ରାଗରେ ନିଆଁବାଣ ଚାଇନା: ଭାରତକୁ ଦେଖାଇଲା ନାଲିଆଖି

ବେଜିଂ,୯।୧: ମାଳଦ୍ୱୀପ ସହ ବିବାଦରେ ଭାରତକୁ ଅନ୍ୟ ଦେଶ ସମର୍ଥନ ଦେବା ଚାଇନାକୁ ପସନ୍ଦ ଆସିନାହିଁ। ଏଥିପାଇଁ ରାଗରେ ନିଆଁବାଣ ହୋଇପଡିଛି ଚାଇନା। ଚାଇନା ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ, ଭାରତ ଖୋଲା ମନ ସହ ଚିନ୍ତା କରିବା ଉଚିତ। ଭାରତ ଚାହୁଁଛି ଯେ ତାର ପ୍ରଭାବ ସବୁଠି ରହୁ। ମାଲଦ୍ୱୀପ ଏବଂ ଅନ୍ୟ ପଡ଼ୋଶୀମାନେ ତା’ ହିସାବରେ ଚାଲନ୍ତୁ ଏବଂ ଚାଇନା ଠାରୁ ଦୂରରେ ରୁହନ୍ତୁ। ଭାରତ ଭାବିବା ଉଚିତ ଯେ ଦକ୍ଷିଣ […] The post ରାଗରେ ନିଆଁବାଣ ଚାଇନା: ଭାରତକୁ ଦେଖାଇଲା ନାଲିଆଖି appeared first on Dharitri Odia News.

ରାଗରେ ନିଆଁବାଣ ଚାଇନା: ଭାରତକୁ ଦେଖାଇଲା ନାଲିଆଖି

ବେଜିଂ,୯।୧: ମାଳଦ୍ୱୀପ ସହ ବିବାଦରେ ଭାରତକୁ ଅନ୍ୟ ଦେଶ ସମର୍ଥନ ଦେବା ଚାଇନାକୁ ପସନ୍ଦ ଆସିନାହିଁ। ଏଥିପାଇଁ ରାଗରେ ନିଆଁବାଣ ହୋଇପଡିଛି ଚାଇନା। ଚାଇନା ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ, ଭାରତ ଖୋଲା ମନ ସହ ଚିନ୍ତା କରିବା ଉଚିତ। ଭାରତ ଚାହୁଁଛି ଯେ ତାର ପ୍ରଭାବ ସବୁଠି ରହୁ। ମାଲଦ୍ୱୀପ ଏବଂ ଅନ୍ୟ ପଡ଼ୋଶୀମାନେ ତା’ ହିସାବରେ ଚାଲନ୍ତୁ ଏବଂ ଚାଇନା ଠାରୁ ଦୂରରେ ରୁହନ୍ତୁ। ଭାରତ ଭାବିବା ଉଚିତ ଯେ ଦକ୍ଷିଣ ଏସିଆର ଦେଶ ମଧ୍ୟରେ ଚାଇନାକୁ ଅଣଦେଖା କରାଯାଇପାରିବ ନାହିଁ।
ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ବର୍ତ୍ତମାନ ଚାଇନା ଗସ୍ତରେ ଅଛନ୍ତି। ଏହାପୂର୍ବରୁ ମାଳଦ୍ୱୀପର କୌଣସି ରାଷ୍ଟ୍ରପତି ତାଙ୍କର ପ୍ରଥମ ବିଦେଶ ଗସ୍ତ ଭାବରେ ଭାରତ ଗସ୍ତ କରିଛନ୍ତି। ଭାରତୀୟ ଗଣମାଧ୍ୟମରେ ଏହି ଖବରକୁ ନେଇ ଚାଇନା ରାଗିଛି। ଗ୍ଲୋବାଲ ଟାଇମ୍ସ କହିଛି ଯେ, ମୁଇଜୁଙ୍କ ଗସ୍ତକୁ ଚାଇନା ସମର୍ଥକ ବୋଲି ବର୍ଣ୍ଣନା କରିବା ଦର୍ଶାଉଛି କିଛି ଭାରତୀୟ ନେତାଙ୍କ ମଧ୍ୟରେ ଆତ୍ମବିଶ୍ୱାସର ଅଭାବ ରହିଛି। ପଡୋଶୀ ଦେଶ ସହ ତିକ୍ତ ସମ୍ପର୍କ ପାଇଁ ଚାଇନାକୁ ଦାୟୀ କରିବା ଉଚିତ ନୁହେଁ।
ଗ୍ଲୋବାଲ ଟାଇମ୍ସ ମାଧ୍ୟମରେ ଚାଇନା କହିଛି ଯେ, ମାଳଦ୍ୱୀପକୁ ଭାରତଠାରୁ ଦୂରରେ ରହିବାକୁ କେବେ କହିନାହିଁ। ଚାଇନା ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ସମ୍ପର୍କକୁ ବିପଦ ଭାବରେ ଦେଖୁନାହିଁ। ଚାଇନା ଭାରତ ଏବଂ ମାଲଦ୍ୱୀପ ସହ ତ୍ରିପାକ୍ଷିକ ସହଯୋଗ କରିବାକୁ ଇଚ୍ଛୁକ। ଭାରତ ଏକ ଖୋଲା ମନ ସହିତ ଚିନ୍ତା କରିବା ଉଚିତ୍‌। ଭାରତ ଭାବୁଛି ଯେ ଏହାର ପ୍ରଭାବ ଏହି ଅଞ୍ଚଳରେ ରହିବା ଉଚିତ୍‌।

The post ରାଗରେ ନିଆଁବାଣ ଚାଇନା: ଭାରତକୁ ଦେଖାଇଲା ନାଲିଆଖି appeared first on Dharitri Odia News.