ତେଲେଙ୍ଗାନାରେ ମିସ୍ ୱାର୍ଲ୍ଡ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ରାଜନୈତିକ ବିବାଦ

ହାଇଦ୍ରାବାଦ,୧୫।୫: ତେଲେଙ୍ଗାନାରେ ମିସ୍ ୱାର୍ଲ୍ଡ ୨୦୨୫ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ସ୍ଥାନୀୟ ମହିଳାମାନଙ୍କୁ ଦ୍ୱାରା ପ୍ରତିଯୋଗୀଙ୍କ ପାଦ ଧୋଇ ତାହାକୁ ଗାମୁଛାରେ ପୋଛାଯିବାର ଏକ କାର୍ଯ୍ୟକ୍ରମ ସାମାଜିକ ଗଣମାଧ୍ୟମରେ ତୀବ୍ର ବିରୋଧ ଓ ବିଭିନ୍ନ ରାଜନୈତିକ ଦଳଙ୍କ ମଧ୍ୟରେ ବିବାଦର କାରଣ ହୋଇଛି। ଘଟଣାଟି ଏକ ପବିତ୍ର ମନ୍ଦିର ନିକଟରେ ଆୟୋଜିତ ହୋଇଥିବା ବେଳେ, ଏହାକୁ ଅନେକେ ଅପମାନଜନକ, ଔପନିବେଶିକ ମାନସିକତାର ପ୍ରତୀକ ଏବଂ ତେଲେଙ୍ଗାନାର ମହିଳାମାନଙ୍କ ପ୍ରତି […] The post ତେଲେଙ୍ଗାନାରେ ମିସ୍ ୱାର୍ଲ୍ଡ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ରାଜନୈତିକ ବିବାଦ appeared first on Dharitri Odia News.

ତେଲେଙ୍ଗାନାରେ ମିସ୍ ୱାର୍ଲ୍ଡ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ରାଜନୈତିକ ବିବାଦ

ହାଇଦ୍ରାବାଦ,୧୫।୫: ତେଲେଙ୍ଗାନାରେ ମିସ୍ ୱାର୍ଲ୍ଡ ୨୦୨୫ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ସ୍ଥାନୀୟ ମହିଳାମାନଙ୍କୁ ଦ୍ୱାରା ପ୍ରତିଯୋଗୀଙ୍କ ପାଦ ଧୋଇ ତାହାକୁ ଗାମୁଛାରେ ପୋଛାଯିବାର ଏକ କାର୍ଯ୍ୟକ୍ରମ ସାମାଜିକ ଗଣମାଧ୍ୟମରେ ତୀବ୍ର ବିରୋଧ ଓ ବିଭିନ୍ନ ରାଜନୈତିକ ଦଳଙ୍କ ମଧ୍ୟରେ ବିବାଦର କାରଣ ହୋଇଛି।

ଘଟଣାଟି ଏକ ପବିତ୍ର ମନ୍ଦିର ନିକଟରେ ଆୟୋଜିତ ହୋଇଥିବା ବେଳେ, ଏହାକୁ ଅନେକେ ଅପମାନଜନକ, ଔପନିବେଶିକ ମାନସିକତାର ପ୍ରତୀକ ଏବଂ ତେଲେଙ୍ଗାନାର ମହିଳାମାନଙ୍କ ପ୍ରତି ଅସମ୍ମାନ ବୋଲି ଅଭିଯୋଗ କରିଛନ୍ତି। ବିଆରଏସ (ଭାରତ ରାଷ୍ଟ୍ର ସମିତି) ଏହି ଘଟଣାକୁ “ତେଲେଙ୍ଗାନାର ମହିଳାମାନଙ୍କ ପ୍ରତି ଅପମାନ” ବୋଲି ଦୋଷାରୋପ କରି ରାଜ୍ୟର କଂଗ୍ରେସ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି।

ସାମାଜିକ ଗଣମାଧ୍ୟମରେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ, ବିଆରଏସ ନେତା ଓ ଅନ୍ୟାନ୍ୟ ବିରୋଧୀ ନେତାମାନେ ଏହାକୁ “ଜାତିବାଦୀ ଓ ଔପନିବେଶିକ” ବୋଲି ବର୍ଣ୍ଣନା କରିଛନ୍ତି। ବିଆରଏସ ନେତ୍ରୀ ଅର୍ପିତା ରାଓ ରାଜ୍ୟ ସରକାରଙ୍କ ଅଧିକାରୀ ଜୟେଶ ରଞ୍ଜନଙ୍କୁ ସିଧାସିଧା ନିଶାନା କରି ଏହାକୁ “ଅଗ୍ରହଣୀୟ ଓ ଲଜ୍ଜାଜନକ” ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ରାଜ୍ୟର ସଂସ୍କୃତିକୁ ଗୌରବାନ୍ୱିତ ଭାବେ ପ୍ରଦର୍ଶନ କରିବା ବଦଳରେ ଏହା ମହିଳାମାନଙ୍କୁ ଅବମାନନା କରିଛି।

 

View this post on Instagram

 

A post shared by Miss World (@missworld)

ଅନ୍ୟପକ୍ଷରେ, ଏହି କାର୍ଯ୍ୟକ୍ରମକୁ ସଂସ୍କୃତିକ ଅତିଥ୍ୟର ଏକ ଅଙ୍ଗ ବୋଲି କେତେକ ଅଧିକାରୀ ଦାବି କରିଛନ୍ତି। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ ଝିଅ ମିସ୍ ୱାର୍ଲ୍ଡ ପ୍ରତିଯୋଗୀମାନଙ୍କ ସହ ରାତ୍ରିଭୋଜନରେ ଅଂଶଗ୍ରହଣ କରିଥିବା ବେଳେ, ଏହି ଘଟଣା ଅଧିକ ବିବାଦକୁ ଜନ୍ମ ଦେଇଛି।

ସାମାଜିକ ଗଣମାଧ୍ୟମରେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଜଣେ ଏକ୍ସ ବ୍ୟବହାରକାରୀ ଏହାକୁ “ଜାତୀୟ ଅପମାନ” ବୋଲି ଅଭିହିତ କରି କହିଛନ୍ତି, “ବିଦେଶୀଙ୍କ ପାଇଁ ଲାଲ ଗାଲିଚା ଓ ଭାରତୀୟ ମହିଳାଙ୍କ ପାଇଁ ଲାଲ ମୁହଁ।” ଅନ୍ୟମାନେ ଏହାକୁ ମହିଳା ସଶକ୍ତିକରଣ ନୁହେଁ, ବରଂ “ରାଜକୀୟ ଦାସତ୍ୱ” ବୋଲି ସମାଲୋଚନା କରିଛନ୍ତି।

The post ତେଲେଙ୍ଗାନାରେ ମିସ୍ ୱାର୍ଲ୍ଡ ପ୍ରତିଯୋଗୀଙ୍କ ପାଦ ଧୋଇବା ଘଟଣାକୁ ନେଇ ରାଜନୈତିକ ବିବାଦ appeared first on Dharitri Odia News.