ଟ୍ରମ୍ପଙ୍କ ହିସାବ

ଜାନୁଆରୀ ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବେ । ଏହି ସମାରୋହକୁ ସେ କେତୋଟି ହାତଗଣତି ଦେଶର ମୁଖ୍ୟତଃ ଦକ୍ଷିଣପନ୍ଥୀ ନେତାମାନଙ୍କୁ ନିମନ୍ତ୍ରଣ କରିଛନ୍ତି, ଯେଉଁମାନଙ୍କର ବିଚାରଧାରା ଟ୍ରମ୍ପଙ୍କ ସହ ସମାନ। ଆମେରିକା ୧୭୭୬ରେ ଏକ ସ୍ବାଧୀନ ରାଷ୍ଟ୍ର ହୋଇଥିଲା। ସେଥିପାଇଁ ସେହି ଦେଶକୁ ସର୍ବ ପୁରାତନ ଗଣତାନ୍ତ୍ରିକ ଦେଶ ବୋଲି କୁହାଯାଏ। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହକୁ ଚାଇନାର ମୁଖ୍ୟ ଶି ଜିନ୍‌ପିଙ୍ଗ୍‌ ନିମନ୍ତ୍ରିତ […] The post ଟ୍ରମ୍ପଙ୍କ ହିସାବ appeared first on Dharitri Odia News.

ଟ୍ରମ୍ପଙ୍କ ହିସାବ

ଜାନୁଆରୀ ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବେ । ଏହି ସମାରୋହକୁ ସେ କେତୋଟି ହାତଗଣତି ଦେଶର ମୁଖ୍ୟତଃ ଦକ୍ଷିଣପନ୍ଥୀ ନେତାମାନଙ୍କୁ ନିମନ୍ତ୍ରଣ କରିଛନ୍ତି, ଯେଉଁମାନଙ୍କର ବିଚାରଧାରା ଟ୍ରମ୍ପଙ୍କ ସହ ସମାନ। ଆମେରିକା ୧୭୭୬ରେ ଏକ ସ୍ବାଧୀନ ରାଷ୍ଟ୍ର ହୋଇଥିଲା। ସେଥିପାଇଁ ସେହି ଦେଶକୁ ସର୍ବ ପୁରାତନ ଗଣତାନ୍ତ୍ରିକ ଦେଶ ବୋଲି କୁହାଯାଏ। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ଶପଥ ଗ୍ରହଣ ସମାରୋହକୁ ଚାଇନାର ମୁଖ୍ୟ ଶି ଜିନ୍‌ପିଙ୍ଗ୍‌ ନିମନ୍ତ୍ରିତ ହୋଇଥିଲେ ମଧ୍ୟ ନିଜେ ଯିବା ପରିବର୍ତ୍ତେ ତାଙ୍କ ପ୍ରତିନିଧିଙ୍କୁ ପଠାଇବେ। ଏହି ଉତ୍ସବର ଆକର୍ଷଣ ହେବାକୁ ଯାଉଛନ୍ତି ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଆଜେଣ୍ଟିନାର ରାଷ୍ଟ୍ରପତି ଜାଭିର ମିଲେଇ ଏବଂ ହଙ୍ଗେରୀର ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ। ଉଲ୍ଲେଖଯୋଗ୍ୟ ଯେ, ଇଟାଲୀ ଓ ରୁଷିଆ ମଧ୍ୟରେ ସାଂସ୍କୃତିକ ଓ ଐତିହାସିକ ସମ୍ପର୍କ ଅତ୍ୟନ୍ତ ନିବିଡ଼। ଆଜେଣ୍ଟିନାର ମଧ୍ୟ ରୁଷିଆ ସହ ଦୀର୍ଘ ଦଶନ୍ଧି ଧରି ଐତିହାସିକ ଓ ବାଣିଜି୍ୟକ ସମ୍ପର୍କ ଥିଲା । ଏହାବ୍ୟତୀତ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କର ଜଣେ ଦୃଢ଼ ସମର୍ଥକ ହେଉଛନ୍ତି ଓର୍ବାନ । ତେବେ ବ୍ରାଜିଲର ଏବକାର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡି ସିଲ୍‌ଭାଙ୍କୁ ନିମନ୍ତ୍ରଣ କରା ନ ଯାଇ ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କୁ ଶପଥ ଗ୍ରହଣ ଉତ୍ସବର ଅତିଥି କରାଯାଇଛି, ଯିଏ କି ନିର୍ବାଚନରେ ହାରିବା ପରେ ଟ୍ରମ୍ପଙ୍କ ଭଳି ତାଙ୍କ ପରାଜୟକୁ ଅସ୍ବୀକାର କରିଥିଲେ। ଏଥିସହିତ ମଧ୍ୟପ୍ରାଚ୍ୟରୁ ମୁସଲମାନ ଶରଣାର୍ଥୀ ଇଟାଲୀ ଓ ହଙ୍ଗେରୀକୁ ଅଧିକ ପରିମାଣରେ ଯାଉଥିବାରୁ ଏହି ନେତାମାନଙ୍କୁ ନିମନ୍ତ୍ରଣ ଦେଇ ଆସନ୍ତା ୪ ବର୍ଷ ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଟ୍ରମ୍ପ୍‌ ଏକ ସ୍ପଷ୍ଟ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି। ଗୋଟିଏ ପଟେ ମୁସଲମାନ ଶରଣାର୍ଥୀଙ୍କୁ ଦମନ କରୁଥିବା ୟୁରୋପର ଏହି ଦେଶର ନେତାଙ୍କୁ ନିକଟତର କରିବାର ଉଦ୍ୟମ ସହିତ ଟ୍ରମ୍ପ୍‌ ଆହୁରି ମଧ୍ୟ କିଛି ଚେଷ୍ଟା କଲାଭଳି ମନେହେଉଛି। ଇଟାଲୀ ରାଜନୀତିରେ ରୁଷିଆର ପ୍ରଭାବକୁ ଦୂର କରିବା ସହିତ ଓର୍ବାନଙ୍କୁ ସାଙ୍ଗରେ ରଖିପାରିଲେ ହୁଏତ ଟ୍ରମ୍ପ୍‌ ଏକ ନୂଆ ରାଜନୀତି ନାଟୋ ମାଧ୍ୟମରେ ସୃଷ୍ଟି କରିପାରିବେ। ଏହି ଦୁଇଜଣଙ୍କୁ ନିମନ୍ତ୍ରଣ କରିବା ପଛରେ ନାଟୋକୁ ଶକ୍ତିଶାଳୀ କରିବା ସହିତ ଭ୍ଲାଡିମିର ପୁଟିନ୍‌ଙ୍କୁ ଏକଘରିଆ କରିବାର ଉଦ୍ୟମ ହେଉଥିବା ଭଳି ମନେହୁଏ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୟୁରୋପର ଅନ୍ୟ ୩ଟି ଦେଶ ଯଥା ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀ ନାଟୋର ଶକ୍ତିଶାଳୀ ଅଙ୍ଗ ହୋଇଥିଲେ ମଧ୍ୟ ସେହି ଦେଶର ନେତୃବୃନ୍ଦ ନିମନ୍ତ୍ରିତ ହୋଇ ନାହାନ୍ତି। ଟ୍ରମ୍ପ୍‌ଙ୍କ ସହଯୋଗୀ ଏଲନ୍‌ ମସ୍କ ନିକଟରେ ଘୋଷଣା କରିଥିଲେ ଯେ, ଉଭୟ ବ୍ରିଟେନ ଏବଂ ଜର୍ମାନୀରେ ନୂଆ ସରକାର ଗଠନ ହେବା ଦରକାର। ବ୍ରିଟେନର ଲେବର ପ୍ରଧାନମନ୍ତ୍ରୀ କେଇର ଷ୍ଟାର୍ମରଙ୍କ କେତେଗୁଡ଼ିଏ ପଦକ୍ଷେପ ବାମପନ୍ଥୀ ହୋଇଥିବା ଭଳି ମନେହେଉଛି। ସେହିଭଳି ଜର୍ମାନୀରେ ଏବେ ବାସ୍ତବରେ କୌଣସି ନେତା ଶକ୍ତିଶାଳୀ ହୋଇପାରୁ ନାହାନ୍ତି। ସେଠାରେ ସବୁ ଦଳ ଦୋଦୁଲ୍ୟମାନ ପରିସ୍ଥିତିରେ ପଡ଼ିଛନ୍ତି ଏବଂ ଜର୍ମାନୀରେ ଖୁବ୍‌ଶୀଘ୍ର ନିର୍ବାଚନ ହେବାର ସ୍ପଷ୍ଟ ଜଣାପଡୁଛି। ଏହା ବ୍ୟତୀତ ଚାଇନାର ଶି ଜିନ୍‌ପିଙ୍ଗ୍‌ଙ୍କ ସମର୍ଥନରେ ରୁଷିଆର ଭ୍ଲାଡିମିର ପୁଟିନ୍‌ କ୍ଷମତାରେ ରହିପାରିଛନ୍ତି। ସେଥିପାଇଁ ଜିନ୍‌ପିଙ୍ଗ୍‌ଙ୍କୁ ନିମନ୍ତ୍ରଣ କରାଯାଇଥିବାର କାରଣ ସହଜରେ ବୁଝାପଡୁଛି। ଯଦି ଚାଇନା ଏବଂ ହଙ୍ଗେରୀ ଭଳି ଦେଶକୁ ପୁଟିନ୍‌ଙ୍କଠାରୁ ଅଲଗା କରିଦେଇପାରିବେ ତେବେ ଟ୍ରମ୍ପଙ୍କର କୂଟନୈତିକ ଚିନ୍ତାଧାରା ସଫଳ ହେଲା ବୋଲି କୁହାଯାଇପାରିବ।
ଅବଶ୍ୟ ଏହିସବୁ ଅନ୍ତର୍ଜାତୀୟ କୂଟନୈତିକ ଖେଳ ଭିତରେ ଭାରତର କୌଣସି ସ୍ଥାନ ରହିନାହିଁ। ଭାରତର ଆଭ୍ୟନ୍ତରୀଣ ଗଣମାଧ୍ୟମରେ ଅନେକ ପ୍ରଚାର କରାଯାଉଛି ଯେ, ଏହି ଦେଶର ଅନ୍ତର୍ଜାତୀୟ ଭାବମୂର୍ତ୍ତି ପ୍ରଥମଥର ପାଇଁ ଶକ୍ତିଶାଳୀ ହୋଇପାରିଛି। ଯେଉଁ ଭାରତୀୟମାନେ ଆନ୍ତର୍ଜାତିକ ବୈଦେଶିକ ନୀତି ସମ୍ପର୍କରେ ଜାଣିଛନ୍ତି କିମ୍ବା ବିଦେଶ ଯିବାର ସୁଯୋଗ ପାଉଛନ୍ତି ସେମାନେ ଜାଣିଛନ୍ତି ଯେ, ଭାରତର ଛବି ବିଦେଶରେ ଅତ୍ୟନ୍ତ ଦୁର୍ବଳ। ଏହି ଦେଶରୁ କେବଳ ଚାକିରି କରିବା ପାଇଁ କିଛି ପାଠୁଆ ବିଦେଶକୁ ଯାଆନ୍ତି ବୋଲି ଭାରତ ପରିଚିତ। ଏହା ବ୍ୟତୀତ ଯେଉଁ ଭାରତୀୟମାନେ ଆମେରିକାର ପ୍ରଶାସନିକ ସ୍ତରରେ ଗୁରୁତ୍ୱଲାଭ କରିଛନ୍ତି ସେମାନେ କେହି ନିଜକୁ ଭାରତୀୟ ବୋଲି କେବେହେଲେ ପରିଚୟ ଦିଅନ୍ତି ନାହିଁ। ଅର୍ଥାତ୍‌ ପ୍ରବାସୀ ଭାରତୀୟମାନେ ବିଦେଶରେ ଅଧିକାଂଶ ଚାକର ଭାବେ ପରିଚିତ ରହିଛନ୍ତି। ଏହି ଦେଶକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇବା ପଛରେ ଅନେକ କାରଣ ରହିଛି। ତନ୍ମଧ୍ୟରୁ ଅଶାନ୍ତ ସାମାଜିକ ପରିସ୍ଥିତି ଭାରତରେ ଲାଗିରହିଛି ବୋଲି ପର୍ଯ୍ୟଟକ ଆସୁନାହାନ୍ତି। ସମ୍ଭବତଃ ଟ୍ରମ୍ପଙ୍କ ପରାମର୍ଶଦାତାମାନେ ଭାରତ ଓ ତାହାର ନେତୃତ୍ୱଙ୍କୁ ଗୁରୁତ୍ୱ ଦେଉନାହାନ୍ତି। କାରଣ ଅନେକ ବର୍ଷ ବିତିଗଲେ ମଧ୍ୟ ଭାରତର ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆସିନାହିଁ। ଏହି ବିଷୟକୁ ନାପସନ୍ଦ କରୁଥିବା ବ୍ୟକ୍ତି ଆଜିର ଆମେରିକୀୟ ଡଲାର ଏବଂ ଭାରତୀୟ ଟଙ୍କାର ବିଭେଦକୁ ଅନିଶା କରିବା ଦରକାର।

The post ଟ୍ରମ୍ପଙ୍କ ହିସାବ appeared first on Dharitri Odia News.