ଭାଜପା-ବିଜେଡି ବାହାଘର
ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି ମଧ୍ୟରେ ବାହାଘର କରାଯାଇଛି। ଭାଜପା ଓ ବିଜେଡି ମଧ୍ୟରେ ଭିତିରିଆ ସମ୍ପର୍କ ରହିଛି ଓ ଏହା ଗତ ରାଜ୍ୟ ସଭା ନିର୍ବାଚନ ବେଳେ ପ୍ରମାଣିତ ହୋଇଥିବା ଅଭିଯୋଗ କରିଛି ବ୍ଲକ କଂଗ୍ରେସ। ବ୍ଳକ କଂଗ୍ରେସ ସଭାପତି କୃତାର୍ଥ ଦେହୁରୀ ଓ କଂଗ୍ରେସ ନେତା ଗୋବିନ୍ଦ ନାଏକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ […] The post ଭାଜପା-ବିଜେଡି ବାହାଘର appeared first on Dharitri Odia News.
ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି ମଧ୍ୟରେ ବାହାଘର କରାଯାଇଛି। ଭାଜପା ଓ ବିଜେଡି ମଧ୍ୟରେ ଭିତିରିଆ ସମ୍ପର୍କ ରହିଛି ଓ ଏହା ଗତ ରାଜ୍ୟ ସଭା ନିର୍ବାଚନ ବେଳେ ପ୍ରମାଣିତ ହୋଇଥିବା ଅଭିଯୋଗ କରିଛି ବ୍ଲକ କଂଗ୍ରେସ। ବ୍ଳକ କଂଗ୍ରେସ ସଭାପତି କୃତାର୍ଥ ଦେହୁରୀ ଓ କଂଗ୍ରେସ ନେତା ଗୋବିନ୍ଦ ନାଏକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରଯାତ୍ରୀ ବେଶରେ ଶତାଧିକ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଥିଲେ। ଭାଜପା ଓ ବିଜେଡି ପରସ୍ପରର ଭଲ ବନ୍ଧୁ। ଦୀର୍ଘବର୍ଷ ଧରି ଲିଭ୍ ଇନ୍ ରିଲେଶନରେ ଅଛନ୍ତି ବୋଲି ଅଖିଳ ଭାରତ ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରା ଜନସାଧାରଣଙ୍କୁ ସଚେତନ କରିଥିଲେ। ଉଭୟ ଦଳର ଭିତିରି ସମ୍ପର୍କ ଯୋଗୁ ଓଡ଼ିଶାରେ ଦୁର୍ନୀତି ଭରି ରହିଛି। ଏଣୁ ଜନସାଧାରଣ ସଚେତନ ହେବା ସହିତ ଏପରି ସରକାରଙ୍କୁ ହଟାଇ କଂଗ୍ରେସ ସହିତ ରହିବା ପାଇଁ ଗୋବିନ୍ଦ ନାଏକ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଅଶୋକ ପ୍ରଧାନ, ଉଦୟ ନାଥ ବେହେରା, ଅଜୟ ବେହେରା, ଜିତେନ ସାହୁ, ପ୍ରିୟବ୍ରତ ସାହୁ, ଅଭିରାମ ସାହୁ, ବିଶ୍ୱଜିତ ପ୍ରଧାନ, ସୁରେଶ ସାହୁ, ଦିଲେଶ୍ୱର ସେଠୀ, ପ୍ରତାପ ପ୍ରଧାନ, ସୁଶାନ୍ତ ସାହୁ, ନିର ମାଝିଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।
The post ଭାଜପା-ବିଜେଡି ବାହାଘର appeared first on Dharitri Odia News.