ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଓଲଟି ପଡିଲା ଯାତ୍ରୀବାହୀ ବସ୍, ୪ ମୃତ
ଆନ୍ଧ୍ରପ୍ରଦେଶ,୧୭।୧: ତ୍ରିଚିରୁ ତିରୁପତି ଯାଉଥିବା ଏକ ଘରୋଇ ଟ୍ରାଭେଲ୍ସ ବସ୍ ଚିତୋର ଜିଲାର ଗଙ୍ଗାସାଗରମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ତୀର୍ଥଯାତ୍ରୀମାନେ ମନ୍ଦିରରେ ପୂଜା କରି ତିରୁପତିରୁ ଫେରୁଥିଲେ। ରାତି ପ୍ରାୟ ୨ଟା ସମୟରେ ବସ୍ଟି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଡମ୍ପର ଲୋରିକୁ ଅତିକ୍ରମ କରିବାକୁ ଚେଷ୍ଟା କରିବା ବେଳେ ବସ୍ଟି ଧକ୍କା ଦେଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ସମୟରେ ଅଧିକାଂଶ […] The post ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଓଲଟି ପଡିଲା ଯାତ୍ରୀବାହୀ ବସ୍, ୪ ମୃତ appeared first on Dharitri Odia News.
ଆନ୍ଧ୍ରପ୍ରଦେଶ,୧୭।୧: ତ୍ରିଚିରୁ ତିରୁପତି ଯାଉଥିବା ଏକ ଘରୋଇ ଟ୍ରାଭେଲ୍ସ ବସ୍ ଚିତୋର ଜିଲାର ଗଙ୍ଗାସାଗରମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି।
ତୀର୍ଥଯାତ୍ରୀମାନେ ମନ୍ଦିରରେ ପୂଜା କରି ତିରୁପତିରୁ ଫେରୁଥିଲେ। ରାତି ପ୍ରାୟ ୨ଟା ସମୟରେ ବସ୍ଟି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଡମ୍ପର ଲୋରିକୁ ଅତିକ୍ରମ କରିବାକୁ ଚେଷ୍ଟା କରିବା ବେଳେ ବସ୍ଟି ଧକ୍କା ଦେଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ସମୟରେ ଅଧିକାଂଶ ବସ୍ ଯାତ୍ରୀ ଗଭୀର ନିଦରେ ଥିଲେ। କିଛି ସମୟ ପାଇଁ କେହି ବୁଝି ପାରିଲେ ନାହିଁ କ’ଣ ଘଟୁଛି। ବହୁତ ପାଟିତୁଣ୍ଡ ଏବଂ ଚିତ୍କାର ହେଉଥିଲା। ଏହା ପରେ କିଛି ଲୋକ କୌଣସି ପ୍ରକାରେ ଜରୁରୀକାଳୀନ ଦ୍ୱାର ଦେଇ ବାହାରକୁ ଆସି ଅନ୍ୟମାନଙ୍କୁ ସାହାଯ୍ୟ କରିଥିଲେ। ସେହି ବାଟ ଦେଇ ଯାଉଥିବା କିଛି ଲୋକ ମଧ୍ୟ ସାହାଯ୍ୟ କରିବାକୁ ଆଗକୁ ଆସିଥିଲେ।
The post ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଓଲଟି ପଡିଲା ଯାତ୍ରୀବାହୀ ବସ୍, ୪ ମୃତ appeared first on Dharitri Odia News.