ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମନକୁ ସୁହାଇଲା ଭଳି କଥାରୁ ପ୍ରଶଂସିତ ହେବେ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାମାନଙ୍କ ସଫଳତା ଯୋଗୁ ଦ୍ୱିଜା ନକ୍ଷତ୍ର ଆନନ୍ଦିତ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ରାଜନୀତିରେ ଆଶା ପୂରଣ ହୋଇଯିବ। ପରିବାରର ବରାଦ ମୁତାବକ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। ବୃଷ ସହକର୍ମୀଙ୍କ ସହଯୋଗରୁ କୌଣସି କାମ ଅଟକିବ ନାହିଁ। ଯାତ୍ରା, ବାଣିଜ୍ୟ, ଅଦାଲତ ସମ୍ବନ୍ଧୀୟ କାର୍ଯ୍ୟରେ ସୁଫଳ ପାଇବେ। ଆପଣ ନିଜ କାମ ପଛକୁ ପକାଇ ପଡ଼ୋଶୀଙ୍କ […] The post ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୭ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୭ ତାରିଖ – Daily Horoscope
ମେଷ
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମନକୁ ସୁହାଇଲା ଭଳି କଥାରୁ ପ୍ରଶଂସିତ ହେବେ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାମାନଙ୍କ ସଫଳତା ଯୋଗୁ ଦ୍ୱିଜା ନକ୍ଷତ୍ର ଆନନ୍ଦିତ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ରାଜନୀତିରେ ଆଶା ପୂରଣ ହୋଇଯିବ। ପରିବାରର ବରାଦ ମୁତାବକ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି।
ବୃଷ
ବୃଷ
ସହକର୍ମୀଙ୍କ ସହଯୋଗରୁ କୌଣସି କାମ ଅଟକିବ ନାହିଁ। ଯାତ୍ରା, ବାଣିଜ୍ୟ, ଅଦାଲତ ସମ୍ବନ୍ଧୀୟ କାର୍ଯ୍ୟରେ ସୁଫଳ ପାଇବେ। ଆପଣ ନିଜ କାମ ପଛକୁ ପକାଇ ପଡ଼ୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇଲେ ସମାଲୋଚିତ ହୋଇପାରନ୍ତି। ନୂତନ ଘର ତିଆରି, ଯାନବାହନ ମରାମତିଜନିତ ଟେନ୍ସନ୍‍ କିଛି ମାତ୍ରାରେ ଲାଗିରହିବ।
ମିଥୁନ
ମିଥୁନ
ସମସ୍ୟା ଲାଗିରହିଥିବା କାରଣରୁ ମାନସିକ ସ୍ଥିତି ଠିକ୍‍ ରହି ନ ପାରେ। ଏକ ସଂଘର୍ଷମୟ ପରିସ୍ଥିତିର ସାମନା କରି ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ପରିବାର କିମ୍ବା ବନ୍ଧୁମାନଙ୍କ ମଧ୍ୟରେ ଆଲୋଚନା ଅସମାପ୍ତ ରହିପାରେ। କିନ୍ତୁ ଆଗାମୀ ମାଙ୍ଗଳିକ କାମ ପାଇଁ ଆଲୋଚନା କରିବା ମନ୍ଦ ହେବନି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ କାର୍ଯ୍ୟବ୍ୟସ୍ତତା କାରଣରୁ ଟେନ୍ସନ ଲାଗିରହିବ। ଖାଦ୍ୟପେୟ ଠିକ୍‍ ନ ରହିବା କାରଣରୁ ସ୍ବାସ୍ଥ୍ୟହାନି ହୋଇପାରେ। କଚେରି ମାମଲା ମନ୍ଥର ହେବାଜନିତ ଚିନ୍ତା କରିପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କଠାରୁ ସାହାଯ୍ୟ ପ୍ରତିଶ୍ରୁତିର ଶୁଭ ସୂଚନା ପାଇବେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। କଳା, ସାହିତ୍ୟ, ସାମ୍ବାଦିକତା, ବ୍ୟବସାୟ, ଜମିଜମା, ନିର୍ମାଣ, ପରିବହନରୁ ଲାଭ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ପର ଉପରେ ନିର୍ଭର କରିବା କାରଣରୁ ମନସ୍ତାପ କରିପାରନ୍ତି। ମନରେ ଦୁଃଖ ଭରି ରହିଥିଲେ ମଧ୍ୟ ଦାୟିତ୍ୱ ନେଇଥିବା କାମରେ ହେଳା କରିପାରିବେ ନାହିଁ ା
କନ୍ୟା
ଆପଣ ଯାହା ସକାଶେ ପୂର୍ବରୁ ମନସ୍ଥ କରିଥିଲେ ବାସ୍ତବ ତାହାର ଓଲଟା ଫଳ ପାଇବେ। ମନଲାଖି କାମ ନ ହେବା କାରଣରୁ କଡ଼ା ଭାଷା ପ୍ରୟୋଗଜନିତ ପରିଣାମ ଭୋଗିବେ। କର୍ମକ୍ଷେତ୍ରରେ ଅଟକି ରହିଥିବା କାମଟିକୁ ହଠାତ୍‍ ଆରମ୍ଭକରିବାକୁ ମନ ବଳାଇବେ। ସାମ୍ବାଦିକତା, ପ୍ରଶାସନ, ଆଇନ, ପ୍ରକାଶନ କ୍ଷେତ୍ରରେ ସଫଳତା ମିଳିବ।
ତୁଳା
ତୁଳା
କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କ୍ଷେତ୍ରରେ ଟେନ୍ସନ ଲାଗିରହିପାରେ। ଭୁଲ୍‍ ବୁଝାମଣାରୁ ଭ୍ରାତୃ ସମ୍ପର୍କ ଭଲ ରହିବ ନାହିଁ । କଳା, କ୍ରୀଡା, ସାହିତ୍ୟ ଚର୍ଚ୍ଚା, ଲେଖାପଢ଼ା, ସଭାସମିତି ଓ ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ, ଶିଳ୍ପ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
ବିଛା
ବିଛା
ଆପଣଙ୍କ ସାହାଯ୍ୟକାରୀ ମନୋଭାବରୁ ବନ୍ଧୁଙ୍କୁ ଆପଣାର କରିପାରିବେ। ତଥାପି ପ୍ରତ୍ୟେକ କ୍ଷେତ୍ରରେ ଦେଖି ଚାହିଁ କାମ କରନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ା ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବାର ସୂଚନା ରହିଛି।
ଧନୁ
ଧନୁ
ଆପଣ ଯାହା ଭାବୁଛନ୍ତି ତାହାକୁ ବନ୍ଧୁଙ୍କ ଆଗରେ ପ୍ରକାଶ କରି ପାରିଲେ ହିଁ ଭଲ ହେବ। ପୁରାତନ ରୋଗ ପୀଡ଼ା ସାମାନ୍ୟ ଅନୁଭବ କଲେ ମଧ୍ୟ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ସରକାରୀ ସ୍ତରରୁ ଶୁଭସମ୍ବାଦ ପାଇ ଉଲ୍ଲସିତ ହେବେ। ସଭାସମିତିରେ କିମ୍ବା କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ।
ମକର
ମକର
ଆପଣ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ବନ୍ଧୁଙ୍କ ପରାମର୍ଶରେ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ଧନହାନି ଓ ପୂର୍ବ ଶତ୍ରୁତାରୁ କଳହକୁ ଏଡି ହେବ ନାହିଁ। ପ୍ରତିଯୋଗିତାରେ ସଫଳତା ଅବଶ୍ୟ ପାଇବେ, କିନ୍ତୁ ବିବାଦୀୟ ଘଟଣାରେ ବିପରୀତ ଫଳ ମିଳିପାରେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ହେତୁ ମାନସିକ ସ୍ଥିତି ପୂର୍ବଭଳି ରହିବ। ନୂଆ ଯୋଜନା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେକରିପାରନ୍ତି। ଅନ୍ୟମାନଙ୍କ ପ୍ରରୋଚନାରେ ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ, ଅନ୍ୟଥା ଅନୁତାପ ପାଇଁ ସମୟ ପାଇବେ ନାହିଁ ା ଜମିଜମା, ନିର୍ମାଣ, ବାଣିଜ୍ୟ, ବ୍ୟବସାୟରେ ଆଶାନୁଯାୟୀ ସୁଫଳ ପାଇବେ।
ମୀନମୀନ

ଆଜି ସକାଳୁ ସକାଳୁ ଆଗାମୀ ସମୟର କର୍ମପନ୍ଥା ସ୍ଥିର କରି ନିଜକୁ ପ୍ରସ୍ତୁତ କରିନେବେ। ପରିବାରର ଖର୍ଚ୍ଚ ଭାର ବଢ଼ିଯିବା ହେତୁ ଋଣ କରିବା ପାଇଁ ଯୋଜନା କରିପାରନ୍ତି। କ୍ଷତିରେ ଚାଲୁଥିବା ବ୍ୟବସାୟ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। ନିକଟ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି।

The post ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୭ ତାରିଖ – Daily Horoscope appeared first on Dharitri Odia News.