କିଏ ଜିତିବ ହରିୟାଣା, କାହାର ହେବ ଜମ୍ମୁ-କାଶ୍ମୀର ? ଭୋଟ୍ ଗଣତି ଜାରି, ଅପରାହ୍ଣ ସୁଦ୍ଧା ଜନାଦେଶ

ନୂଆଦିଲ୍ଲୀ ୦୮/୧୦: ହରିୟାଣାରେ ବିଜେପିର ହ୍ୟାଟ୍ରିକ୍ ନା କମ୍‌ବ୍ୟାକ୍ କରିବ କଂଗ୍ରେସ । ସେପଟେ କାହାର ହେବ ଘାଟି ରାଜ୍ୟ ଜମ୍ମୁ-କାଶ୍ମୀର । ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ୍ ବାଲଟ୍ କାଉଣ୍ଟିଂ ହେଉଛି ପରେ ଇଭିଏମ୍ ଭୋଟ୍ ଗଣତି ହେବ । ସକାଳ ୮ରୁ ଭୋଟ୍ ଗଣନା ଆରମ୍ଭ ହୋଇଥିବା ମଧ୍ୟାହ୍ଣ ସୁଦ୍ଧା ଫଳାଫଳ ଚିତ୍ର ସ୍ପଷ୍ଟ ହୋଇଯିବ । ଭୋଟ୍ ଗଣତି ପାଇଁ ଦୁଇ ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି । ଲୋକସଭା ନିର୍ବାଚନ ପରେ ଏହା ପ୍ରଥମ ବଡ ରାଜନୈତିକ  ଲଢ଼େଇ ହୋଇଥିବାରୁ ଫଳାଫଳକୁ  ନେଇ ଜାତୀୟ ଦଳ ଠାରୁ ଆରମ୍ଭ କରି  ଆଞ୍ଚଳିକ ଦଳମାନଙ୍କ ଭିତରେ ବେଶ୍‌  ଉତ୍କଣ୍ଠା ଲାଗି ରହିଛି । ବିଭିନ୍ନ ସଂସ୍ଥ  ପକ୍ଷରୁ କରାଯାଇଥିବା ଏକ୍‌ଜିଟ ପୋଲ୍ ଅନୁସାରେ ହରିଆଣାରେ କଂଗ୍ରେସ  ଓ ଜମ୍ମୁ-କାଶ୍ମୀରରେ ଝୁଲା ସରକାର  ହେବାର ସମ୍ଭାବନା ରହିଛି । ଜମ୍ମୁ-କାଶ୍ମୀରରେ ତିନୋଟି ପର୍ଯ୍ୟାୟରେ ମତଦାନ ହୋଇଛି । ହେଲେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହୋଇଛି । ଜମ୍ମୁ-କାଶ୍ମୀର ପ୍ରଥମ ପର୍ଯ୍ୟାୟରେ ୬୧.୩୮ ପ୍ରତିଶତ, ଦ୍ବିତୀୟ ପର୍ଯ୍ୟାୟରେ ୫୭.୩୧ ପ୍ରତିଶତ ଏବଂ ତୃତୀୟ ପର୍ଯ୍ୟାୟରେ ୬୫.୪୮ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ୧୦୧   ମହିଳା ଓ ୪୬୪ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ୧୦୩୧  ପ୍ରାର୍ଥୀ ଚଳିତଥର ନିର୍ବାଚନରେ ସେମାନଙ୍କ ଭାଗ୍ୟ  ପରୀକ୍ଷା କରିଛନ୍ତି । ସେହିପରି ହରିୟ

କିଏ ଜିତିବ ହରିୟାଣା, କାହାର ହେବ ଜମ୍ମୁ-କାଶ୍ମୀର ? ଭୋଟ୍ ଗଣତି ଜାରି, ଅପରାହ୍ଣ ସୁଦ୍ଧା ଜନାଦେଶ

ନୂଆଦିଲ୍ଲୀ ୦୮/୧୦: ହରିୟାଣାରେ ବିଜେପିର ହ୍ୟାଟ୍ରିକ୍ ନା କମ୍‌ବ୍ୟାକ୍ କରିବ କଂଗ୍ରେସ । ସେପଟେ କାହାର ହେବ ଘାଟି ରାଜ୍ୟ ଜମ୍ମୁ-କାଶ୍ମୀର । ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ୍ ବାଲଟ୍ କାଉଣ୍ଟିଂ ହେଉଛି ପରେ ଇଭିଏମ୍ ଭୋଟ୍ ଗଣତି ହେବ । ସକାଳ ୮ରୁ ଭୋଟ୍ ଗଣନା ଆରମ୍ଭ ହୋଇଥିବା ମଧ୍ୟାହ୍ଣ ସୁଦ୍ଧା ଫଳାଫଳ ଚିତ୍ର ସ୍ପଷ୍ଟ ହୋଇଯିବ । ଭୋଟ୍ ଗଣତି ପାଇଁ ଦୁଇ ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି । ଲୋକସଭା ନିର୍ବାଚନ ପରେ ଏହା ପ୍ରଥମ ବଡ ରାଜନୈତିକ  ଲଢ଼େଇ ହୋଇଥିବାରୁ ଫଳାଫଳକୁ  ନେଇ ଜାତୀୟ ଦଳ ଠାରୁ ଆରମ୍ଭ କରି  ଆଞ୍ଚଳିକ ଦଳମାନଙ୍କ ଭିତରେ ବେଶ୍‌  ଉତ୍କଣ୍ଠା ଲାଗି ରହିଛି । ବିଭିନ୍ନ ସଂସ୍ଥ  ପକ୍ଷରୁ କରାଯାଇଥିବା ଏକ୍‌ଜିଟ ପୋଲ୍ ଅନୁସାରେ ହରିଆଣାରେ କଂଗ୍ରେସ  ଓ ଜମ୍ମୁ-କାଶ୍ମୀରରେ ଝୁଲା ସରକାର  ହେବାର ସମ୍ଭାବନା ରହିଛି । 

ଜମ୍ମୁ-କାଶ୍ମୀରରେ ତିନୋଟି ପର୍ଯ୍ୟାୟରେ ମତଦାନ ହୋଇଛି । ହେଲେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହୋଇଛି । ଜମ୍ମୁ-କାଶ୍ମୀର ପ୍ରଥମ ପର୍ଯ୍ୟାୟରେ ୬୧.୩୮ ପ୍ରତିଶତ, ଦ୍ବିତୀୟ ପର୍ଯ୍ୟାୟରେ ୫୭.୩୧ ପ୍ରତିଶତ ଏବଂ ତୃତୀୟ ପର୍ଯ୍ୟାୟରେ ୬୫.୪୮ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ୧୦୧   ମହିଳା ଓ ୪୬୪ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ୧୦୩୧  ପ୍ରାର୍ଥୀ ଚଳିତଥର ନିର୍ବାଚନରେ ସେମାନଙ୍କ ଭାଗ୍ୟ  ପରୀକ୍ଷା କରିଛନ୍ତି । ସେହିପରି ହରିୟାଣାରେ ୬୭.୯ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ପଷ୍ଟ ହୋଇଛି ।  

ଜମ୍ମୁ-କାଶ୍ମୀରରୁ ୨୦୧୯ରେ  ଧାରା ୩୭୦ ଉଚ୍ଛେଦ ପରେ ଏହା  ପ୍ରଥମ ନିର୍ବାଚନ । ଯଦିଓ ଏହା କେନ୍ଦ୍ର  ଶାସିତ ଅଞ୍ଚଳ ହୋଇରହିଛି ତଥାପି ବିଧାନସଭା ନିର୍ବାଚନରେ ବିଜୟୀ  ହୋଇ ‘ନୂଆ କାଶ୍ମୀର’ରେ ପ୍ରଥମଥର ପାଇଁ ସରକାର ଗଢ଼ିବାକୁ ପ୍ରମୁଖ ଦଳମାନେ ଆଶାବାଦୀ ଅଛନ୍ତି । ବିକାଶ  ଓ ଆତଙ୍କବାଦ ଦମନକୁ ମୁଖ୍ୟ ପ୍ରସଙ୍ଗ  କରି ବିଜେପି ଜନମତ ପାଇବାକୁ ଆଶା ରଖିଛି । ଅନ୍ୟପକ୍ଷରେ ଧାରା  ୩୭୦ ଉଚ୍ଛେଦ ହିଁ କଂଗ୍ରେସ-ଏନ୍‌ସି ମଧ୍ୟରେ ମେଣ୍ଟ ଗଠନକୁ ସୁଦୃଢ଼ କରିଛି । ଇଣ୍ଡିଆ ମେଣ୍ଟର ଅଂଶୀଦାର ଥିବା  ଏହି ଦୁଇଦଳ କ୍ଷମତା ଦଖଲ କରିବେ ବୋଲି  ଆଶାବାଦୀ ଅଛନ୍ତି । 

ହରିଆଣାରେ ବିଜେପି ତୃତୀୟଥର ପାଇଁ  କ୍ଷମତାକୁ ଫେରିବ ବୋଲି ଆଶାବାଦୀ ଅଛି । କିଛିମାସ  ତଳେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବା ଓ ରାଜ୍ୟରେ  ବହୁଥିବା ସରକାର ବିରୋଧୀ ହାୱାକୁ ମାତ୍‌ ଦେଇ  ବିଜେପି କ୍ଷମତାସୀନ ହେବ ବୋଲି ଆଶା ରଖିଛି ।  ଅନ୍ୟପକ୍ଷରେ ଦୀର୍ଘ ୧୦ ବର୍ଷ ହେଲା ବିରୋଧୀ  ଦଳରେ ବସିଥିବା କଂଗ୍ରେସ ଏଥର କିନ୍ତୁ ବିଜେପିକୁ ତଡି କ୍ଷମତା ଦଖଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି ।