ମହମ୍ମଦ କାସିମ ଗୁଜ୍ଜର ଆତଙ୍କବାଦୀ ଘୋଷିତ, ଲଶ୍କର-ଏ-ତୋଇବା ସହିତ ରହିଛି ଜଡ଼ିତ

ନୂଆଦିଲ୍ଲୀ: ଗୃହ ମନ୍ତ୍ରାଳୟ ଗୁରୁବାର ଲଶ୍ମର-ଏ-ତୋଇବାର ସଦସ୍ୟ ମହମ୍ମଦ କାସିମ ଗୁଜ୍ଜରକୁ ୟୁଏପିଏ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛି। ମହମ୍ମଦ କାସିମ ଗୁଜ୍ଜର ବର୍ତ୍ତମାନ ଗୁଲାମ କଶ୍ମୀର (POK)ରେ ଅଛି। ଗୃହ ମନ୍ତ୍ରାଳୟ ଦ୍ବାରା ଜାରି ରିପୋର୍ଟରେ କାସିମ୍‌ ଗୁଜ୍ଜର ଅନେକ ଦିନରୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ । ଡ୍ରୋନ୍‌ ଦ୍ବାରା ହତିଆର, ଗୋଳା-ବାରୁଦ, ଆଇଇଡି ସହ ଅନେକ ଆତଙ୍କୀ ଘଟଣାରେ ସାମିଲ୍‌ ରହିଛି।ସୂଚନାଯୋଗ୍ୟ, ମହମ୍ମଦ କାସିମ ଗୁଜ୍ଜର (ଓରଫ ସଲମାନ, ଓରଫ ସୁଲେମାନ) ଜମ୍ମର ରିୟାସୀ ଜିଲ୍ଲାର। ସେ ଆତଙ୍କୀ ସଂଗଠନ ଲଶ୍କର-ଏ-ତୋଇବା ସହ ଜଡ଼ିତ । କାସିମ ଡ୍ରୋନ୍‌ ମାଧ୍ୟମରେ ହତିଆର, ଗୋଳା-ବାରୁଦ ଏବଂ ଆଇଡି ଯୋଗାଇଥାଏ। ସେ ଅନେକ ଆତଙ୍କୀ ହମଲା ମଧ୍ୟ ଘଟାଇଛି। ଖାଲି ସେତିକି ନୁହେଁ ଆତଙ୍କୀ ସଂଗଠନରେ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଭର୍ତ୍ତି ମଧ୍ୟ କରାଇଥାଏ।ଆହୁରି ପଢ଼ନ୍ତୁ: ପତ୍ନୀକୁ ଘର କାମ କରିବାକୁ କହିବା ସ୍ୱାମୀର ନିଷ୍ଠୁରତା ନୁହେଁ ବରଂ ପତ୍ନୀର ପରିବାର ପ୍ରତି ଥିବା ଦାୟିତ୍ୱ ଓ ସ୍ନେହଁ: ଦିଲ୍ଲୀ ହାଇକୋର୍ଟତେବେ ଗୃହ ମନ୍ତ୍ରୀ କାର୍ଯ୍ୟାଳୟ କହିଛି ଯେ, ଲଶ୍କର-ଏ-ତୋଇବାର ସଦସ୍ୟ ମହମ୍ମଦ କାସିମ ଗୁଜ୍ଜର ଦ୍ବାରା କରିଥିବା ଅନେକ ଆତଙ୍କୀ ହମଲାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ଭାରତ ବିରୋଧୀ ଯୁଦ୍ଧ ଯୋଜନାରେ ସାମିଲ ରହିଛି। ତେଣୁ ଦେଶର ଏକତା ଏବଂ ଅଖଣ୍ଡତା ବିରୋଧୀ ଗତିବିଧିରେ ଲିପ୍ତ କୌ

ମହମ୍ମଦ କାସିମ ଗୁଜ୍ଜର ଆତଙ୍କବାଦୀ ଘୋଷିତ, ଲଶ୍କର-ଏ-ତୋଇବା ସହିତ ରହିଛି ଜଡ଼ିତ

ନୂଆଦିଲ୍ଲୀ: ଗୃହ ମନ୍ତ୍ରାଳୟ ଗୁରୁବାର ଲଶ୍ମର-ଏ-ତୋଇବାର ସଦସ୍ୟ ମହମ୍ମଦ କାସିମ ଗୁଜ୍ଜରକୁ ୟୁଏପିଏ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛି। ମହମ୍ମଦ କାସିମ ଗୁଜ୍ଜର ବର୍ତ୍ତମାନ ଗୁଲାମ କଶ୍ମୀର (POK)ରେ ଅଛି। ଗୃହ ମନ୍ତ୍ରାଳୟ ଦ୍ବାରା ଜାରି ରିପୋର୍ଟରେ କାସିମ୍‌ ଗୁଜ୍ଜର ଅନେକ ଦିନରୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ । ଡ୍ରୋନ୍‌ ଦ୍ବାରା ହତିଆର, ଗୋଳା-ବାରୁଦ, ଆଇଇଡି ସହ ଅନେକ ଆତଙ୍କୀ ଘଟଣାରେ ସାମିଲ୍‌ ରହିଛି।

ସୂଚନାଯୋଗ୍ୟ, ମହମ୍ମଦ କାସିମ ଗୁଜ୍ଜର (ଓରଫ ସଲମାନ, ଓରଫ ସୁଲେମାନ) ଜମ୍ମର ରିୟାସୀ ଜିଲ୍ଲାର। ସେ ଆତଙ୍କୀ ସଂଗଠନ ଲଶ୍କର-ଏ-ତୋଇବା ସହ ଜଡ଼ିତ । କାସିମ ଡ୍ରୋନ୍‌ ମାଧ୍ୟମରେ ହତିଆର, ଗୋଳା-ବାରୁଦ ଏବଂ ଆଇଡି ଯୋଗାଇଥାଏ। ସେ ଅନେକ ଆତଙ୍କୀ ହମଲା ମଧ୍ୟ ଘଟାଇଛି। ଖାଲି ସେତିକି ନୁହେଁ ଆତଙ୍କୀ ସଂଗଠନରେ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଭର୍ତ୍ତି ମଧ୍ୟ କରାଇଥାଏ।

ଆହୁରି ପଢ଼ନ୍ତୁ: ପତ୍ନୀକୁ ଘର କାମ କରିବାକୁ କହିବା ସ୍ୱାମୀର ନିଷ୍ଠୁରତା ନୁହେଁ ବରଂ ପତ୍ନୀର ପରିବାର ପ୍ରତି ଥିବା ଦାୟିତ୍ୱ ଓ ସ୍ନେହଁ: ଦିଲ୍ଲୀ ହାଇକୋର୍ଟ

ତେବେ ଗୃହ ମନ୍ତ୍ରୀ କାର୍ଯ୍ୟାଳୟ କହିଛି ଯେ, ଲଶ୍କର-ଏ-ତୋଇବାର ସଦସ୍ୟ ମହମ୍ମଦ କାସିମ ଗୁଜ୍ଜର ଦ୍ବାରା କରିଥିବା ଅନେକ ଆତଙ୍କୀ ହମଲାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ଭାରତ ବିରୋଧୀ ଯୁଦ୍ଧ ଯୋଜନାରେ ସାମିଲ ରହିଛି। ତେଣୁ ଦେଶର ଏକତା ଏବଂ ଅଖଣ୍ଡତା ବିରୋଧୀ ଗତିବିଧିରେ ଲିପ୍ତ କୌଣସି ବ୍ୟକ୍ତିଙ୍କ ପ୍ରତି କଡ଼ା ଆଭିମୁଖ୍ୟମୂଳକ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେ ଆତଙ୍କବାଦ ବିରୋଧୀ ଆଇନ ୟୁଏପିଏ ଅନୁଯାୟୀ ଆତଙ୍କବାଦୀ ନାମିତ ହେବାର ୫୭ ତମ ବ୍ୟକ୍ତି।