ଝଗଡ଼ା ଯେତେ ହେଉ ନା କାହିଁକି ଏଭଳି ସ୍ତ୍ରୀ…

ବିବାହକୁ ସମସ୍ତଙ୍କର ଭିନ୍ନ ଚିନ୍ତାଧାରା ଥାଏ। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଲୋଡିଥାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ ବିଷୟରେ କୁହାଯାଇଛି ଯାହାଙ୍କୁ ବିବାହ କଲେ ଯେକୌଣସି ପୁରୁଷର ଜୀବନ ଧନ୍ୟ ହୋଇଯାଇଥାଏ। ଆସନ୍ତୁ ଜାଣିବା… -ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ ନିଜର ଜୀବନସାଥୀଙ୍କୁ ବହୁତ ପ୍ରେମ କରିଥାନ୍ତି, ସର୍ବଦା ତାଙ୍କର ହିତ ବିଷୟରେ ଚିନ୍ତା କରିଥାନ୍ତି, ତାଙ୍କୁ କଦାପି ଛାଡ଼ିବା ଉଚିତ ନୁହେଁ। ଏଭଳି ସ୍ତ୍ରୀ […] The post ଝଗଡ଼ା ଯେତେ ହେଉ ନା କାହିଁକି ଏଭଳି ସ୍ତ୍ରୀ… appeared first on Dharitri Odia News.

ଝଗଡ଼ା ଯେତେ ହେଉ ନା କାହିଁକି ଏଭଳି ସ୍ତ୍ରୀ…

ବିବାହକୁ ସମସ୍ତଙ୍କର ଭିନ୍ନ ଚିନ୍ତାଧାରା ଥାଏ। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଲୋଡିଥାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି କିଛି ସ୍ତ୍ରୀଙ୍କ ବିଷୟରେ କୁହାଯାଇଛି ଯାହାଙ୍କୁ ବିବାହ କଲେ ଯେକୌଣସି ପୁରୁଷର ଜୀବନ ଧନ୍ୟ ହୋଇଯାଇଥାଏ। ଆସନ୍ତୁ ଜାଣିବା…

-ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ ନିଜର ଜୀବନସାଥୀଙ୍କୁ ବହୁତ ପ୍ରେମ କରିଥାନ୍ତି, ସର୍ବଦା ତାଙ୍କର ହିତ ବିଷୟରେ ଚିନ୍ତା କରିଥାନ୍ତି, ତାଙ୍କୁ କଦାପି ଛାଡ଼ିବା ଉଚିତ ନୁହେଁ। ଏଭଳି ସ୍ତ୍ରୀ ଝଗଡ଼ା ଯେତେ ହେଉ ନା କାହିଁକି ସମାଧାନ କରିନେଇଥାନ୍ତି। କାରଣ ସେ ପାର୍ଟନରଙ୍କୁ ଚିନ୍ତାରେ ଦେଖିପାରନ୍ତି ନାହିଁ। ଏଭଳି ସ୍ତ୍ରୀଙ୍କୁ ବିବାହ କରିବା ଉତ୍ତମ।

– ଅନ୍ୟ କାହା ପ୍ରେମରେ ନ ଥିବା ସ୍ତ୍ରୀଙ୍କୁ ବିବାହ କରିବା ଉଚିତ। କାରଣ ଭଲପାଇବା ଉଭୟ ପଟରୁ ହେବା ଆବଶ୍ୟକ। ଚାପରେ ପଡ଼ି ବିବାହ କଲେ ସେହି ସ୍ତ୍ରୀଙ୍କୁ ନେଇ ମନରେ ଭଲପାଇବା ଜାଗ୍ରତ ହେବ ନାହିଁ। ଏଣୁ ବିବାହ ପୂର୍ବରୁ ତାଙ୍କର ମନର କଥା ଜାଣିନେବା ଉଚିତ।

-ଚାଣକ୍ୟ କୁହନ୍ତି ଏପରି ସ୍ତ୍ରୀଙ୍କୁ ବିବାହ କର ଯିଏ ତୁମର ବାହାର ଅପେକ୍ଷା ଭିତରର ସୁନ୍ଦରତାକୁ ଦେଖିବ। କାରଣ ସୌନ୍ଦର୍ଯ୍ୟ ବେଶି ଦିନ ରହି ନ ଥାଏ। ହେଲେ ସ୍ବଭାବ ସବୁବେଳେ ସମାନ ଥାଏ। ଯେଉଁ ସ୍ତ୍ରୀ ସ୍ବଭାବରେ ସ୍ନେହୀ ହୋଇଥିବେ ସେ ସାରା ଜୀବନ ତୁମ ସହ ରହିବେ।

-ଚାଣକ୍ୟ କୁହନ୍ତି ପ୍ରତ୍ୟେକ ସ୍ତ୍ରୀ ନିଜ ସ୍ବାମୀ ଭିତରେ ବାପାର ପ୍ରତିଛବି ଦେଖିଥାନ୍ତି। ସ୍ବାମୀ ତାଙ୍କୁ ବାପାଙ୍କ ଭଳି ସମ୍ମାନ ଦିଅନ୍ତୁ, ଭଲପାଆନ୍ତୁ ବୋଲି ସ୍ତ୍ରୀଟିଏ ଚାହିଁଥାଏ। ଏଣୁ ଯେତେବେଳେ ବିବାହ କରିବାକୁ ଚିନ୍ତା କରୁଛନ୍ତି ତେବେ ନିଶ୍ଚୟ ପାର୍ଟନରଙ୍କ ମନରେ କ’ଣ ଚାଲିଛି ଜାଣି ନିଅନ୍ତୁ। ସେ ତୁମଠାରୁ କ’ଣ ଆଶା କରନ୍ତି ଜାଣନ୍ତୁ। କାରଣ ଯେଉଁ ସ୍ତ୍ରୀ ଏପରି କଥା ନିଜ ମନରେ ରଖିଥାନ୍ତି ସେ କେବେହେଲେ ତୁମକୁ ଧୋକା ଦେବେ ନାହିଁ।

 

The post ଝଗଡ଼ା ଯେତେ ହେଉ ନା କାହିଁକି ଏଭଳି ସ୍ତ୍ରୀ… appeared first on Dharitri Odia News.