୫ ଦିନ ହେବ ଅନ୍ଧାରରେ ୫୦ରୁ ଊର୍ଦ୍ଧ୍ୱ ପରିବାର
କୋରୁକୋଣ୍ଡା,୨୩ା୩(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦାଶିବପୁର ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ପରିବାର ଆଜକୁ ୫ ଦିନ ହେବ ଅନ୍ଧାରରେ ରାତ୍ରିଯାପନ କରୁଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, କିଛିଦିନ ତଳେ ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ଆସିଥିବା ସମୟରେ ଗ୍ରାମରୁ ବିଜୁଳି ଚାଲିଯାଇଥିଲା। ତା’ପର ଦିନ ଗ୍ରାମବାସୀ ବିଦ୍ୟୁତ ବିଭାଗକୁ ଖବର ଦେବା ପରେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଆସି ଠିକ୍ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କୌଣସି କାରଣବଶତଃ ଗୋଟିଏ ଫେଜ୍ କାମ କରୁଛି […] The post ୫ ଦିନ ହେବ ଅନ୍ଧାରରେ ୫୦ରୁ ଊର୍ଦ୍ଧ୍ୱ ପରିବାର appeared first on Dharitri Odia News.
କୋରୁକୋଣ୍ଡା,୨୩ା୩(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦାଶିବପୁର ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ପରିବାର ଆଜକୁ ୫ ଦିନ ହେବ ଅନ୍ଧାରରେ ରାତ୍ରିଯାପନ କରୁଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, କିଛିଦିନ ତଳେ ଜିଲାର କିଛି ଅଞ୍ଚଳରେ କାଳବୈଶାଖୀ ଆସିଥିବା ସମୟରେ ଗ୍ରାମରୁ ବିଜୁଳି ଚାଲିଯାଇଥିଲା। ତା’ପର ଦିନ ଗ୍ରାମବାସୀ ବିଦ୍ୟୁତ ବିଭାଗକୁ ଖବର ଦେବା ପରେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଆସି ଠିକ୍ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କୌଣସି କାରଣବଶତଃ ଗୋଟିଏ ଫେଜ୍ କାମ କରୁଛି ଅନ୍ୟଟି କାମ କରୁନି କହି ବିଭାଗୀୟ କର୍ମୀମାନେ ଚାଲିଯାଇଥିଲେ ଏବଂ ନୂଆ ଟ୍ରାନ୍ସଫର୍ମର ଆସିଲେ ହେବ ବୋଲି କହିଥିଲେ। ସେହିଦିନଠାରୁ ଗ୍ରାମର କିଛି ଘରେ ବିଜୁଳିବତୀ ଜଳୁଥିବା ବେଳେ ପ୍ରାୟ ଅଧିକାଂଶ ପରିବାର ଅନ୍ଧାରରେ ଚାଲୁଛନ୍ତି। ଏନେଇ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା ଗ୍ରାମବାସୀ କହିଛନ୍ତି।
ସୂଚନାଥାଉକି, ଜିଲାର ସଦାଶିବପୁର ଗ୍ରାମଟି ବାଲିମେଳା ଜଳବିଦ୍ୟୁତ୍ କେନ୍ଦ୍ରଠାରୁ ମାତ୍ର ୮କିମି ଦୂରରେ ଅବସ୍ଥିତ ଥିବା ବେଳେ ଦୀପତଳ ଅନ୍ଧାର ପରି ସେହି ଗ୍ରାମର ଅବସ୍ଥା ଏମିତି। ଏନେଇ ବିଜୁଳି ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ନ ଥିଲା।
ଜଳବିଦ୍ୟୁତ୍ କେନ୍ଦ୍ରଠାରୁ ମାତ୍ର ୮କିମି ଦୂରରେ ଅବସ୍ଥିତ ରହିଥିବା ବେଳେ ସେହି ଗ୍ରାମର ଅବସ୍ଥା ଯଦି ଏମିତି ତେବେ ଅନ୍ୟ ଅଞ୍ଚଳ କଥା ପଚାରେ କିଏ। ସାକାର ହିତାଧିକାରୀଙ୍କ ସୁବିଧା ଏବଂ ଉନ୍ନତମାନର ବିଜୁଳି ସେବା ପାଇବା ପାଇଁ ବିଜୁଳି ବିଭାଗକୁ ଘରୋଇ କାରଣ କରିଛନ୍ତି। ହେଲେ ପୂର୍ବଠାରୁ ବିଜୁଳି ସମସ୍ୟା ବଳିପଡ଼ିଲାଣି। ଏନେଇ ବିଜୁଳି ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବପର ହୋଇ ନ ଥିଲା। ଆଗାମୀ ଦିନରେ ଦେଖିବାକୁ ବାକି ରହିଲା କେବେ ବିଜୁଳି ପାଉଛନ୍ତି ସଦାଶିବପୁରବାସୀ।
The post ୫ ଦିନ ହେବ ଅନ୍ଧାରରେ ୫୦ରୁ ଊର୍ଦ୍ଧ୍ୱ ପରିବାର appeared first on Dharitri Odia News.