ଉବର୍ ଅଟୋ ବୁକ୍ କରିବା ପଡ଼ିଲା ମହଙ୍ଗା: ବିଲ୍ ଦେଖି ଗ୍ରାହକଙ୍କ ଉଡ଼ିଲା ହୋଶ୍
ନୋଏଡା, ୩୧।୩: ଅନ୍ଲାଇନରେ କାର, ବାଇକ କିମ୍ବା ଅଟୋ ବୁକ୍ କରି ଉବର୍ ଆପ୍ ମାଧ୍ୟମରେ ଯାତ୍ରୀ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଅତି ସହଜରେ ଯାଇପାରୁଥିବାରୁ ଭାରତରେ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି। ତେବେ ଉତ୍ତରପ୍ରଦେଶର ନୋଇଡାରେ ଉବର୍ ରାଇଡ୍କୁ ନେଇ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଉବର୍ର ଜଣେ ନିୟମିତ ଗ୍ରାହକ ଦୀପକ ତେନ୍ଗୁରିଆ ଏକ ଅଟୋ ରାଇଡ୍ ବୁକ୍ କରିଥିବା ବେଳେ ତାଙ୍କ ପାଖକୁ ୭.୬୬ କୋଟି ଟଙ୍କାର […] The post ଉବର୍ ଅଟୋ ବୁକ୍ କରିବା ପଡ଼ିଲା ମହଙ୍ଗା: ବିଲ୍ ଦେଖି ଗ୍ରାହକଙ୍କ ଉଡ଼ିଲା ହୋଶ୍ appeared first on Dharitri Odia News.
ନୋଏଡା, ୩୧।୩: ଅନ୍ଲାଇନରେ କାର, ବାଇକ କିମ୍ବା ଅଟୋ ବୁକ୍ କରି ଉବର୍ ଆପ୍ ମାଧ୍ୟମରେ ଯାତ୍ରୀ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଅତି ସହଜରେ ଯାଇପାରୁଥିବାରୁ ଭାରତରେ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି। ତେବେ ଉତ୍ତରପ୍ରଦେଶର ନୋଇଡାରେ ଉବର୍ ରାଇଡ୍କୁ ନେଇ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଉବର୍ର ଜଣେ ନିୟମିତ ଗ୍ରାହକ ଦୀପକ ତେନ୍ଗୁରିଆ ଏକ ଅଟୋ ରାଇଡ୍ ବୁକ୍ କରିଥିବା ବେଳେ ତାଙ୍କ ପାଖକୁ ୭.୬୬ କୋଟି ଟଙ୍କାର ବିଲ୍ ଆସିଛି। ସେ ଶୁକ୍ରବାର ଅଫିସ୍ ଯିବା ପାଇଁ ଉବର୍ ଅଟୋ ବୁକ୍ କରିଥିଲେ। ଗାଡ଼ି ବୁକ୍ କରିବା ସମୟରେ ତାଙ୍କୁ ବିଲ୍ ୬୨ ଟଙ୍କା ହୋଇଥିବା ଦେଖାଉଥିଲା, କିନ୍ତୁ ସେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ତାଙ୍କ ପାଖକୁ ଉବର୍ ପକ୍ଷରୁ ୭.୬୬ କୋଟିର ବିଲ୍ ଆସିଥିଲା। ଏହି ବିଲ୍ ଦେଖି ଦୀପକଙ୍କର ହୋସ୍ ଉଡ଼ିଯାଇଥିଲା। ବିଲ୍ରେ ଅଟୋ ଭଡ଼ା ବାବଦକୁ ୧.୬୭ କୋଟି ଟଙ୍କା ଚାର୍ଜ କରାଯାଇଥିବାବେଳେ ଓ୍ବେଟିଂ ଚାର୍ଜ ବାବଦକୁ ୫.୯୯ କୋଟି ଟଙ୍କା ଚାର୍ଜ କରାଯାଇଛି। ତେବେ ପ୍ରମୋସନ୍ କଷ୍ଟ୍ ବାବଦକୁ ଏହି ବିଲ୍ରେ ୭୫ ଟଙ୍କା ଛାଡ଼ କରାଯାଇଥିଲା। ସମ୍ପୂର୍ଣ୍ଣ ଘଟଣାକୁ ନେଇ ଦୀପକଙ୍କ ବନ୍ଧୁ ଆଶିଷ୍ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଉକ୍ତ ଭିଡିଓରେ ୬୨ ଟଙ୍କାର ଅଟୋ ରାଇଡ୍ ବୁକ୍ କରିଥିବାରୁ ଉବର୍ ତାଙ୍କୁ କୋଟିପତି ଋଣୀ କରିଦେଇଥିବା ଦୀପକ କହିଛନ୍ତି। ତେବେ ଏହି ବିଲ୍ରେ କୌଣସି ଜିଏସ୍ଟି ଚାର୍ଜ ଲାଗି ନ ଥିବା ଦୀପକ ସୂଚନା ଦେଇଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଉବର୍ ଇଣ୍ଡିଆ ପକ୍ଷରୁ ନିଜ ଆଧିକାରିକ ‘ଏକ୍ସ’ ହ୍ୟାଣ୍ଡେଲରେ ସମ୍ପୁର୍ଣ୍ଣ ଘଟଣା ପାଇଁ କ୍ଷମା ପ୍ରାର୍ଥନା ମଗାଯାଇଛି। ଏହି ତ୍ରୁଟି ନେଇ ଦୁଃଖ ପ୍ରକାଶ କରିବା ସହ ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।
The post ଉବର୍ ଅଟୋ ବୁକ୍ କରିବା ପଡ଼ିଲା ମହଙ୍ଗା: ବିଲ୍ ଦେଖି ଗ୍ରାହକଙ୍କ ଉଡ଼ିଲା ହୋଶ୍ appeared first on Dharitri Odia News.