ହାତ ଛାଡିବା ପରେ ଆଜି ପଦ୍ମରେ ସାମିଲ ହେବେ ଅଶୋକ ଚୌହାନ

ମୁମ୍ବାଇ,୧୩।୨: କଂଗ୍ରେସ ଛାଡିବା ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ମଙ୍ଗଳବାର ଭାଜପାରେ ଯୋଗଦେବାର ସମ୍ଭାବନା ରହିଛି। ଏହି ବିବୃତ୍ତି ତାଙ୍କ କାର୍ଯ୍ୟାଳୟରୁ ଆସିଛି। ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ଝଟକା ଦେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ସୋମବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ମହାରାଷ୍ଟ୍ରର ବରିଷ୍ଠ ନେତା ବାବା ସିଦ୍ଦିକି ଏବଂ ମିଲିନ୍ଦ ଦେଓରା ଦଳ ଛାଡିବାର କିଛି ଦିନ […] The post ହାତ ଛାଡିବା ପରେ ଆଜି ପଦ୍ମରେ ସାମିଲ ହେବେ ଅଶୋକ ଚୌହାନ appeared first on Dharitri Odia News.

ହାତ ଛାଡିବା ପରେ ଆଜି ପଦ୍ମରେ ସାମିଲ ହେବେ ଅଶୋକ ଚୌହାନ

ମୁମ୍ବାଇ,୧୩।୨: କଂଗ୍ରେସ ଛାଡିବା ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ମଙ୍ଗଳବାର ଭାଜପାରେ ଯୋଗଦେବାର ସମ୍ଭାବନା ରହିଛି। ଏହି ବିବୃତ୍ତି ତାଙ୍କ କାର୍ଯ୍ୟାଳୟରୁ ଆସିଛି। ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ଝଟକା ଦେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ସୋମବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।

ମହାରାଷ୍ଟ୍ରର ବରିଷ୍ଠ ନେତା ବାବା ସିଦ୍ଦିକି ଏବଂ ମିଲିନ୍ଦ ଦେଓରା ଦଳ ଛାଡିବାର କିଛି ଦିନ ପରେ ଅଶୋକ ଚୌହାନ କଂଗ୍ରେସରୁ ଇସ୍ତଫା ଦେବା ପାଇଁ ପଦକ୍ଷେପ ନେଇଛନ୍ତି। ଆଗାମୀ ରାଜ୍ୟ ସଭା ନିର୍ବାଚନ ପାଇଁ ୬୫ ବର୍ଷୀୟ ନେତାଙ୍କୁ ମଇଦାନକୁ ଓହ୍ଲଇବେ କି ନାହିଁ ସେନେଇ ଚୌହାନ କିମ୍ବା ଭାଜପା ପକ୍ଷରୁ କୌଣସି ସୁନିଶ୍ଚିତ ହୋଇନାହିଁ।

The post ହାତ ଛାଡିବା ପରେ ଆଜି ପଦ୍ମରେ ସାମିଲ ହେବେ ଅଶୋକ ଚୌହାନ appeared first on Dharitri Odia News.