ISSରେ ସ୍ୱତନ୍ତ୍ର ଉପାୟରେ ଡକ୍‌ ହେଲା ମହାକାଶ ଯାନ , ଶୁଭାଂଶୁ ଶୁକ୍ଳା ଓ ଟିମ୍‌କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ – ଭାରତୀୟ ବାୟୁସେନାର ଗ୍ରୁପ୍‌ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଇତିହାସ ରଚିଛନ୍ତି। ଶୁଭାଂଶୁ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନରେ ପହଞ୍ଚିବାର ପ୍ରଥମ ଭାରତୀୟ ହୋଇ ପାରିଛନ୍ତି। ଶୁଭାଂଶୁ ଓ ତାଙ୍କର ତିନି ଜଣ ସାଥି ଆଜି ସନ୍ଧ୍ୟାରେ ନିଜର ଡ୍ରାଗନ ମହାକାଶ ଯାନକୁ ସଫଳତା ପୂର୍ବକ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ ସହ ଯୋଡ଼ିଛନ୍ତି। ଏହାପରେ ପୂରା ଟିମ୍‌ ସଫଳତାପୂର୍ବକ ଷ୍ଟେସନରେ ପ୍ରବେଶ କରିଛନ୍ତି। ସେଠାରେ ପୂର୍ବରୁ ଥିବା ମହାକାଶ ଯାତ୍ରୀମାନେ ପୂରା ଟିମ୍‌କୁ ଉତ୍ସାହର ସହ ସ୍ୱାଗତ କରି ପରସ୍ପରକୁ ଆଲିଙ୍ଗନ କରିଛନ୍ତି।ନାସା ଦ୍ୱାରା ଜାରି ହୋଇଥିବା ଭିଡ଼ିଓରେ ସର୍ବ ପ୍ରଥମେ ତାଙ୍କର ମହାକାଶ ଯାନ ଷ୍ଟେସନ ସହ ଯୋଡ଼ି ହେବାର ନଜର ଆସୁଛି। ଏହାପରେ ଶୁଭାଂଶୁ ଶୁକ୍ଳାଙ୍କ ସମେତ ତାଙ୍କର ପୂରା ଟିମ୍‌ ହସି ହସି ଆଗକୁ ବଢୁଛନ୍ତି, ଷ୍ଟେସନରେ ଥିବା ସବୁ ଲୋକ ତାଙ୍କର ସ୍ୱାଗତ କରୁଛନ୍ତି। ଏହାପରେ ସେଠାରେ ସବୁ ଲୋକ ହସି ହସି ଏବଂ କିଛି ପିଉ ଥିବାର ଦେଖାଯାଉଛି।କ୍ୟାପଟେନ ଶୁଭାଂଶୁ ଶୁକ୍ଳା ମହାକାଶକୁ ନିଜ ସହ ଗାଜରର ହଲୱା ,ମୁଗ ଡାଲି ହଲୱା ଓ ଆମ୍ୱ ରସ୍‌ ନେଇଛନ୍ତି। ଗ୍ରୁପ୍‌ କ୍ୟାପଟେନ୍‌ ଶୁକ୍ଳାଙ୍କ ସହ ତାଙ୍କର ଟିମ୍‌ରେ ଆଉ ତିନି ଜଣ ଯାତ୍ରୀ ମଧ୍ୟ ସାମିଲ ଅଛନ୍ତି , ଯେଉଁଥିରେ ପୋଲାଣ୍ଡର ସ୍ଲାଭୋଜ ଉଜନାନ୍ସକି , ହଙ୍ଗେରୀର ଟିବୋର କାପୁ ଓ ଆମେରିକାର ଡାୟ ପେଗି ହ୍ୱିଟସନ ଅଛନ୍ତି। Axiom Mission 4 aboard t

ISSରେ ସ୍ୱତନ୍ତ୍ର ଉପାୟରେ ଡକ୍‌ ହେଲା ମହାକାଶ ଯାନ , ଶୁଭାଂଶୁ ଶୁକ୍ଳା ଓ ଟିମ୍‌କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ – ଭାରତୀୟ ବାୟୁସେନାର ଗ୍ରୁପ୍‌ କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଇତିହାସ ରଚିଛନ୍ତି। ଶୁଭାଂଶୁ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନରେ ପହଞ୍ଚିବାର ପ୍ରଥମ ଭାରତୀୟ ହୋଇ ପାରିଛନ୍ତି। ଶୁଭାଂଶୁ ଓ ତାଙ୍କର ତିନି ଜଣ ସାଥି ଆଜି ସନ୍ଧ୍ୟାରେ ନିଜର ଡ୍ରାଗନ ମହାକାଶ ଯାନକୁ ସଫଳତା ପୂର୍ବକ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ ସହ ଯୋଡ଼ିଛନ୍ତି। ଏହାପରେ ପୂରା ଟିମ୍‌ ସଫଳତାପୂର୍ବକ ଷ୍ଟେସନରେ ପ୍ରବେଶ କରିଛନ୍ତି। ସେଠାରେ ପୂର୍ବରୁ ଥିବା ମହାକାଶ ଯାତ୍ରୀମାନେ ପୂରା ଟିମ୍‌କୁ ଉତ୍ସାହର ସହ ସ୍ୱାଗତ କରି ପରସ୍ପରକୁ ଆଲିଙ୍ଗନ କରିଛନ୍ତି।

ନାସା ଦ୍ୱାରା ଜାରି ହୋଇଥିବା ଭିଡ଼ିଓରେ ସର୍ବ ପ୍ରଥମେ ତାଙ୍କର ମହାକାଶ ଯାନ ଷ୍ଟେସନ ସହ ଯୋଡ଼ି ହେବାର ନଜର ଆସୁଛି। ଏହାପରେ ଶୁଭାଂଶୁ ଶୁକ୍ଳାଙ୍କ ସମେତ ତାଙ୍କର ପୂରା ଟିମ୍‌ ହସି ହସି ଆଗକୁ ବଢୁଛନ୍ତି, ଷ୍ଟେସନରେ ଥିବା ସବୁ ଲୋକ ତାଙ୍କର ସ୍ୱାଗତ କରୁଛନ୍ତି। ଏହାପରେ ସେଠାରେ ସବୁ ଲୋକ ହସି ହସି ଏବଂ କିଛି ପିଉ ଥିବାର ଦେଖାଯାଉଛି।

କ୍ୟାପଟେନ ଶୁଭାଂଶୁ ଶୁକ୍ଳା ମହାକାଶକୁ ନିଜ ସହ ଗାଜରର ହଲୱା ,ମୁଗ ଡାଲି ହଲୱା ଓ ଆମ୍ୱ ରସ୍‌ ନେଇଛନ୍ତି। ଗ୍ରୁପ୍‌ କ୍ୟାପଟେନ୍‌ ଶୁକ୍ଳାଙ୍କ ସହ ତାଙ୍କର ଟିମ୍‌ରେ ଆଉ ତିନି ଜଣ ଯାତ୍ରୀ ମଧ୍ୟ ସାମିଲ ଅଛନ୍ତି , ଯେଉଁଥିରେ ପୋଲାଣ୍ଡର ସ୍ଲାଭୋଜ ଉଜନାନ୍ସକି , ହଙ୍ଗେରୀର ଟିବୋର କାପୁ ଓ ଆମେରିକାର ଡାୟ ପେଗି ହ୍ୱିଟସନ ଅଛନ୍ତି। 


ଆପଣଙ୍କୁ କହି ରଖୁଛୁ କି ,ଶୁଭାଂଶୁ ଶୁକ୍ଳାଙ୍କର ଏହି ମିଶନ ଏକ୍ସିଓମ୍‌-୪ର ଅଂଶ , ଯାହା ହ୍ୱିଷ୍ଟନ ସ୍ଥିତ ଏକ୍ସିଓମ୍  ସ୍ପେସ୍‌ ପ୍ରୋଗ୍ରାମ ଦ୍ୱାରା ଆୟୋଜିତ କରାଯାଉଛି। ଶୁକ୍ଳା ଓ ତାଙ୍କର ଟିମ୍‌ ନିଜର ଏହି ୧୪ଦିନର ମିଶନରେ ଆଇଏସଏସରେ ୬୦ଟି ପରୀକ୍ଷଣ କରିବ,ଯେଉଁଥିରୁ ୭ଟି ପରୀକ୍ଷଣ ରେ ଶୁକ୍ଳା ପ୍ରତିନିଧିତ୍ୱ କରିବେ।


ଏହି ମିଶନ ନାସା ଓ ଇସ୍ରୋ ମଧ୍ୟରେ ଏକ ପ୍ରମୁଖ ସହଯୋଗକୁ ମଧ୍ୟ ଦର୍ଶାଉଛି। ଏହି ମିଶନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଏହି ପ୍ରତିବଦ୍ଧତାକୁ ମଧ୍ୟ ପୂରା କରାଯାଇଛି, ଯେଉଁଥିରେ ଇସ୍ରୋ ସହ ଜଡ଼ିତ ବ୍ୟକ୍ତିଙ୍କୁ ମହାକାଶକୁ ପଠାଇବାକୁ ସହମତି ହୋଇଥିଲା। ଏହି ପ୍ରୋଜେକ୍ଟ ମାଧ୍ୟମରେ ଦୁଇ ଏଜେନ୍ସି  ୫ଟି ସାଇଣ୍ଟିଫିକ୍‌ ଓ ଦୁଇଟି ଷ୍ଟେମ୍‌ କେନ୍ଦ୍ରିତ ପରୀକ୍ଷଣ କରିବେ । ଏହି ପରୀକ୍ଷଣ ବୈଜ୍ଞାନିକ ଗବେଷଣା ବୃଦ୍ଧି କରିବା ପାଇଁ ଦୁଇ ଏଜେନ୍ସି ମଧ୍ୟରେ ଏକ ଦୀର୍ଘକାଳୀନ ସହଭାଗୀତାକୁ ଦର୍ଶାଇଥାଏ।