ସକାଳୁ ସକାଳୁ ଆସିଲା ଆଉ ଏକ ଭୟଙ୍କର ଭୂକମ୍ପ, ପାହାଡ଼ରୁ ଖସିଲା ପଥର, ଦେଖନ୍ତୁ ଭିଡିଓ
କାଲିଫର୍ନିଆ,୧୫।୪: ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) କହିଛି ଯେ ସୋମବାର (ଏପ୍ରିଲ ୧୪) ସକାଳେ ସାନ ଡିଏଗୋରେ ୫.୨ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଲସ ଆଞ୍ଜେଲସ ଏବଂ ଦକ୍ଷିଣ କାଲିଫର୍ନିଆର ଅନେକ ଅଞ୍ଚଳରେ ଏହାର ଝଟକା ଅନୁଭୂତ ହୋଇଥିଲା। USGS ଅନୁଯାୟୀ, ଭୂମିକମ୍ପଟି ଭୂପୃଷ୍ଠର ବହୁତ ନିକଟରେ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ସାନ ଡିଏଗୋ କାଉଣ୍ଟିର ଜୁଲିଆନ ସହରରୁ ପ୍ରାୟ ୪ କିଲୋମିଟର (୨.୫ ମାଇଲ) ଦକ୍ଷିଣରେ ଥିଲା। ସାନ ଡିଏଗୋରେ ହୋଇଥିବା ଭୂମିକମ୍ପ […] The post ସକାଳୁ ସକାଳୁ ଆସିଲା ଆଉ ଏକ ଭୟଙ୍କର ଭୂକମ୍ପ, ପାହାଡ଼ରୁ ଖସିଲା ପଥର, ଦେଖନ୍ତୁ ଭିଡିଓ appeared first on Dharitri Odia News.
କାଲିଫର୍ନିଆ,୧୫।୪: ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) କହିଛି ଯେ ସୋମବାର (ଏପ୍ରିଲ ୧୪) ସକାଳେ ସାନ ଡିଏଗୋରେ ୫.୨ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଲସ ଆଞ୍ଜେଲସ ଏବଂ ଦକ୍ଷିଣ କାଲିଫର୍ନିଆର ଅନେକ ଅଞ୍ଚଳରେ ଏହାର ଝଟକା ଅନୁଭୂତ ହୋଇଥିଲା।
USGS ଅନୁଯାୟୀ, ଭୂମିକମ୍ପଟି ଭୂପୃଷ୍ଠର ବହୁତ ନିକଟରେ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ସାନ ଡିଏଗୋ କାଉଣ୍ଟିର ଜୁଲିଆନ ସହରରୁ ପ୍ରାୟ ୪ କିଲୋମିଟର (୨.୫ ମାଇଲ) ଦକ୍ଷିଣରେ ଥିଲା।
ସାନ ଡିଏଗୋରେ ହୋଇଥିବା ଭୂମିକମ୍ପ ଯୋଗୁଁ ଲୋକଙ୍କ ଘରର ଆଲମାରୀ ଥରିବାକୁ ଲାଗିଲା ଏବଂ ଲ୍ୟାମ୍ପ ଗୁଡ଼ିକ ଦୋହଲିବାକୁ ଲାଗିଲା। ଏହି ସମୟରେ, ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (EMSC) ମଧ୍ୟ ଏହି ଭୂମିକମ୍ପକୁ ନିଶ୍ଚିତ କରିଛି ଏବଂ ଲୋକଙ୍କୁ ସତର୍କ କରାଇ ଦେଇଛି ଯେ ଆହୁରି ଭୂମିକମ୍ପ ହୋଇପାରେ। ‘ଆସନ୍ତା କିଛି ଘଣ୍ଟା କିମ୍ବା ଦିନ ମଧ୍ୟରେ ଆହୁରି ଭୂମିକମ୍ପ ଅନୁଭୂତ ହୋଇପାରେ। ଆବଶ୍ୟକ ନହେଲେ ଭୂମିକମ୍ପ ପ୍ରଭାବିତ ଅଞ୍ଚଳକୁ ଯାତ୍ରା କରନ୍ତୁ ନାହିଁ। ଦୟାକରି ସତର୍କ ରୁହନ୍ତୁ ଏବଂ ସରକାରୀ ନିର୍ଦ୍ଦେଶ ପାଳନ କରନ୍ତୁ,‘ EMSC ଏକ୍ସରେ ଲେଖିଛନ୍ତି। କାଲିଫର୍ନିଆରେ ଭୂମିକମ୍ପ ସମ୍ପର୍କରେ ଆର୍ଥ ପ୍ରିଡିକ୍ସନ ନାମକ ଏକ ସଂଗଠନ ‘୪୮ ଘଣ୍ଟାର ଚେତାବନୀ’ ଜାରି କରିଛି।
The post ସକାଳୁ ସକାଳୁ ଆସିଲା ଆଉ ଏକ ଭୟଙ୍କର ଭୂକମ୍ପ, ପାହାଡ଼ରୁ ଖସିଲା ପଥର, ଦେଖନ୍ତୁ ଭିଡିଓ appeared first on Dharitri Odia News.