ନମାଜ ପଢ଼ୁଥିବା ଲୋକଙ୍କୁ ଗୋଇଠା ମାରି ପୋଲିସ ଅଫିସର ନିଲମ୍ବିତ
ନୂଆଦିଲ୍ଲୀ,୯।୩: ଉତ୍ତର ଦିଲ୍ଲୀର ଇନ୍ଦରଲୋକ ଅଞ୍ଚଳରେ ରାସ୍ତାରେ ନମାଜ ପାଠ କରୁଥିବା କେତେକ ଲୋକଙ୍କୁ ଗୋଇଠା ମାରିଥିବା ଜଣେ ସବ୍ଇନ୍ସପେକ୍ଟରଙ୍କୁ ଦିଲ୍ଲୀ ପୋଲିସ ଶୁକ୍ରବାର ନିଲମ୍ବନ କରିଛି। ଅପରାହ୍ନ ୨ଟା ସମୟରେ ଇନ୍ଦରଲୋକ ମେଟ୍ରୋ ଷ୍ଟେଶନ ନିକଟରେ ଲୋକମାନେ ‘ଜୁମେ କି ନମାଜ’(ଶୁକ୍ରବାରର ନମାଜ ପାଠ) କରୁଥିବାବେଳେ ପୋଲିସ ଅଫିସର ଜଣଙ୍କ ସେମାନଙ୍କୁ ଗୋଇଠା ମାରିଥିଲେ। ଉକ୍ତ ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଭିଯୁକ୍ତ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ […] The post ନମାଜ ପଢ଼ୁଥିବା ଲୋକଙ୍କୁ ଗୋଇଠା ମାରି ପୋଲିସ ଅଫିସର ନିଲମ୍ବିତ appeared first on Dharitri Odia News.
ନୂଆଦିଲ୍ଲୀ,୯।୩: ଉତ୍ତର ଦିଲ୍ଲୀର ଇନ୍ଦରଲୋକ ଅଞ୍ଚଳରେ ରାସ୍ତାରେ ନମାଜ ପାଠ କରୁଥିବା କେତେକ ଲୋକଙ୍କୁ ଗୋଇଠା ମାରିଥିବା ଜଣେ ସବ୍ଇନ୍ସପେକ୍ଟରଙ୍କୁ ଦିଲ୍ଲୀ ପୋଲିସ ଶୁକ୍ରବାର ନିଲମ୍ବନ କରିଛି। ଅପରାହ୍ନ ୨ଟା ସମୟରେ ଇନ୍ଦରଲୋକ ମେଟ୍ରୋ ଷ୍ଟେଶନ ନିକଟରେ ଲୋକମାନେ ‘ଜୁମେ କି ନମାଜ’(ଶୁକ୍ରବାରର ନମାଜ ପାଠ) କରୁଥିବାବେଳେ ପୋଲିସ ଅଫିସର ଜଣଙ୍କ ସେମାନଙ୍କୁ ଗୋଇଠା ମାରିଥିଲେ। ଉକ୍ତ ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଭିଯୁକ୍ତ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ସେଠାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ସବ୍ଇନ୍ସପେକ୍ଟରଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହ ତାଙ୍କ ବିରୋଧରେ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଡିସିପି(ଉତ୍ତର) ଏମ୍.କେ. ମୀନା କହିଛନ୍ତି।
The post ନମାଜ ପଢ଼ୁଥିବା ଲୋକଙ୍କୁ ଗୋଇଠା ମାରି ପୋଲିସ ଅଫିସର ନିଲମ୍ବିତ appeared first on Dharitri Odia News.