ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଲେ ମୁସଲମାନ ଭଉଣୀଭାଇ
ଛତ୍ରପୁର,୧୧ା୪(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ବୁଧବାର ମୁସଲମାନ ଭାଇମାନଙ୍କ ପବିତ୍ର ରମଜାନ ମାସ ଶେଷରେ ବଡ଼ ଧୂମ୍ଧାମରେ ଗଞ୍ଜାମ ଜିଲା ଛତ୍ରପୁର ପୁତିଗୋପାଳପୁର ମସ୍ଜିଦ୍ରେ ଧର୍ମଗୁରୁ ହାଫିସ ମହମ୍ମଦ ଜମିରଉଦ୍ଦିନଙ୍କ ତତ୍ତ୍ୱାବଧାନରେ ସମୂହ ନମାଜପାଠ କରି ଇଦ୍ ପାଳନ ହୋଇଯାଇଛି। ଏହି ଅବସରରେ ମୁସଲମାନ ଭଭଣୀଭାଇମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଛନ୍ତି। ମୁସଲମାନ ସଂପ୍ରଦାୟର ବିଶ୍ବାସ ଅନୁଯାୟୀ ଏହି ପବିତ୍ର ରମଜାନ ମାସରେ ଦୀର୍ଘ ଏକ ମାସ ଧରି ରୋଜା ବା ଉପବାସ ପାଳନ କରିଥାନ୍ତି। […] The post ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଲେ ମୁସଲମାନ ଭଉଣୀଭାଇ appeared first on Dharitri Odia News.
ଛତ୍ରପୁର,୧୧ା୪(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ବୁଧବାର ମୁସଲମାନ ଭାଇମାନଙ୍କ ପବିତ୍ର ରମଜାନ ମାସ ଶେଷରେ ବଡ଼ ଧୂମ୍ଧାମରେ ଗଞ୍ଜାମ ଜିଲା ଛତ୍ରପୁର ପୁତିଗୋପାଳପୁର ମସ୍ଜିଦ୍ରେ ଧର୍ମଗୁରୁ ହାଫିସ ମହମ୍ମଦ ଜମିରଉଦ୍ଦିନଙ୍କ ତତ୍ତ୍ୱାବଧାନରେ ସମୂହ ନମାଜପାଠ କରି ଇଦ୍ ପାଳନ ହୋଇଯାଇଛି। ଏହି ଅବସରରେ ମୁସଲମାନ ଭଭଣୀଭାଇମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଛନ୍ତି। ମୁସଲମାନ ସଂପ୍ରଦାୟର ବିଶ୍ବାସ ଅନୁଯାୟୀ ଏହି ପବିତ୍ର ରମଜାନ ମାସରେ ଦୀର୍ଘ ଏକ ମାସ ଧରି ରୋଜା ବା ଉପବାସ ପାଳନ କରିଥାନ୍ତି। ଏହାସହ ଗରିବ ଲୋକଙ୍କୁ ବସ୍ତ୍ର ଖାଦ୍ୟ ଓ ବିଭିନ୍ନ ଆର୍ଥିକ ସହାୟତା ମଧ୍ୟ କରିଥାନ୍ତି। ଏହା ଦ୍ବାରା ପୁଣ୍ୟ ଅର୍ଜନ ହୋଇଥାଏ ବୋଲି ମଧ୍ୟ ମୁସଲମାନମାନଙ୍କ ବିଶ୍ୱାସ ରହିଛି। ଏହି ପର୍ବ ମୁସଲମାନ ଭଭଣୀଭାଇମାନଙ୍କ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପର୍ବ ଅଟେ। ଏହି ଅବସରରେ ଆଫୋ ଖାନ, ଆଫତାବ ଖାନ, ଇଜୁ ଅମିନ ଖାନ, ଜାକିର ଖାନ, ଇସୁବ ଖାନ, ଆଇବ ଖାନ, ଜଲାଲ ଖାନ, ଆର୍ଶଲାନ ଖାନ, ସିକନ୍ଦର ଖାନ, ସଲମାନ ଖାନ ପ୍ରମୁଖ ସମସ୍ତଙ୍କୁ ଇଦ୍ର ଶୁଭେଚ୍ଛା ଜଣାଇଥିଲେ।
The post ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଲେ ମୁସଲମାନ ଭଉଣୀଭାଇ appeared first on Dharitri Odia News.