୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ! ରିପୋର୍ଟରେ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୧୧: ଅଲିମ୍ପିକ୍ସ ୨୦୨୪ ପ୍ୟାରିସରେ ଖେଳାଯାଇଥିଲା । ଏହା ପରେ ୨୦୨୮ର ଅଲିମ୍ପିକ୍ସ ଯୁକ୍ତରାଷ୍ଟ୍ରର ଲସ ଆଞ୍ଜେଲସରେ ଖେଳାଯିବ । ଏହା ପରେ ୨୦୩୨ ଆୟୋଜନ ପାଇଁ ଦେଶ ଏବଂ ସହର ମଧ୍ୟ ଚୟନ କରାସରିଛି। କିନ୍ତୁ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଯେ ୨୦୩୬ରେ ଅଲିମ୍ପିକ କେଉଁଠାରେ ଅନୁଷ୍ଠିତ ହେବ। ବର୍ତ୍ତମାନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତ ୨୦୩୬ରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସ ଆୟୋଜନ କରିବାକୁ ଦାବି କରିଛି। ଏହା ପ୍ରଥମ ଘଟଣା ନୁହେଁ […] The post ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ! ରିପୋର୍ଟରେ ହେଲା ବଡ଼ ଖୁଲାସା appeared first on Dharitri Odia News.

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ! ରିପୋର୍ଟରେ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୫।୧୧: ଅଲିମ୍ପିକ୍ସ ୨୦୨୪ ପ୍ୟାରିସରେ ଖେଳାଯାଇଥିଲା । ଏହା ପରେ ୨୦୨୮ର ଅଲିମ୍ପିକ୍ସ ଯୁକ୍ତରାଷ୍ଟ୍ରର ଲସ ଆଞ୍ଜେଲସରେ ଖେଳାଯିବ । ଏହା ପରେ ୨୦୩୨ ଆୟୋଜନ ପାଇଁ ଦେଶ ଏବଂ ସହର ମଧ୍ୟ ଚୟନ କରାସରିଛି। କିନ୍ତୁ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଯେ ୨୦୩୬ରେ ଅଲିମ୍ପିକ କେଉଁଠାରେ ଅନୁଷ୍ଠିତ ହେବ। ବର୍ତ୍ତମାନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତ ୨୦୩୬ରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସ ଆୟୋଜନ କରିବାକୁ ଦାବି କରିଛି।

ଏହା ପ୍ରଥମ ଘଟଣା ନୁହେଁ ଯେ ଭାରତରେ ଆୟୋଜିତ ଅଲିମ୍ପିକ୍ସ ୨୦୩୬ର ଖବର ସାମ୍ନାକୁ ଆସିଛି। ଏହାପୂର୍ବରୁ ମଧ୍ୟ ଏ ସମ୍ପର୍କରେ କିଛି ରିପୋର୍ଟ ବାହାରିଛି ଯେଉଁଥିରେ କୁହାଯାଇଥିଲା ଯେ ୨୦୩୬ରେ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଭାରତ ଆଗକୁ ଆସିପାରେ।

ନ୍ୟୁଜ ଏଜେନ୍ସି IANS ଏକ ସୂତ୍ରରୁ ପ୍ରକାଶ ଯେ, ଭାରତ ଅଲିମ୍ପିକ୍ସ ୨୦୩୬ ପାଇଁ ଏକ ବିଡ ଦାଖଲ କରିଛି। ଅକ୍ଟୋବର ୧ ୨୦୨୪ରେ ଭାରତୀୟ ଅଲିମ୍ପିକ ଆସୋସିଏଶନ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)କୁ ଏକ ଚିଠି ଦାଖଲ କରିଛି, ଯାହା ପରେ ଅଲିମ୍ପିକ ଆୟୋଜନ କରିବାର ସମ୍ଭାବନାକୁ ବଢାଇ ଦେଇଛି।

The post ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ! ରିପୋର୍ଟରେ ହେଲା ବଡ଼ ଖୁଲାସା appeared first on Dharitri Odia News.