ଭୁଶୁଡ଼ିଲା ସୁନା ଖଣି: ୪୮ ମୃତ
ବାମାକୋ, ୧୬।୨: ଆଫ୍ରିକୀୟ ଦେଶ ମାଲିର ପୂର୍ବବର୍ତ୍ତୀ ଅଞ୍ଚଳ କୋନିଏବା ଜିଲା ବିଲାଲି କୋଟୋଠାରେ ବେଆଇନ ଭାବେ ପରିଚାଳିତ ଏକ ସୁନା ଖଣି ଭୁଶୁଡ଼ି ପଡ଼ିବାରୁ ୪୮ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା କୋନିଏବା ଜିଲା ପ୍ରଶାସନ ସୂଚନା ଦେଇଛି। ଘଟଣାସ୍ଥଳରେ ରେସ୍କ୍ୟୁ ଅପରେଶନ ଟିମ୍ର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଜିଲା ପ୍ରଶାସନ କହିଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା […] The post ଭୁଶୁଡ଼ିଲା ସୁନା ଖଣି: ୪୮ ମୃତ appeared first on Dharitri Odia News.
ବାମାକୋ, ୧୬।୨: ଆଫ୍ରିକୀୟ ଦେଶ ମାଲିର ପୂର୍ବବର୍ତ୍ତୀ ଅଞ୍ଚଳ କୋନିଏବା ଜିଲା ବିଲାଲି କୋଟୋଠାରେ ବେଆଇନ ଭାବେ ପରିଚାଳିତ ଏକ ସୁନା ଖଣି ଭୁଶୁଡ଼ି ପଡ଼ିବାରୁ ୪୮ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା କୋନିଏବା ଜିଲା ପ୍ରଶାସନ ସୂଚନା ଦେଇଛି। ଘଟଣାସ୍ଥଳରେ ରେସ୍କ୍ୟୁ ଅପରେଶନ ଟିମ୍ର ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଜିଲା ପ୍ରଶାସନ କହିଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଦୁର୍ଘଟଣାରେ କେତେଜଣ ଆହତ ହୋଇଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଏହି ବେଆଇନ ସୁନା ଖଣି ଏକ ଚାଇନା କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିଲା ଏବଂ ଭୁସ୍ଖଳନ ଘଟିବା ଯୋଗୁ ଏହା ଭୁଶୁଡ଼ି ପଡ଼ିଥିବା ସ୍ଥାନୀୟ ପ୍ରଶାସନ କହିଛି। ପ୍ରକାଶ ଯେ, ଆଫ୍ରିକାର ଏକ ପ୍ରମୁଖ ସୁନା ଉତ୍ପାଦନକାରୀ ଦେଶ ଭାବେ ଜଣାଶୁଣା ମାଲିରେ ଭୂସ୍ଖଳନ ଯୋଗୁ ନିୟମିତ ଭାବେ ଏପରି ଦୁର୍ଘଟଣା ଘଟିବାର ନଜିର ରହିଛି।
The post ଭୁଶୁଡ଼ିଲା ସୁନା ଖଣି: ୪୮ ମୃତ appeared first on Dharitri Odia News.