ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଉନ୍ନୟନ କମିଟି
କର୍ଲାମୁଣ୍ଡା,୨୯ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଉନ୍ନୟନ କମିଟି ପକ୍ଷରୁ ଭୁବନେଶ୍ୱରଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ କର୍ଲାମୁଣ୍ଡା ବ୍ଲକରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏଥିରେ ଭବାନୀପାଟଣା ପୂର୍ବତନ ବିଧାୟକ ପ୍ରଦୀପ୍ତ ନାଏକ, କର୍ଲାମୁଣ୍ଡା ବ୍ଲକ ଉନ୍ନୟନ କମିଟି ସଭାପତି ଦୟାନିଧି ସାହୁ, ସମ୍ପାଦକ ଗୋବିନ୍ଦ ଶଙ୍କର ସାହୁ, ନବୀନ କିଶୋର ସାହୁ,ପୁଷ୍ପକାନ୍ତି କୁମାର, ବିଘ୍ନରାଜ ସାହୁ, ଗଣେଶ କୁମାର, ବନମାଳୀ […] The post ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଉନ୍ନୟନ କମିଟି appeared first on Dharitri Odia News.
କର୍ଲାମୁଣ୍ଡା,୨୯ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଉନ୍ନୟନ କମିଟି ପକ୍ଷରୁ ଭୁବନେଶ୍ୱରଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ କର୍ଲାମୁଣ୍ଡା ବ୍ଲକରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏଥିରେ ଭବାନୀପାଟଣା ପୂର୍ବତନ ବିଧାୟକ ପ୍ରଦୀପ୍ତ ନାଏକ, କର୍ଲାମୁଣ୍ଡା ବ୍ଲକ ଉନ୍ନୟନ କମିଟି ସଭାପତି ଦୟାନିଧି ସାହୁ, ସମ୍ପାଦକ ଗୋବିନ୍ଦ ଶଙ୍କର ସାହୁ, ନବୀନ କିଶୋର ସାହୁ,ପୁଷ୍ପକାନ୍ତି କୁମାର, ବିଘ୍ନରାଜ ସାହୁ, ଗଣେଶ କୁମାର, ବନମାଳୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କମିଟି ପକ୍ଷରୁ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଓ ରାଜସ୍ବ ମନ୍ତ୍ରୀଙ୍କୁ ସାକ୍ଷାତ କରି ବ୍ଲକରେ ଶିକ୍ଷା ଓ ରାଜସ୍ବ ବିଭାଗର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ।
The post ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଉନ୍ନୟନ କମିଟି appeared first on Dharitri Odia News.