ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ
ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଜ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ପାଟପୁର ଥାନା ଅନ୍ତର୍ଗତ କଂସାମାରି ଗ୍ରାମର ଡ଼ି.ସବିତା ଦୋରା(୪୫) ଓ ଅନ୍ୟ ଜଣେ ନୂଆ କଂସାମାରି ର ଡ଼ି. ସୁରେନ୍ଦ୍ର ଦୋରା(୫୫)। ଉଭୟ ଅଭିଯୁକ୍ତଙ୍କୁ ପ୍ରତ୍ୟେକ ୧୦ […] The post ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ appeared first on Dharitri Odia News.
ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଜ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ପାଟପୁର ଥାନା ଅନ୍ତର୍ଗତ କଂସାମାରି ଗ୍ରାମର ଡ଼ି.ସବିତା ଦୋରା(୪୫) ଓ ଅନ୍ୟ ଜଣେ ନୂଆ କଂସାମାରି ର ଡ଼ି. ସୁରେନ୍ଦ୍ର ଦୋରା(୫୫)। ଉଭୟ ଅଭିଯୁକ୍ତଙ୍କୁ ପ୍ରତ୍ୟେକ ୧୦ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।ଅନ୍ୟପଟେ ଏହି ମାମଲାରେ ଗିରଫ ହୋଇ ଜେଲ ଯାଇଥିବା ହଞ୍ଜିଳି ଥାନା ଅନ୍ତର୍ଗତ କରାଖଣ୍ଡିର ପପୁ ସେଠି ଜାମିନରେ ଥିବା ବେଳେ ରାୟ ପ୍ରକାଶ ବେଳେ କୋର୍ଟରେ ହାଜର ହୋଇ ନ ଥିଲେ। ଏଣୁ ତାଙ୍କ ରାୟ ସଂରକ୍ଷିତ ରଖାଯାଇଛି। ସେ କୋର୍ଟରେ ହାଜର ହୋଇ ନ ଥିବାରୁ ତାଙ୍କ ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରିଛି। ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୨୨ରେ ପାଟପୁର ପୋଲିସ ଏକ କାର ଭିତରୁ ୨୪୩ କେଜି ଗଞ୍ଜେଇ ଜବତ କରିଥିଲା। ସେହିପରି ଉପରୋକ୍ତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ପପୁ ସେଠୀ ଓ ଡ଼ି.ସବିତା ଦୋରାଙ୍କୁ ଜାମିନ ମିଳିଥିଲା।ମାମଲାର ବିଚାରଣା ବେଳେ ମୋଟ ୭ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଜଜ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନରେଶ ପ୍ରସାଦ ପାତ୍ର ମକଦ୍ଦମା ପରିଚାଳନା କରୁଥିଲେ ।
The post ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ appeared first on Dharitri Odia News.