାମ ନନ୍ଦୀ ଜରେଇ ( ୩୫) ଓ ବବିତା ଜରେଇ (୩୦) ବୋଲି ଜଣାପଡ଼ିଛି। ସେମାନଙ୍କ ଘର ଚମ୍ପୁଆ ସୀମାନ୍ତ ଝାରଖଣ୍ଡ ରାଜ୍ୟ ଜଗନ୍ନାଥପୁର ଥାନା ଜରପାଇ ଗ୍ରାମରେ। ସେମାନଙ୍କ ତିନି ଜଣ ପୁଅ ଝିଅ ଅଛନ୍ତି। ଗତକାଲି ସେମାନେ ଖାଇପିଇ ଶୋଇ ଥିଲେ। ଏକ ବିଷାକ୍ତ ସାପ କାମୁଡ଼ି ଦେବାରୁ ଦୁଇ ଜଣ ଅସୁସ୍ଥ ହୋଇ ଅଚେତ ହୋଇଯାଇଥିଲେ। ସେମାନଙ୍କୁ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ପହଞ୍ଚିବା ବେଳକୁ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ ହୋଇଥିଲା। ଚମ୍ପୁଆ ପୋଲିସ ଦୁଇ ମୃତଦେହକୁ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଅପେକ୍ଷା କରିଛି।

The post ଶୋଇଥିବାବେଳେ ସ୍ତ୍ରୀ-ସ୍ବାମୀଙ୍କୁ ଚୋଟ ମାରିଲା ବିଷାକ୍ତ ସାପ, ଚାଲିଗଲା ଦୁହିଁଙ୍କ ଜୀବନ appeared first on Dharitri Odia News.