ଆଜିଠୁ ଆଦିବାସୀ ମେଳା, ଆଭାସୀ ମାଧ୍ୟମରେ ଉଦ୍‌‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାନୁଆରୀ ୨୬ରୁ ୟୁନିଟ୍‌‌-୧ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେବ ‘ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୪’। ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଳାକୁ ଉଦ୍‌‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପୃଷ୍ଠପୋଷକତାରେ ଆୟୋଜିତ ହେବାକୁ ଥିବା ଏହି ମେଳାର ଉଦ୍‌‌ଘାଟନୀ ଉତ୍ସବରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ। ଚଳିତବର୍ଷ ମେଳା ପରିସରରେ ୧୦୭ଟି ଷ୍ଟଲରେ ଜନଜାତିଙ୍କ ବିଭିନ୍ନ କାରିଗରୀ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରିବଟା ପାଇଁ ବ୍ୟବସ୍ଥା […]

ଆଜିଠୁ ଆଦିବାସୀ ମେଳା, ଆଭାସୀ ମାଧ୍ୟମରେ ଉଦ୍‌‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
adbasimela

ଭୁବନେଶ୍ୱର: ଜାନୁଆରୀ ୨୬ରୁ ୟୁନିଟ୍‌‌-୧ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେବ ‘ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୪’। ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଳାକୁ ଉଦ୍‌‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପୃଷ୍ଠପୋଷକତାରେ ଆୟୋଜିତ ହେବାକୁ ଥିବା ଏହି ମେଳାର ଉଦ୍‌‌ଘାଟନୀ ଉତ୍ସବରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ। ଚଳିତବର୍ଷ ମେଳା ପରିସରରେ ୧୦୭ଟି ଷ୍ଟଲରେ ଜନଜାତିଙ୍କ ବିଭିନ୍ନ କାରିଗରୀ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରିବଟା ପାଇଁ ବ୍ୟବସ୍ଥା ହୋଇଛି। ଏହାସହ ୧୦ଟି ଘର ବା ଆଦିବାସୀ ଗ୍ରାମରେ ଦେଖିବାକୁ ମିଳିବ ଜନଜାତିଙ୍କ ଜୀବନଶୈଳୀ। ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ମେଳାର ଆକର୍ଷଣ ପାଲଟିବ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା ୬୨ଶ୍ରେଣୀର ଆଦିବାସୀ ବର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଭୁବନେଶ୍ୱରରେ ‘ଆଦିବାସୀ ମେଳା’ ଆୟୋଜନ କରାଯାଇଥାଏ। ଆଦିବାସୀମାନଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କ ଦ୍ୱାରା ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟଗୁଡ଼ିକ ପ୍ରଦର୍ଶିତ କରାଇବା ଓ ସେ ସବୁର ବିକ୍ରି ନିମନ୍ତେ ଏକ ବଜାର ସୃଷ୍ଟି କରିବା ମେଳାର ମୁଖ୍ୟ ଉଦ୍ଦେଶ୍ୟ। ଜନଜାତି ବର୍ଗଙ୍କର ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଜୀବନଯାପନ ଶୈଳୀକୁ ରାଜ୍ୟବାସୀଙ୍କ ସହ ପରିଚିତ କରାଇବା ମଧ୍ୟ ଅନ୍ୟ ଏକ ଲକ୍ଷ୍ୟ। ଚଳିତ ବର୍ଷ ମେଳା ଫେବୃଆରୀ ୫ତାରିଖ ପର୍ଯ୍ୟନ୍ତ ଚାଲିବ। ଅପରାହ୍ଣ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମେଳା ଖୋଲା ରହିବ।