ରାଜ୍ୟ ସଭାରେ ରାଗିଗଲେ ଜଗଦୀପ ଧନଖର: କଂଗ୍ରେସ ଏମ୍ପିଙ୍କୁ ଦେଲେ ଗାଳି
ନୂଆଦିଲ୍ଲୀ,୧।୭: ରାଜ୍ୟ ସଭାରେ ସୋମବାର ମଧ୍ୟ ହଟ୍ଟଗୋଳ ଜାରି ରହିଛି। କଂଗ୍ରେସ ଏମ୍ପି ପ୍ରମୋଦ ତିୱାରୀ କହିଛନ୍ତି, ଯେତେବେଳେ ବିରୋଧୀ ଏମ୍ପିମାନେ କୁହନ୍ତି, ମାଇକ ବନ୍ଦ ହୋଇଯାଏ। ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଗଦୀପ ଧନଖର କହିଛନ୍ତି, ଏହି ମାଇକ ବନ୍ଦ କରିବାକୁ କାହାର ଅଧିକାର ନାହିଁ। ଏଭଳି ବିବୃତ୍ତି ଦେଇ ସଂସଦ ଅପମାନିତ ହେଉଛି। ମାଇକ ଟେକ୍ନୋଲୋଜି ମାଧ୍ୟମରେ ଚାଲେ, କେହି ମାଇକ ବନ୍ଦ କରନ୍ତି ନାହିଁ। […] The post ରାଜ୍ୟ ସଭାରେ ରାଗିଗଲେ ଜଗଦୀପ ଧନଖର: କଂଗ୍ରେସ ଏମ୍ପିଙ୍କୁ ଦେଲେ ଗାଳି appeared first on Dharitri Odia News.
ନୂଆଦିଲ୍ଲୀ,୧।୭: ରାଜ୍ୟ ସଭାରେ ସୋମବାର ମଧ୍ୟ ହଟ୍ଟଗୋଳ ଜାରି ରହିଛି। କଂଗ୍ରେସ ଏମ୍ପି ପ୍ରମୋଦ ତିୱାରୀ କହିଛନ୍ତି, ଯେତେବେଳେ ବିରୋଧୀ ଏମ୍ପିମାନେ କୁହନ୍ତି, ମାଇକ ବନ୍ଦ ହୋଇଯାଏ। ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନଖର ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଜଗଦୀପ ଧନଖର କହିଛନ୍ତି, ଏହି ମାଇକ ବନ୍ଦ କରିବାକୁ କାହାର ଅଧିକାର ନାହିଁ। ଏଭଳି ବିବୃତ୍ତି ଦେଇ ସଂସଦ ଅପମାନିତ ହେଉଛି। ମାଇକ ଟେକ୍ନୋଲୋଜି ମାଧ୍ୟମରେ ଚାଲେ, କେହି ମାଇକ ବନ୍ଦ କରନ୍ତି ନାହିଁ।
ରାଜ୍ୟ ସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ମାଇକ ବନ୍ଦ ହେଉଥିବା ଅଭିଯୋଗ କରିଥିଲେ। ଅଧ୍ୟକ୍ଷ ଏହାକୁ ବିରୋଧ କରିଥିଲେ। ଜଗଦୀପ ଧନଖର ମଲ୍ଲିକାର୍ଜୁନ ଖାର୍ଜଙ୍କୁ ପଚାରିଥିଲେ ଯେ ଖାର୍ଗେ ଜୀ, ଆପଣ ବିଶ୍ୱାସ କରନ୍ତି କି ମାଇକ ବନ୍ଦ ହୋଇଯାଉଛି। ଆପଣଙ୍କର ୫୪ ବର୍ଷର ଅଭିଜ୍ଞତା ଅଛି। ଲୋକମାନେ ଆପଣଙ୍କଠାରୁ ଶିଖନ୍ତି। ଏଭଳି ମନ୍ତବ୍ୟ ମନ୍ତବ୍ୟ ଦେବା ଅଶୋଭନୀୟ।
The post ରାଜ୍ୟ ସଭାରେ ରାଗିଗଲେ ଜଗଦୀପ ଧନଖର: କଂଗ୍ରେସ ଏମ୍ପିଙ୍କୁ ଦେଲେ ଗାଳି appeared first on Dharitri Odia News.