ଆଇସିୟୁ-ସଂଶୟ ଓ ସମ୍ଭାବନା

ଡ. ମୌସୁମୀ ପରିଡ଼ା   ବର୍ଦ୍ଧିତ ଜନସଂଖ୍ୟା ଓ ପରିବର୍ତ୍ତିତ ଜଳବାୟୁ ପାଇଁ ଆମ ଦେଶର ଲୋକମାନେ ଜଟିଳରୁ ଜଟିଳତମ ରୋଗର ଶିକାର ହେଉଛନ୍ତି। ଚିକିତ୍ସା ପାଇଁ ଭାରତରେ ପ୍ରତିବର୍ଷ ପାଖାପାଖି ୫୦ ଲକ୍ଷ ରୋଗୀ ଆଇସିୟୁରେ ଭର୍ତ୍ତି ହେଉଥିବାବେଳେ ୩୭.୭% ରୋଗୀ ମୃତ୍ୟୁବରଣ କରିଛନ୍ତି (ଏମ୍ସର ତଥ୍ୟାନୁସାରେ)। ଏ କିଛିବର୍ଷ ଭିତରେ ଆଇସିୟୁର ବ୍ୟୟବହୁଳ ଚିକିତ୍ସା ଗୋଟେ ପ୍ରକାରର ଫ୍ୟାଶନରେ ପରିଣତ। ଆଇସିୟୁ (ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌)କୁ ସିସିୟୁ (କ୍ରିଟିକାଲ୍‌ କେୟାର୍‌ ୟୁନିଟ୍‌) ବା ଆଇଟିୟୁ […] The post ଆଇସିୟୁ-ସଂଶୟ ଓ ସମ୍ଭାବନା appeared first on Dharitri Odia News.

ଆଇସିୟୁ-ସଂଶୟ ଓ ସମ୍ଭାବନା

ଡ. ମୌସୁମୀ ପରିଡ଼ା

 

ବର୍ଦ୍ଧିତ ଜନସଂଖ୍ୟା ଓ ପରିବର୍ତ୍ତିତ ଜଳବାୟୁ ପାଇଁ ଆମ ଦେଶର ଲୋକମାନେ ଜଟିଳରୁ ଜଟିଳତମ ରୋଗର ଶିକାର ହେଉଛନ୍ତି। ଚିକିତ୍ସା ପାଇଁ ଭାରତରେ ପ୍ରତିବର୍ଷ ପାଖାପାଖି ୫୦ ଲକ୍ଷ ରୋଗୀ ଆଇସିୟୁରେ ଭର୍ତ୍ତି ହେଉଥିବାବେଳେ ୩୭.୭% ରୋଗୀ ମୃତ୍ୟୁବରଣ କରିଛନ୍ତି (ଏମ୍ସର ତଥ୍ୟାନୁସାରେ)। ଏ କିଛିବର୍ଷ ଭିତରେ ଆଇସିୟୁର ବ୍ୟୟବହୁଳ ଚିକିତ୍ସା ଗୋଟେ ପ୍ରକାରର ଫ୍ୟାଶନରେ ପରିଣତ।
ଆଇସିୟୁ (ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌)କୁ ସିସିୟୁ (କ୍ରିଟିକାଲ୍‌ କେୟାର୍‌ ୟୁନିଟ୍‌) ବା ଆଇଟିୟୁ (ଇଣ୍ଟେନ୍‌ସିଭ୍‌ ଥେରାପି ୟୁନିଟ୍‌) ବୋଲି କୁହାଯାଏ, ଯାହା ରୋଗୀମାନଙ୍କୁ ଜରୁରିକାଳୀନ ଚିକିତ୍ସା ଯୋଗାଇଦେବା ପାଇଁ ବନା ଯାଇଥାଏ। ଆଜିକାଲି ବିଭିନ୍ନ ଜଟିଳ ରୋଗରେ ଶରୀରର ଏକ ବା ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ସଂକ୍ରମିତ ହେଉଥିବାବେଳେ ଆଇସିୟୁ ସେମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇଦେଉଛି ବୋଲି ଦାବି କରିଆସୁଛି। ବିଭିନ୍ନ କର୍ପୋରେଟ୍‌ ହସ୍ପିଟାଲ୍‌ଗୁଡ଼ିକରେ ଆଇସିୟୁର ବେଡ୍‌ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଏହା କେତେ ଫଳଦାୟୀ ବୁଝିବାକୁ ହେବ। କାରଣ ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ। ଶିଶୁ ଜନ୍ମ ହେବାବେଳେ ତା’ର ସ୍ମରଣ ଶକ୍ତି ନ ଥାଏ ସିନା କିନ୍ତୁ ମୃତ୍ୟୁମୁଖୀ ମଣିଷର ସୂକ୍ଷ୍ମ ବା ସ୍ଥୂଳ ଅବବୋଧ ଟିକକ ବଞ୍ଚତ୍ ରହିଥାଏ ବହୁକ୍ଷେତ୍ରରେ।
ଖୁବ୍‌ ଯନ୍ତ୍ରଣାଦାୟକ ଚିକିତ୍ସା ପଦ୍ଧତି ଭିତରେ ଅସହାୟ ଲୋକଟି ତା’ ଆଖପାଖରେ ନିକଟ ସମ୍ପର୍କୀୟଙ୍କୁ ଦେଖି ନ ପାରିବାର ଅସହାୟତା ଓ ଅନୁଶୋଚନା ତା’ ମନୋବଳକୁ ପୂର୍ବାପେକ୍ଷା ଅଧିକ ଦୁର୍ବଳ କରିଦିଏ। ତେଣୁ ସେ ସୁସ୍ଥ ହେବା ପରିବର୍ତ୍ତେ ଅସୁସ୍ଥ ହେବାରେ ଲାଗେ। ମଣିଷ ସମ୍ପର୍କ ତିଆରି କରିଥାଏ ବିପଦ ସମୟର ସାଥୀ ବନିବାକୁ ଅଥଚ ସବୁଠାରୁ କଠିନ ସ୍ଥିତିରେ ଥିବାବେଳେ ନା ସେ ଆତ୍ମୀୟସ୍ବଜନମାନଙ୍କ ମୁହଁ ଦେଖିପାରେ ନା ସେମାନଙ୍କ ସ୍ନେହାନୁରାଗର ସ୍ପର୍ଶ ପାଇପାରେ। ଶାରୀରିକ ଯାତନା ସହିତ ମାନସିକଶକ୍ତି ଦୁର୍ବଳ ହେବା ସ୍ବାସ୍ଥ୍ୟର ପ୍ରତିକୂଳ ହେଲେ ମଧ୍ୟ ଆଇସିୟୁର ନିୟମ ବଦଳେ ନାହିଁ। ଦିନକୁ ଥରୁଟିଏ ସମ୍ପର୍କୀୟମାନେ ରୋଗୀକୁ ଭେଟିପାରନ୍ତି, କିନ୍ତୁ ସ୍ବଳ୍ପ ସମୟରେ ରୋଗୀଟିଏ ନା ତା’ ମନକଥା କହିପାରେ ନା ଅସନ୍ତୋଷ ବଖାଣିପାରେ। ସେମାନଙ୍କ ସାନିଧ୍ୟ ପାଇବା ତ ଦୂରର କଥା, ସେତେବେଳକୁ ଲମ୍ବା ତାଲିକାଟିଏ ସମ୍ପର୍କୀୟମାନଙ୍କ ହାତକୁ ବଢ଼ା ସରିଥାଏ। ରୋଗୀର ସୁସ୍ଥତା ଅପେକ୍ଷା ଏତେଗୁଡ଼େ ଅର୍ଥ କିପରି ଯୋଗାଡ଼ କରିହେବ ସେ ଚିନ୍ତାରେ ଥାଆନ୍ତି ଆମତ୍ୀୟସ୍ବଜନମାନେ।
ଏବେ ତ କର୍ପୋରେଟ୍‌ ହସ୍ପିଟାଲ୍‌ଗୁଡିକରେ ଆଡ୍‌ମିଶନ୍‌ ହେଉ ହେଉ ପ୍ରଥମେ ପ୍ରଶ୍ନ କରାଯାଉଛି ସ୍ବାସ୍ଥ୍ୟବୀମା କାର୍ଡ ଅଛି ତ? ହଁ ଶୁଣିବା ମାତ୍ରେ କିପରି ଅଧିକରୁ ଅଧିକ ଅର୍ଥ ଆଦାୟ କରିହେବ, ସେ ଚକ୍ରାନ୍ତରେ ଆଇସିୟୁରୁ କ୍ୟାବିନ୍‌, କ୍ୟାବିନ୍‌ରୁ ୱାର୍ଡ, ପୁଣି ୱାର୍ଡରୁ ଆଇସିୟୁ ନେଲାବେଳେ ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ଆସି ନୂଆ ରୋଗରେ ରୋଗୀ ଜଣକ ସଂକ୍ରମିତ ହୋଇସାରିଥାଏ। ନୂଆ ରୋଗ, ଏକାକୀପଣ, ବାରମ୍ବାର ଦେହରେ ଛୁଞ୍ଚତ୍ଫୋଡା ଅସହ୍ୟ ହେଲେ ବି ଉପାୟହୀନ। ଅହର୍ନିଶ ଏ.ସି. ଲାଗୁଥିବାରୁ ଥଣ୍ଡା, ଆଜ୍‌ମା କିମ୍ବା ଫୁସ୍‌ଫୁସ୍‌ଜନିତ ସମସ୍ୟା ଥିବା ରୋଗୀମାନଙ୍କ ଅବସ୍ଥା କ’ଣ ହେଉଥିବ ବିଚାର୍ଯ୍ୟ।
ବିଭିନ୍ନ ପରୀକ୍ଷାନିରୀକ୍ଷା ଦ୍ୱାରା କାର୍ଡରୁ ଅର୍ଥ ସରିଆସିଲେ ପକେଟରୁ ହରିଲୁଟ୍‌ ଆରମ୍ଭ ହୋଇଯାଏ। ଜମିବାଡ଼ି ବିକି ସର୍ବସ୍ବାନ୍ତ ହୋଇଯାଆନ୍ତି ଲୋକେ। ଏବେ ସରକାର ମୋଟା ଅଙ୍କର ଅର୍ଥ ହିତାଧିକାରୀମାନଙ୍କୁ ପ୍ରଦାନ କରୁଛନ୍ତି, ଯାହା ଆଶ୍ୱାସନାର କଥା। କିନ୍ତୁ କର୍ପୋରେଟ୍‌ ହସ୍ପିଟାଲ୍‌ ଏସବୁକୁ ଚଳୁ କରଚାଲିଛନ୍ତି। ଏଭଳି କିଛି ବ୍ୟକ୍ତିଗତ ଉଦାହରଣ ପ୍ରମାଣିତ କରେ ଆଇସିୟୁ ଏକ ମରଣଯନ୍ତା! ସେଠାରୁ ସୁସ୍ଥ ହୋଇ ଫେରିବା ଭାଗ୍ୟର କଥା।
ମାସ ମାସ ଧରି ମୃତ୍ୟୁକୁ ଅପେକ୍ଷା କରି ବ୍ୟୟଭାରରେ ଧନ୍ଦି ହେଉଥିବା ଲୋକଙ୍କ ଦୁଃଖ ଅକୁହା। ଜନସାଧାରଣଙ୍କ ଅସନ୍ତୋଷର କାରଣମାନ ହେଉଛି: ୧- ବ୍ୟୟବହୁଳ ଚିକିତ୍ସା, ୨- ଡାକ୍ତରଙ୍କ ଚିକିତ୍ସା ପଦ୍ଧତିରେ ସ୍ବଚ୍ଛତାର ଅଭାବ, କୌଣସି ଲିଖିତ ଦସ୍ତାବିଜ୍‌ ରୋଗୀଙ୍କ ସମ୍ପର୍କୀୟଙ୍କୁ ଦେଉନଥିବାରୁ, ୩- ରୋଗୀର ବାସ୍ତବ ଅବସ୍ଥା ଓ ସମସ୍ୟାକୁ ନେଇ ସମ୍ପର୍କୀୟମାନଙ୍କୁ ଠିକ୍‌ଭାବେ ଅବଗତ ନ କରିବା ବା ନ ବୁଝାଇବା, ୪- ଆକ୍ରାନ୍ତ ରୋଗଟି ପାଇଁ ରୋଗୀଟି ମୃତ୍ୟୁବରଣ ନ କରି ନୂଆ ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା। ଯେପରି ମଧୁମେହ ରୋଗୀଟିଏ ଗୋଡ଼ର ଘାଆ ଭଲ କରିବାକୁ ଯାଇ ନିମୋନିଆରେ ଆକ୍ରାନ୍ତ ହୋଇ କ୍ରମଶଃ ଆଇସିୟୁରୁ କ୍ୟାବିନ୍‌, କ୍ୟାବିନ୍‌ରୁ ଆଇସିୟୁ ହୋଇ ଶେଷନିଃଶ୍ୱାସ ତ୍ୟାଗ କରିବା। ଯଦି ରୋଗୀର ସମ୍ପର୍କୀୟ ସେସବୁର ତନାଘନା କରନ୍ତି, ତେବେ ସେମାନଙ୍କୁ ଚିକିତ୍ସା ବାବଦରେ କୌଣସି ଯଥାର୍ଥ ଚିକିତ୍ସା ସମ୍ବନ୍ଧୀୟ ଦଲିଲ ନ ମିଳିବା ହିଁ ସନ୍ଦେହଜନକ। ଆଇସିୟୁରେ ନିୟୋଜିତ ସ୍ପେଶାଲିଷ୍ଟମାନେ ଅନେକ ସମୟରେ ହାଉସ୍‌ ସର୍ଜନ କିମ୍ବା ଜୁନିୟର୍‌ ରେସିଡେଣ୍ଟ ଛାତ୍ରମାନଙ୍କ ହାତରେ ରୋଗୀମାନଙ୍କୁ ଛାଡିଦିଅନ୍ତି। କିନ୍ତୁ ଏଇଟା ସାଧାରଣ ୱାର୍ଡ ନୁହେଁ କିମ୍ବା ରୋଗୀମାନେ ସାଧାରଣ ସ୍ଥିତିରେ ନ ଥା’ନ୍ତି। ଏଠାରେ ଜୀବନ ଚାଲିଯିବାର ଭୟ ସର୍ବାଧିକ। ତେଣୁ ଅବହେଳା ଅଗ୍ରହଣୀୟ।
ବରଂ ଆଇସିୟୁର ଚିକିତ୍ସା ସମ୍ପର୍କୀୟଙ୍କ ଉପସ୍ଥିତିରେ ଭଲଭାବେ କରିହୁଅନ୍ତା। କାହାର ସନ୍ଦେହ ରହନ୍ତା ନାହିଁ ଯେ ବ୍ରେନ୍‌ଡେଡ୍‌ ପରେ ବି ଆଇସିୟୁରେ ଦିନଦିନ ଧରି ଭେଣ୍ଟିଲେଟର୍‌ରେ ରଖାଯାଇ ଶୋଷଣ କରାଯାଉଛି ବୋଲି! ଅଯଥାରେ ଆଇସିୟୁରେ ଯନ୍ତ୍ରଣାଦାୟକ ସ୍ଥିତିରେ ପକେଇ ନରଖି ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରାଗଲେ ରୋଗୀଟି ସଂସ୍କୃତି ପରମ୍ପରା ଅନୁଯାୟୀ ଆତ୍ମୀୟସ୍ବଜନମାନଙ୍କ ହାତରୁ ତୁଳସୀ ଜଳ, ମହାର୍ଦ ପାଇ ଗୀତା ଭାଗବତ ଶୁଣି ଆମତ୍ଶାନ୍ତିରେ ହୁଏତ ପ୍ରାଣତ୍ୟାଗ କରିପାରନ୍ତା। ଆଇସିୟୁ ପରି ଅତ୍ୟାଧୁନିକ ଚିକିତ୍ସା ପାଇଁ କ୍ୟାବିନ୍‌ ବ୍ୟବସ୍ଥା କରାଯାଉ। ବ୍ୟୟବହୁଳ ହେଲେ ମଧ୍ୟ ଗୋଟେ କ୍ୟାବିନ୍‌ରେ ଗୋଟେ ରୋଗୀକୁ ରଖି ଚିକିତ୍ସା କରିବା, ସମ୍ପର୍କୀୟମାନଙ୍କୁ ସ୍ବାସ୍ଥ୍ୟ ସମ୍ପର୍କିତ ଟିକିନିଖି ବିବରଣୀ ଜଣାଇବା ସ୍ବାସ୍ଥ୍ୟକର୍ମୀମାନଙ୍କ ଦାୟିତ୍ୱ, ଯାହାକୁ ଠିକ୍‌ ରୂପେ ତୁଲେଇପାରିଲେ ମୁମୂର୍ଷୁ ଲୋକଟିର ଶେଷ ଅବସ୍ଥା ପୀଡ଼ାଦାୟକ ହୁଅନ୍ତା ନାହିଁ। ଅର୍ଥ ଜୀବନଠାରୁ ବଡ଼ ନୁହେଁ। ଜୀବନ ମୃତ୍ୟୁକୁ ନେଇ ବ୍ୟବସାୟ ନ ହେଉ, ନହେଲେ ମାନବତା ବଞ୍ଚତ୍ବ ନାହିଁ।
ମୋ: ୯୪୩୭୩୧୭୦୨୬

The post ଆଇସିୟୁ-ସଂଶୟ ଓ ସମ୍ଭାବନା appeared first on Dharitri Odia News.