ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା କରାଯାଇଥିବା ଦର୍ଶାଇ ହାଇକୋର୍ଟ ଏହାକୁ ବୁଧବାର ଖାରଜ କରିଛନ୍ତି। ଏଥିସହ ଆବେଦନକାରୀ ଭାଗ୍ୟଧର ବେହେରାଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ଭାବେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭାଗ୍ୟଧର ଆସନ୍ତା ୩ ସପ୍ତାହ ମଧ୍ୟରେ ହାଇକୋର୍ଟ ବାର୍‌ ଆସୋସିଏଶନର ଓକିଲ କଲ୍ୟାଣ ପାଣ୍ଠିରେ ଜରିମାନା ରାଶି ଜମା କରିବାକୁ […] The post ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା appeared first on Dharitri Odia News.

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା କରାଯାଇଥିବା ଦର୍ଶାଇ ହାଇକୋର୍ଟ ଏହାକୁ ବୁଧବାର ଖାରଜ କରିଛନ୍ତି। ଏଥିସହ ଆବେଦନକାରୀ ଭାଗ୍ୟଧର ବେହେରାଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ଭାବେ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭାଗ୍ୟଧର ଆସନ୍ତା ୩ ସପ୍ତାହ ମଧ୍ୟରେ ହାଇକୋର୍ଟ ବାର୍‌ ଆସୋସିଏଶନର ଓକିଲ କଲ୍ୟାଣ ପାଣ୍ଠିରେ ଜରିମାନା ରାଶି ଜମା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି।
ସୂଚନାନୁସାରେ, ୨୦୧୯ ରାଜ୍ୟ ସଭା ନିର୍ବାଚନରେ ଅଶ୍ୱିନୀ ବୈଷ୍ଣବ ନିଜ ନାମାଙ୍କନପତ୍ରରେ ତଥ୍ୟ ଲୁଚାଇଥିବା ଅଭିଯୋଗ କରି ଭାଗ୍ୟଧର ହାଇକୋର୍ଟରେ ଏହି ମାମଲା ଦାଏର କରିଥିଲେ। ନାମାଙ୍କନ ସମୟରେ ଅଶ୍ୱିନୀ ସରକାରଙ୍କ ଅଧୀନରେ ଚୁକ୍ତି ଭିତ୍ତିରେ କାର୍ଯ୍ୟ କରୁଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଥିଲେ। ତେବେ ମାମଲାର ଶୁଣାଣି ଚାଲିଥିବା ବେଳେ ଅଶ୍ୱିନୀ ବୈଷ୍ଣବଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଥିଲା। ସରକାରଙ୍କ ଅଧୀନରେ ନୁହେଁ, ବରଂ ଅଶ୍ୱିନୀ ଏକ ଘରୋଇ ସଂସ୍ଥାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ନାମାଙ୍କନପତ୍ର ଦାଖଲ ବେଳକୁ ସେ ଇସ୍ତଫା ଦେଇସାରିଥିଲେ। ତାଙ୍କ ଇସ୍ତଫା ନେଇ ରେଜିଷ୍ଟ୍ରର ଅଫ କମ୍ପାନୀଜ୍‌କୁ ମଧ୍ୟ ଅବଗତ କରାଯାଇଥିଲା ବୋଲି ଅଶ୍ୱିନୀଙ୍କ ପକ୍ଷରୁ ତାଙ୍କ ଓକିଲ ହାଇକୋର୍ଟଙ୍କୁ ଅବଗତ କରିଥିଲେ। ଏଥିସହ ଏ ସଂକ୍ରାନ୍ତୀୟ ତଥ୍ୟ ମଧ୍ୟ ଉପସ୍ଥାପନ କରାଯାଇଥିଲା। ତେବେ ୨୦୧୯  ରାଜ୍ୟ ସଭା ନିର୍ବାଚନ ଶେଷ ହୋଇ ୨୦୨୪ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ପରେ ଏଭଳି ଅଭିଯୋଗ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କୋର୍ଟ ଅନୁଭବ କରିଥିଲେ। ସେଥିପାଇଁ ଆବେଦନକାରୀ ଭାଗ୍ୟଧରଙ୍କ ଉପରେ ଜରିମାନା ଲାଗୁ କରାଯାଉଛି ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

The post ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା appeared first on Dharitri Odia News.