IPL 2025: ଋଷଭଙ୍କ ଫ୍ଲପ୍ ଶୋ ଜାରି, ପଞ୍ଜାବକୁ ୧୭୨ ରନ ଟାର୍ଗେଟ୍ ଦେଲା ଲକ୍ଷ୍ନୌ

ଲକ୍ଷ୍ନୌ:  ଆଇପିଏଲ୍ ୨୦୨୫ର ୧୩ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ପଞ୍ଜାବ କିଙ୍ଗ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୭୧ ରନ କରିଛି। ମ୍ୟାଚ୍ ଜିତିବା ପାଇଁ ପଞ୍ଜାବ ସାମ୍ନାରେ ୧୭୩ ରନର ବିଜୟ ଲକ୍ଷ୍ୟ ରହିଛି। ଏଲଏସଜି ପାଇଁ ନିକୋଲାସ ପୂରନ ୪୪ ରନ କରିଥିବା ଆୟୁଷ ବଦୋନି ୪୧ ରନ କରିଛନ୍ତି। ଶେଷ ଆଡ଼କୁ ଅବଦୁଲ ସାମଦ ବିସ୍ଫୋରକ ୨୭ ରନ କରିବାରୁ ଲକ୍ଷ୍ନୌ ଏହି ସ୍କୋରରେ ପହଞ୍ଚି ପାରିଛି। ବୋଲିଂରେ ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି। ଲକ୍ଷ୍ନୌ ପକ୍ଷରୁ ଅଧିନାୟକ ଋଷଭ ପନ୍ତ ପୁଣି ଥରେ ନିରାଶ କରିଛନ୍ତି।ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଲକ୍ଷ୍ନୌ। ଦଳ ୧ ରନ ସ୍କୋରରେ ମିଚେଲ୍ ମାର୍ଶ(୦)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଭଲ ବ୍ୟାଟିଂ କରୁଥିବା ଆଡନ ମାରକ୍ରମ ୨୮ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ଋଷଭ ପନ୍ତ ନିଜର ଖରାପ ଫର୍ମ ଜାରି ରଖି ମାତ୍ର ୨ ରନ କରି ପାଭିଲିୟନ ଫେରିଥିଲେ। ମଧ୍ୟକ୍ରମରେ ନିକୋଲାସ ପୂରନ ଓ ଆୟୂଷ ବାଦୋନି ଇନିଂସ ସମ୍ଭାଳିଥିଲେ। ନିକୋଲାସ ପୂରନ ୩୦ ବଲରୁ ୫ ଚୌକା ଓ ୨ ଛକା ଜରିଆରେ ୪୪ ରନ କରିଥିଲେ। ଡେଭିଡ୍ ମିଲର ଧିମା ୧୯ ରନ କରିଥିଲେ। ଆୟୂଷ ବାଦୋନି କ୍ରିଜରେ ସେଟ୍ ହୋଇଥିଲେ ହେଁ ବିସ୍ଫୋରକ ବ୍ୟାଟିଂ କରିବାରେ ବିଫଳ ହୋଇଥିଲେ। ସେ ୩୩ ବଲର

IPL 2025: ଋଷଭଙ୍କ ଫ୍ଲପ୍ ଶୋ ଜାରି, ପଞ୍ଜାବକୁ ୧୭୨ ରନ ଟାର୍ଗେଟ୍ ଦେଲା ଲକ୍ଷ୍ନୌ

ଲକ୍ଷ୍ନୌ:  ଆଇପିଏଲ୍ ୨୦୨୫ର ୧୩ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ପଞ୍ଜାବ କିଙ୍ଗ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୭୧ ରନ କରିଛି। ମ୍ୟାଚ୍ ଜିତିବା ପାଇଁ ପଞ୍ଜାବ ସାମ୍ନାରେ ୧୭୩ ରନର ବିଜୟ ଲକ୍ଷ୍ୟ ରହିଛି। ଏଲଏସଜି ପାଇଁ ନିକୋଲାସ ପୂରନ ୪୪ ରନ କରିଥିବା ଆୟୁଷ ବଦୋନି ୪୧ ରନ କରିଛନ୍ତି। ଶେଷ ଆଡ଼କୁ ଅବଦୁଲ ସାମଦ ବିସ୍ଫୋରକ ୨୭ ରନ କରିବାରୁ ଲକ୍ଷ୍ନୌ ଏହି ସ୍କୋରରେ ପହଞ୍ଚି ପାରିଛି। ବୋଲିଂରେ ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଛନ୍ତି। ଲକ୍ଷ୍ନୌ ପକ୍ଷରୁ ଅଧିନାୟକ ଋଷଭ ପନ୍ତ ପୁଣି ଥରେ ନିରାଶ କରିଛନ୍ତି।

ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଲକ୍ଷ୍ନୌ। ଦଳ ୧ ରନ ସ୍କୋରରେ ମିଚେଲ୍ ମାର୍ଶ(୦)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଭଲ ବ୍ୟାଟିଂ କରୁଥିବା ଆଡନ ମାରକ୍ରମ ୨୮ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ଋଷଭ ପନ୍ତ ନିଜର ଖରାପ ଫର୍ମ ଜାରି ରଖି ମାତ୍ର ୨ ରନ କରି ପାଭିଲିୟନ ଫେରିଥିଲେ। ମଧ୍ୟକ୍ରମରେ ନିକୋଲାସ ପୂରନ ଓ ଆୟୂଷ ବାଦୋନି ଇନିଂସ ସମ୍ଭାଳିଥିଲେ। 

ନିକୋଲାସ ପୂରନ ୩୦ ବଲରୁ ୫ ଚୌକା ଓ ୨ ଛକା ଜରିଆରେ ୪୪ ରନ କରିଥିଲେ। ଡେଭିଡ୍ ମିଲର ଧିମା ୧୯ ରନ କରିଥିଲେ। ଆୟୂଷ ବାଦୋନି କ୍ରିଜରେ ସେଟ୍ ହୋଇଥିଲେ ହେଁ ବିସ୍ଫୋରକ ବ୍ୟାଟିଂ କରିବାରେ ବିଫଳ ହୋଇଥିଲେ। ସେ ୩୩ ବଲରୁ ୪୧ ରନ କରି ପାଭିଲିୟ ଫେରିଥିଲେ। ଶେଷ ଆଡ଼କୁ ଅବଦୁଲ ସାମଦ ୧୨ ବଲରୁ ୨୭ ରନ କରିବାରୁ ଲକ୍ଷ୍ନୌ ୭ ଓ୍ଵିକେଟ୍ ହରାଇ ୧୭୧ ରନ କରି ପାରିଛି। 

ବୋଲିଂରେ ଅର୍ଶଦୀପ ସିଂ ୪୩ ରନ ଦେଇ ସର୍ବାଧିକ ୩ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଲୋକି ଫର୍ଗ୍ୟୁସନ, ଗ୍ଲେନ ମ୍ୟାକ୍ସଓ୍ଵେଲ, ମାର୍କୋ ଜନସେନ ଓ ୟୁଜବେନ୍ଦ୍ର ଚହଲ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।