ପିଲାମାନଙ୍କୁ ସବୁକ୍ଷେତ୍ରରେ ସଫଳ କରିବାକୁ ଚାହୁଁଥିଲେ….

ପିଲାଙ୍କର ସବୁକ୍ଷେତ୍ରରେ ସଫଳତା ନିମନ୍ତେ ଶିଷ୍ଟାଚାର ଓ ଅନୁଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ପିଲାବେଳୁ ଅଭିଭାବକମାନେ ହିଁ ଏନେଇ ଧ୍ୟାନଦେବା ଦରକାର…. ପିଲାଙ୍କ ବ୍ୟବହାର ଉପରେ ଦୃଷ୍ଟିରଖନ୍ତୁ। ପରିବାରର ସମସ୍ତଙ୍କୁ ସେମାନେ କିଭଳି ବ୍ୟବହାର କରୁଛନ୍ତି ଲକ୍ଷ୍ୟ ରଖନ୍ତୁ। କାହା ପ୍ରତି ସେମାନେ ଯଦି କିଛି ବି ଭୁଲ୍‌ ବ୍ୟବହାର କରୁଥାନ୍ତି ତେବେ ସେମାନଙ୍କୁ ଠିକ୍‌ ସମୟରେ ଶିକ୍ଷା ଦିଅନ୍ତୁ। ପିଲାମାନେ ଚଞ୍ଚଳ ସ୍ବଭାବର ହୋଇଥାନ୍ତି। ସବୁବେଳେ ସେମାନେ ମସ୍ତି ମୁଡ୍‌ରେ ରହିଥାନ୍ତି। କିନ୍ତୁ […] The post ପିଲାମାନଙ୍କୁ ସବୁକ୍ଷେତ୍ରରେ ସଫଳ କରିବାକୁ ଚାହୁଁଥିଲେ…. appeared first on Dharitri Odia News.

ପିଲାମାନଙ୍କୁ ସବୁକ୍ଷେତ୍ରରେ ସଫଳ କରିବାକୁ ଚାହୁଁଥିଲେ….

ପିଲାଙ୍କର ସବୁକ୍ଷେତ୍ରରେ ସଫଳତା ନିମନ୍ତେ ଶିଷ୍ଟାଚାର ଓ ଅନୁଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ପିଲାବେଳୁ ଅଭିଭାବକମାନେ ହିଁ ଏନେଇ ଧ୍ୟାନଦେବା ଦରକାର….

ପିଲାଙ୍କ ବ୍ୟବହାର ଉପରେ ଦୃଷ୍ଟିରଖନ୍ତୁ। ପରିବାରର ସମସ୍ତଙ୍କୁ ସେମାନେ କିଭଳି ବ୍ୟବହାର କରୁଛନ୍ତି ଲକ୍ଷ୍ୟ ରଖନ୍ତୁ। କାହା ପ୍ରତି ସେମାନେ ଯଦି କିଛି ବି ଭୁଲ୍‌ ବ୍ୟବହାର କରୁଥାନ୍ତି ତେବେ ସେମାନଙ୍କୁ ଠିକ୍‌ ସମୟରେ ଶିକ୍ଷା ଦିଅନ୍ତୁ।
ପିଲାମାନେ ଚଞ୍ଚଳ ସ୍ବଭାବର ହୋଇଥାନ୍ତି। ସବୁବେଳେ ସେମାନେ ମସ୍ତି ମୁଡ୍‌ରେ ରହିଥାନ୍ତି। କିନ୍ତୁ ସବୁ ସମୟରେ ଏପରି ବ୍ୟବହାର ଠିକ୍‌ ନୁହେଁ ବୋଲି ସେମାନଙ୍କୁ ବୁଝାନ୍ତୁ। ଏକାଠି ଗୋଟିଏ ସ୍ଥାନରେ ବସି କିଛି କରିବା, ଖାଇବା କିମ୍ବା ପଢ଼ିବା ଲେଖିବା କାମ ଗୋଟିଏ ସ୍ଥାନରେ ବସି କରିବାର ଅଭ୍ୟାସ କରାନ୍ତୁ।
ପରିବାରରେ ଅନ୍ୟ ସଦସ୍ୟଙ୍କ ପ୍ରତି ଠିକ୍‌ ବ୍ୟବହାର କରିବା ଶିଖାନ୍ତୁ। ଛୋଟଙ୍କ ପ୍ରତି ସ୍ନେହ ଓ ବଡ଼ଙ୍କୁ ସମ୍ମାନ କରିବା ଶିଖାନ୍ତୁ। ସମ୍ପର୍କର ଗୁରୁତ୍ୱ ମଧ୍ୟ ସେମାନଙ୍କୁ ଅନୁଭବ କରିବାକୁ ଦିଅନ୍ତୁ। ଏଥିପାଇଁ ନିଜେ ମଧ୍ୟ ସମସ୍ତଙ୍କ ପ୍ରତି ଭଲ ବ୍ୟବହାରକରି ଉଦାହରଣ ଦିଅନ୍ତୁ।
ଘର ସଫାସୁତୁରା ରଖିବା ମଧ୍ୟ ପିଲାଙ୍କୁ ଶିଖାନ୍ତୁ। ପିଲାମାନେ ଅନେକ ସମୟରେ ଖେଳିବା ପରେ ଖେଳନା ଫିଙ୍ଗିଦେଇଥାନ୍ତି ଏବଂ ସେହିପରି ପଢ଼ିବା ପରେ ବହିପତ୍ର ସଜାଡ଼ି ରଖନ୍ତି ନାହିଁ। କିନ୍ତୁ ପ୍ରତି ମୁହୂର୍ତ୍ତରେ ଏପରି ବ୍ୟବହାରକୁ ଆପଣ ନଜର ରଖି ସବୁ ଜିନିଷ ସଜାଡ଼ି ରଖିବା ପାଇଁ କୁହନ୍ତୁ। ଫଳରେ ବଡ଼ ହେବା ପରେ ସେମାନଙ୍କର ଅଭ୍ୟାସରେ ପରିଣତ ହେବ ଏବଂ ସେମାନେ ଶୃଙ୍ଖଳିତ ବ୍ୟବହାର କରିପାରିବେ।
ଏକାଠି ସମସ୍ତଙ୍କ ସହ ଖାଇବାକୁ ଦିଅନ୍ତୁ ଏବଂ ଖାଇବା ସମୟରେ ଠିକ୍‌ ଭାବରେ ଖାଇବା ଶିଖିପାରିବେ।
ବାହାରେ ଲୋକଙ୍କୁ ସାଧାରଣ ଭଦ୍ରାମିରେ କିପରି ବ୍ୟବହାର କରିବାକୁ ହୁଏ କୁହନ୍ତୁ।
କୌଣସି କାମ କରିବା ପୂର୍ବରୁ କିମ୍ବା କୌଣସି ସ୍ଥାନକୁ ଯିବା ପୂର୍ବରୁ ଅନୁମତି ନେବା ପାଇଁ ପିଲାଙ୍କୁ କୁହନ୍ତୁ।

The post ପିଲାମାନଙ୍କୁ ସବୁକ୍ଷେତ୍ରରେ ସଫଳ କରିବାକୁ ଚାହୁଁଥିଲେ…. appeared first on Dharitri Odia News.