ଡେବ୍ୟୁ କରିବେ ଅନିଲ କପୁରଙ୍କ ଝିଆରୀ
ମୁମ୍ବାଇ: ବଲିଉଡ୍ରେ ଖୁବ୍ଶୀଘ୍ର ଆଉ ଜଣେ ଷ୍ଟାର୍କିଡ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର। ଶନାୟା ତାଙ୍କର ଡେବ୍ୟୁ ଫିଲ୍ମ ‘ଆଖେଁ ଗୁଆଁ ଗୁସ୍ତାଖିଆଁ ’ର ଶୁଟିଂ ଆରମ୍ଭ କରିଛନ୍ତି। ଏନେଇ ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଫିଲ୍ମ ଶୁଟିଂ ଶେଟ୍ର ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ଶନାୟାଙ୍କ ବିପକ୍ଷରେ ଅଭିନେତା ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ସନ୍ତୋଷ ସିଂଙ୍କ ନିର୍ଦ୍ଦେଶନାରେ […] The post ଡେବ୍ୟୁ କରିବେ ଅନିଲ କପୁରଙ୍କ ଝିଆରୀ appeared first on Dharitri Odia News.
ମୁମ୍ବାଇ: ବଲିଉଡ୍ରେ ଖୁବ୍ଶୀଘ୍ର ଆଉ ଜଣେ ଷ୍ଟାର୍କିଡ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ହେଉଛନ୍ତି ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର। ଶନାୟା ତାଙ୍କର ଡେବ୍ୟୁ ଫିଲ୍ମ ‘ଆଖେଁ ଗୁଆଁ ଗୁସ୍ତାଖିଆଁ ’ର ଶୁଟିଂ ଆରମ୍ଭ କରିଛନ୍ତି। ଏନେଇ ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଫିଲ୍ମ ଶୁଟିଂ ଶେଟ୍ର ଏକ ଫଟୋ ଶେୟାର କରି ସୂଚନା ଦେଇଛନ୍ତି। ଏହି ଚଳଚ୍ଚିତ୍ରରେ ଶନାୟାଙ୍କ ବିପକ୍ଷରେ ଅଭିନେତା ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ସନ୍ତୋଷ ସିଂଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ‘ଆଖେଁ ଗୁଆଁ ଗୁସ୍ତାଖିଆଁ ’ ଫିଲ୍ମର କାହାଣୀ ଲେଖିଛନ୍ତି ମାନ୍ସୀ ବାଗଲା ଏବଂ ନିରଞ୍ଜନ ଆୟର। ତେବେ ଏହି ଫିଲ୍ମର କାହାଣୀ ସମ୍ପର୍କରେ ସବିଶେଷ ତଥ୍ୟ ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ହୋଇନାହିଁ। ସେହିପରି ‘ଆଖେଁ ଗୁଆଁ ଗୁସ୍ତାଖିଆଁ’ର ନିର୍ମାତାଙ୍କ ପକ୍ଷରୁ ଏବେ ସୁଦ୍ଧା ଫିଲ୍ମର ରିଲିଜ୍ ତାରିଖ ପ୍ରକାଶ କରାଯାଇନାହିଁ। ଶନାୟା ବଲିଉଡ୍ ଇଣ୍ଡଷ୍ଟ୍ରିର ଏକ ଖ୍ୟାତନାମା ପରିବାରରୁ ଆସନ୍ତି। ତାଙ୍କ ବାପା ସଞ୍ଜୟ କପୁର ବଲିଉଡ୍ରେ ଅଭିନେତା ଭାବେ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ ମଧ୍ୟ ବିଶେଷ ସଫଳତା ମିଳି ନ ଥିଲା। ଶନାୟାଙ୍କ ବଡ଼ବାପା ବୋନି କପୁର ବଲିଉଡ୍ର ଜଣେ ଖ୍ୟାତନାମା ଫିଲ୍ମ ନିର୍ମାତା ହୋଇଥିବାବେଳେ ତାଙ୍କର ଆଉଜଣେ ବଡ଼ବାପା ଅନିଲ କପୁର ଅଭିନେତା ଭାବେ ଇଣ୍ଡଷ୍ଟ୍ରିକୁ ଅନେକ ସଫଳ ଫିଲ୍ମ ଦେଇଛନ୍ତି। ଶନାୟାଙ୍କ ସମ୍ପର୍କୀୟ ଭଉଣୀ ସୋନମ କପୁର ମଧ୍ୟ ଅନେକ ବଲିଉଡ୍ ଫିଲ୍ମରେ ପ୍ରମୁଖ ଅଭିନେତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।
The post ଡେବ୍ୟୁ କରିବେ ଅନିଲ କପୁରଙ୍କ ଝିଆରୀ appeared first on Dharitri Odia News.