ଚନ୍ଦନେଶ୍ବର ଶୈବପୀଠ ଚଳଚଞ୍ଚଳ, ମହାଦେବ-କାମିନୀଙ୍କ ବିବାହ ଦେଖିବାକୁ ଲାଗିଛି ଭିଡ
ଭୋଗରାଇ:୧୦/୪ ଚଡକ ଯାତ୍ରା ପାଇଁ ଉତ୍ସବମୁଖର ରାଜ୍ୟର ପ୍ରସିଦ୍ଧ ଶୈବପୀଠ ବାଲେଶ୍ବର ଜିଲ୍ଲାର ଚନ୍ଦନେଶ୍ବର ଶୈବପୀଠ । ଆଜି ଦେବ ଦେବ ମହାଦେବଙ୍କ କାମିନୀ ବିବାହ ଅନୁଷ୍ଠିତ ହୋଇଛି । ଏଥିପାଇଁ ଦେଉଳିଆ,ଶ୍ରୀବେକଡି ଓ ସେବାୟତ ମାନେ ମନ୍ଦିରରୁ ମହାଦେବଙ୍କ ଘଟ ନେଇ ଭୋଟପୁର ସ୍ଥିତ ରାକ୍ଷସୀ କାମିନୀଙ୍କ ଘରକୁ ଯାଇଥିଲେ । ସେଠାରୁ ତାଙ୍କୁ ସାହାନାଇ,ଢୋଲ, ମୃଦଙ୍ଗ ବଜାଇ ବେକଡା ନୃତ୍ୟ ମାଧ୍ୟମରେ ବିରାଟ ପଟୁଆରରେ ମନ୍ଦିରକୁ ଅଣାଯାଇଥିଲା । ପରେ ମନ୍ଦିର ଗର୍ଭଗୃହରେ ଗୁପ୍ତ ଭାବରେ କାମିନୀଙ୍କୁ ବିବାହ କରିଛନ୍ତି ମହାଦେବ । ପୁରୀ ରଥଯାତ୍ରା ପରେ ଓଡ଼ିଶାର ଦ୍ବିତୀୟ ବୃହତ୍ତର ମେଳା କୁହାଯାଉଥିବା ଚନ୍ଦନେଶ୍ବର ଚଡକ ମେଳାରେ କାମିନୀ ବିବାହର ସ୍ବତନ୍ତ୍ର ଆକର୍ଷଣ ରହିଛି । ଦିନତମାମ ଶ୍ରଦ୍ଧାଳୁମାନେ ନୀଳ ପୋଖରୀରେ ସ୍ନାନ କରି ମହାଦେବଙ୍କୁ ଜଳାଭିଷେକ କରିବା ସହ ଅର୍ଘ୍ୟ ପ୍ରଦାନ କରିଛନ୍ତି । ଏଥିପାଇଁ ସେମାନେ ନିର୍ଜଳା ଉପବାସ ରଖିବା ସହ ହବିଷ ଅନ୍ନ ଖାଇଥାନ୍ତି । ଆସନ୍ତାକାଲି ପାଟପର୍ବ ଥିବାରୁ ଅଧିକ ଭକ୍ତଙ୍କ ସମାଗମ ହେବ । ଭିଡକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା ଚଡକ ଯାତ୍ରା ୧୨ ତାରିଖରେ ସରିବ । You Can Read:ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି, ସଂଧ୍ୟା ୬ଟାରୁ ରାତି ୧୦ ଯାଏଁ ଦର୍ଶନ ମନା
ଭୋଗରାଇ:୧୦/୪ ଚଡକ ଯାତ୍ରା ପାଇଁ ଉତ୍ସବମୁଖର ରାଜ୍ୟର ପ୍ରସିଦ୍ଧ ଶୈବପୀଠ ବାଲେଶ୍ବର ଜିଲ୍ଲାର ଚନ୍ଦନେଶ୍ବର ଶୈବପୀଠ । ଆଜି ଦେବ ଦେବ ମହାଦେବଙ୍କ କାମିନୀ ବିବାହ ଅନୁଷ୍ଠିତ ହୋଇଛି । ଏଥିପାଇଁ ଦେଉଳିଆ,ଶ୍ରୀବେକଡି ଓ ସେବାୟତ ମାନେ ମନ୍ଦିରରୁ ମହାଦେବଙ୍କ ଘଟ ନେଇ ଭୋଟପୁର ସ୍ଥିତ ରାକ୍ଷସୀ କାମିନୀଙ୍କ ଘରକୁ ଯାଇଥିଲେ । ସେଠାରୁ ତାଙ୍କୁ ସାହାନାଇ,ଢୋଲ, ମୃଦଙ୍ଗ ବଜାଇ ବେକଡା ନୃତ୍ୟ ମାଧ୍ୟମରେ ବିରାଟ ପଟୁଆରରେ ମନ୍ଦିରକୁ ଅଣାଯାଇଥିଲା । ପରେ ମନ୍ଦିର ଗର୍ଭଗୃହରେ ଗୁପ୍ତ ଭାବରେ କାମିନୀଙ୍କୁ ବିବାହ କରିଛନ୍ତି ମହାଦେବ । ପୁରୀ ରଥଯାତ୍ରା ପରେ ଓଡ଼ିଶାର ଦ୍ବିତୀୟ ବୃହତ୍ତର ମେଳା କୁହାଯାଉଥିବା ଚନ୍ଦନେଶ୍ବର ଚଡକ ମେଳାରେ କାମିନୀ ବିବାହର ସ୍ବତନ୍ତ୍ର ଆକର୍ଷଣ ରହିଛି । ଦିନତମାମ ଶ୍ରଦ୍ଧାଳୁମାନେ ନୀଳ ପୋଖରୀରେ ସ୍ନାନ କରି ମହାଦେବଙ୍କୁ ଜଳାଭିଷେକ କରିବା ସହ ଅର୍ଘ୍ୟ ପ୍ରଦାନ କରିଛନ୍ତି । ଏଥିପାଇଁ ସେମାନେ ନିର୍ଜଳା ଉପବାସ ରଖିବା ସହ ହବିଷ ଅନ୍ନ ଖାଇଥାନ୍ତି । ଆସନ୍ତାକାଲି ପାଟପର୍ବ ଥିବାରୁ ଅଧିକ ଭକ୍ତଙ୍କ ସମାଗମ ହେବ । ଭିଡକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା ଚଡକ ଯାତ୍ରା ୧୨ ତାରିଖରେ ସରିବ ।
You Can Read:
ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି, ସଂଧ୍ୟା ୬ଟାରୁ ରାତି ୧୦ ଯାଏଁ ଦର୍ଶନ ମନା