ଇ-ରିକ୍ସାରେ ହୋର୍ଡିଂ ଲଗାଇ ନିଜ ପାଇଁ ଜୀବନସାଥୀ ଖୋଜୁଛନ୍ତି ଯୁବକ

ବର୍ତ୍ତମାନ ସମୟରେ ମାର୍କେଟିଂର ବଡ଼ ମାଧ୍ୟମ ଭାବେ ଉଭା ହୋଇଛି ସୋସିଆଲ ମିଡିଆ। ଏମିତିରେ କିଛି ପୋଷ୍ଟ କେଇ ମୂହୁର୍ତ୍ତରେ ଭାଇରାଲ ହୋଇଥାଏ। ନିକଟରେ ଏଭଳି ଏକ କ୍ରମରେ ଏକ ହୋର୍ଡିଂ ଭାଇରାଲ ହେଉଛି, ଯାହାକୁ ଲଗାଇ ନିଜ ପାଇଁ ଜଣେ ଜୀବନସାଥୀ ଖୋଜୁଛନ୍ତି। ସେଥିରେ ସେ ଯୁବତୀଙ୍କ ପାଖରେ ଖୋଜୁଥିବା ଗୁଣଗୁଡ଼ିକ ବିଷୟରେ ଲେଖିଛନ୍ତି, ଯାହାକୁ ପଢ଼ିଲେ ଆପଣ ହସ ରୋକି ପାରିବେ ନାହିଁ। ଏହି ଘଟଣାଟି ଦାମୋହ ସହରରେ ଚାଲୁଥିବା ଏକ ଇ-ରିକ୍ସାରେ ଉକ୍ତ […] The post ଇ-ରିକ୍ସାରେ ହୋର୍ଡିଂ ଲଗାଇ ନିଜ ପାଇଁ ଜୀବନସାଥୀ ଖୋଜୁଛନ୍ତି ଯୁବକ appeared first on Dharitri Odia News.

ଇ-ରିକ୍ସାରେ ହୋର୍ଡିଂ ଲଗାଇ ନିଜ ପାଇଁ ଜୀବନସାଥୀ ଖୋଜୁଛନ୍ତି ଯୁବକ

ବର୍ତ୍ତମାନ ସମୟରେ ମାର୍କେଟିଂର ବଡ଼ ମାଧ୍ୟମ ଭାବେ ଉଭା ହୋଇଛି ସୋସିଆଲ ମିଡିଆ। ଏମିତିରେ କିଛି ପୋଷ୍ଟ କେଇ ମୂହୁର୍ତ୍ତରେ ଭାଇରାଲ ହୋଇଥାଏ। ନିକଟରେ ଏଭଳି ଏକ କ୍ରମରେ ଏକ ହୋର୍ଡିଂ ଭାଇରାଲ ହେଉଛି, ଯାହାକୁ ଲଗାଇ ନିଜ ପାଇଁ ଜଣେ ଜୀବନସାଥୀ ଖୋଜୁଛନ୍ତି। ସେଥିରେ ସେ ଯୁବତୀଙ୍କ ପାଖରେ ଖୋଜୁଥିବା ଗୁଣଗୁଡ଼ିକ ବିଷୟରେ ଲେଖିଛନ୍ତି, ଯାହାକୁ ପଢ଼ିଲେ ଆପଣ ହସ ରୋକି ପାରିବେ ନାହିଁ।

ଏହି ଘଟଣାଟି ଦାମୋହ ସହରରେ ଚାଲୁଥିବା ଏକ ଇ-ରିକ୍ସାରେ ଉକ୍ତ ବିଜ୍ଞାପନ ଲାଗିଛି। ଦୀପେନ୍ଦ୍ର ରାଠୋର(୩୦) ନାମକ ଜଣେ ଯୁବକ ନିଜର ଗାଡ଼ିରେ ଏକ ହୋର୍ଡିଂ ଲଗାଇ ଜୀବନସାଥୀ ଖୋଜୁଛନ୍ତି। ଏଥିରେ ସେ ନିଜ ବିଷୟରେ ସମସ୍ତ ସୂଚନା ଦେଇଛନ୍ତି। ଯୁବକଙ୍କୁ ନେଇ ସହରରେ ଚର୍ଚ୍ଚା ହେଉଛି।

କହିରଖୁଛୁ ଯେ, ଦୀପେନ୍ଦ୍ରଙ୍କ ପାଇଁ କୌଣସି ପ୍ରସ୍ତାବ ଆସୁନାହିଁ। ଏମିତିରେ ସେ ନିଜ ଇ-ରିକ୍ସାରେ ନିଆରା ହୋର୍ଡିଂ ଲଗାଇଛନ୍ତି। କୌଣସି ବି ଜାତି, ଧର୍ମର ଯୁବତୀ ତାଙ୍କୁ ବିବାହ ପ୍ରସ୍ତାବ ଦେଇପାରିବେ ବୋଲି ଉଲ୍ଲେଖ କରିଛନ୍ତି।

looking for a girl

The post ଇ-ରିକ୍ସାରେ ହୋର୍ଡିଂ ଲଗାଇ ନିଜ ପାଇଁ ଜୀବନସାଥୀ ଖୋଜୁଛନ୍ତି ଯୁବକ appeared first on Dharitri Odia News.