ଚିରାଗ ପାସ୍‌ୱାନ୍‌ଙ୍କ ସହ ଫଟୋ ଭାଇରାଲ ପରେ କଙ୍ଗନା କହିଲେ “ଦୟାକରି ଆମକୁ ସଂସଦରେ ଏକୁଟିଆ ଛାଡିଦିଅନ୍ତୁ”

ଅଭିନେତା ଚିରାଗ ପାସ୍‌ୱାନଙ୍କ ସହ କଙ୍ଗନାଙ୍କ ଫଟୋ ଭାଇରାଲ ହେବା ପରେ ଅଭିନେତ୍ରୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାକୁ ନେଇ ସେ କ’ଣ କହିଛନ୍ତି ଜାଣନ୍ତୁ।

ଚିରାଗ ପାସ୍‌ୱାନ୍‌ଙ୍କ ସହ ଫଟୋ ଭାଇରାଲ ପରେ କଙ୍ଗନା କହିଲେ “ଦୟାକରି ଆମକୁ ସଂସଦରେ ଏକୁଟିଆ ଛାଡିଦିଅନ୍ତୁ”

୨୦୨୪ ଲୋକସଭା ନିର୍ବାଚନରେ ​​ଜିତିବା ପରେ କଙ୍ଗନା ରାଣାୱତ ଖବରରେ ରହି ଆସିଛନ୍ତି। ଆଜିକାଲି ସେ ତାଙ୍କର ଆଗାମୀ ଫିଲ୍ମ ‘ଏମର୍ଜେନ୍ସୀ’ର ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏହାରି ଭିତିରେ, ସେ ତାଙ୍କ ‘ମିଲି ନା ମିଲି ହମ୍‌ କୋ’ର ସହ-ତାରକା ଅଭିନେତା ଚିରାଗ ପାସ୍‌ୱାନଙ୍କ ସହ ଭାଇରାଲ ଫଟୋକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ଯାହାଙ୍କୁ ସେ ସଂସଦରେ ଭେଟିଥିଲେ ଏବଂ ସୋସିଆଲ ମିଡିଆରେ ସେମାନଙ୍କ ଏହି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା।

Kangana ranaut reaction on viral photo with chirag paswanସୋସିଆଲ ମିଡିଆରେ ଫଟୋ ଭାଇରାଲ

ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଅଭିନେତ୍ରୀ ହସି ହସି କହିଛନ୍ତି, “ଦୟାକରି ଆମକୁ ସଂସଦରେ ଏକୁଟିଆ ଛାଡିଦିଅନ୍ତୁ। ମୁଁ ଚିରାଗଙ୍କୁ ବହୁତ ଦିନରୁ ଜାଣିଛି। ସେ ଜଣେ ଭଲ ବନ୍ଧୁ ଏବଂ ଲୋକମାନେ ତାଙ୍କ ପଛରେ ପଡିଯାଇଛନ୍ତି କାରଣ ସେ ମତେ ଅନେକ ସମୟ ହସାଇଛନ୍ତି। ବର୍ତ୍ତମାନ ସେ ମୋତେ ଦେଖିବା ପରେ କେବଳ ତାଙ୍କ ରାସ୍ତା ପରିବର୍ତ୍ତନ କରିଦେଉଛନ୍ତି।”

ଏହାପୂର୍ବରୁ ଏକ ଟିଭି ଚ୍ୟାନେଲର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କଙ୍ଗନାଙ୍କ ବନ୍ଧୁ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାସ୍‌ୱାନ୍ କହିଥିଲେ ଯେ “କଙ୍ଗନା ନିଶ୍ଚିତ ଭାବରେ ମୋର ଭଲ ବନ୍ଧୁ ଏବଂ ମୁଁ ବିଶ୍ୱାସ କରେ ଯେ ସେ ମଧ୍ୟ ଜଣେ ଦୃଢ ଇଚ୍ଛାଶକ୍ତିଧାରୀ ମହିଳା।” ଅଭିନେତ୍ରୀଙ୍କୁ ଜଣେ ପୁରୁଣା ବନ୍ଧୁ ଭାବରେ ବର୍ଣ୍ଣନା କରି ସେ କହିଛନ୍ତି, “କଙ୍ଗନାଙ୍କର ମଧ୍ୟ ନିଜର ମତ ରହିଛି ଏବଂ ସେ ସେଗୁଡିକୁ ପ୍ରକାଶ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ।”

Kangana ranaut reaction on viral photo with chirag paswanଚିରାଗ ପାସ୍‌ୱାନଙ୍କ ସହ କଙ୍ଗନା

ଜଣେ ନିଶ୍ଚିତ ଭାବରେ ତାଙ୍କ ଚିନ୍ତାଧାରାକୁ ନେଇ ସହମତ କିମ୍ବା ଅସହମତ ହୋଇପାରେ। କିନ୍ତୁ ଆଜି ଯେତେବେଳେ ସେ ରାଜନୀତି ଜଗତରେ ଅଛନ୍ତି, ତାଙ୍କୁ ନିଶ୍ଚୟ ଚିନ୍ତା କରିବାର ଅଛି। କିନ୍ତୁ, ମୁଁ ଏଥିରେ ହସ୍ତକ୍ଷେପ କରିବାକୁ ଯାଉ ନାହିଁ। ଏହା ହେଉଛି ଭାରତୀୟ ଜନତା ପାର୍ଟିର ନିଜସ୍ୱ ବିଷୟ।”

କହିବାକୁ ଗଲେ, କଙ୍ଗନା ରାଣାୱତ ଏବଂ ଚିରାଗ ପାସ୍‌ୱାନ ୨୦୧୧ର ଫିଲ୍ମ ‘ମିଲେ ନା ମିଲେ ହମ୍’ରେ କାମ କରିଥିଲେ, ଯାହା ତନବୀର ଖାନଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା। ଏହା ପରେ କଙ୍ଗନା ‘କ୍ୱିନ୍’ ଏବଂ ‘ତନୁ ୱେଡସ୍ ମନୁ’ ଭଳି ଫିଲ୍ମ ଦେଇ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିଲେ, ଯେତେବେଳେ କି ‘ମିଲେ ନା ମିଲେ ହମ୍’ ଚିରାଗଙ୍କର ଶେଷ ଫିଲ୍ମ ଥିଲା, ଯାହା ଏକ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା।