ଡିସେମ୍ବର ୨୧ରେ ସୋଆ ଏସ୍ଏଚ୍ଏମ୍ର ‘ଗ୍ରାଣ୍ଡ ହୋମ୍ କମିଂ’, ମନେ ପକାଇବେ ଶିକ୍ଷାନୁଷ୍ଠାନରେ କାଟିଥିବା ସମୟ
ଭୁବନେଶ୍ୱର: ଡିସେମ୍ବର ୨୧ ତାରିଖରେ ଅର୍ଥାତ ଶନିବାର ସୋଆ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହେବ ପୁରାତନ ଛାତ୍ରଛାତ୍ରୀଙ୍କର ସମାବେଶ ‘ଗ୍ରାଣ୍ଡ ହୋମ କମିଂ’ । ପୁରାତନ ଛାତ୍ରଛାତ୍ରୀଙ୍କର ସମାବେଶ ‘ଗ୍ରାଣ୍ଡ ହୋମ କମିଂ’ ସମାବେଶ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ଥିବାବେଳେ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟର ପୁରାତନ ଛାତ୍ରଛାତ୍ରୀମାନେ ମଧ୍ୟ ନିଜ କଲେଜ ପରିସରରେ ଏକତ୍ରିତ ହେବେ। ଏହି ଅଭିନବ କାର୍ଯ୍ୟକ୍ରମରେ ଉଦ୍ଦେଶ୍ୟ ହେଉଛି ନିଜ ଶିକ୍ଷାନୁଷ୍ଠାନ, କ୍ୟାମ୍ପସ୍ ଓ ବନ୍ଧୁମାନଙ୍କର ପୁରୁଣା ସ୍ମୃତିକୁ ତାଜା କରିବା। ସରଳ ଅର୍ଥରେ କହିଲେ ପାଠପଢ଼ା ସମୟରେ ବିଶ୍ବବିଦ୍ୟାଳୟରେ କେମିତି କଟିଥିଲା ଥିଲା ଦିନ ? ତାହାର ଅନୁଭୁତି ବଖାଣିବେ ପୁରାତନ ଛାତ୍ରଛାତ୍ରୀ।୨୧ ତାରିଖ ସକାଳେ ଏସ୍ଏଚ୍ଏମ୍ର କନ୍ଫରେନ୍ସ ହଲ୍ରେ କାର୍ଯ୍ୟକ୍ରମ ଆରମ୍ଭ ହେବ। କାର୍ଯ୍ୟକ୍ରମରେ ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ସିନିୟର ପ୍ରଫେସର ସସ୍ମିତା ମହାନ୍ତି ଓ ଅଂଶୁମାନ ସାମଲ ଯୋଗ ଦେବେ । ଅପରାହ୍ନରେ ସୋଆ କ୍ୟାମ୍ପସ ୨ ଅଡିଟୋରିୟମ୍ରେ ଆୟୋଜିତ ହେବାକୁ ଥିବା ‘ଗ୍ରାଣ୍ଡ ହୋମ୍ କମିଂ’ ସମାବେଶରେ ମଧ୍ୟ ଏସ୍ଏଚ୍ଏମ୍ର ଏହି ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେବେ । କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ର ମଙ୍ଗଳ ଡିନ୍ ତଥା ଡିନ୍ (ଆଲୁମନି) ପ୍ରଫେସର ଜ୍ୟୋତି ରଞ୍ଜ
ଭୁବନେଶ୍ୱର: ଡିସେମ୍ବର ୨୧ ତାରିଖରେ ଅର୍ଥାତ ଶନିବାର ସୋଆ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହେବ ପୁରାତନ ଛାତ୍ରଛାତ୍ରୀଙ୍କର ସମାବେଶ ‘ଗ୍ରାଣ୍ଡ ହୋମ କମିଂ’ । ପୁରାତନ ଛାତ୍ରଛାତ୍ରୀଙ୍କର ସମାବେଶ ‘ଗ୍ରାଣ୍ଡ ହୋମ କମିଂ’ ସମାବେଶ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ଥିବାବେଳେ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟର ପୁରାତନ ଛାତ୍ରଛାତ୍ରୀମାନେ ମଧ୍ୟ ନିଜ କଲେଜ ପରିସରରେ ଏକତ୍ରିତ ହେବେ। ଏହି ଅଭିନବ କାର୍ଯ୍ୟକ୍ରମରେ ଉଦ୍ଦେଶ୍ୟ ହେଉଛି ନିଜ ଶିକ୍ଷାନୁଷ୍ଠାନ, କ୍ୟାମ୍ପସ୍ ଓ ବନ୍ଧୁମାନଙ୍କର ପୁରୁଣା ସ୍ମୃତିକୁ ତାଜା କରିବା। ସରଳ ଅର୍ଥରେ କହିଲେ ପାଠପଢ଼ା ସମୟରେ ବିଶ୍ବବିଦ୍ୟାଳୟରେ କେମିତି କଟିଥିଲା ଥିଲା ଦିନ ? ତାହାର ଅନୁଭୁତି ବଖାଣିବେ ପୁରାତନ ଛାତ୍ରଛାତ୍ରୀ।
୨୧ ତାରିଖ ସକାଳେ ଏସ୍ଏଚ୍ଏମ୍ର କନ୍ଫରେନ୍ସ ହଲ୍ରେ କାର୍ଯ୍ୟକ୍ରମ ଆରମ୍ଭ ହେବ। କାର୍ଯ୍ୟକ୍ରମରେ ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି, ସିନିୟର ପ୍ରଫେସର ସସ୍ମିତା ମହାନ୍ତି ଓ ଅଂଶୁମାନ ସାମଲ ଯୋଗ ଦେବେ । ଅପରାହ୍ନରେ ସୋଆ କ୍ୟାମ୍ପସ ୨ ଅଡିଟୋରିୟମ୍ରେ ଆୟୋଜିତ ହେବାକୁ ଥିବା ‘ଗ୍ରାଣ୍ଡ ହୋମ୍ କମିଂ’ ସମାବେଶରେ ମଧ୍ୟ ଏସ୍ଏଚ୍ଏମ୍ର ଏହି ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେବେ ।
କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ର ମଙ୍ଗଳ ଡିନ୍ ତଥା ଡିନ୍ (ଆଲୁମନି) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ଡାଇରେକ୍ଟର ଅଫ୍ ଇଣ୍ଡଷ୍ଟ୍ରି ଏନଗେଜ୍ମେଂଟ ଆଣ୍ଡ କର୍ପୋରେଟ ରିଲେସନ୍ସ ଶ୍ରୀ ରିପ୍ତି ରଞ୍ଜନ ଦାଶ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମରେ ସୋଆ ଆଲୁମିନାୟିଜ୍ର ସଭାପତି ଡକ୍ଟର ସୁସ୍ମିତା ପଣ୍ଡା ଅଧ୍ୟକ୍ଷତା କରିବେ ।