ସେନାରେ ୩ ଭାଇ: ଭଗବାନ୍ ହିଁ ଭରସା କହିଲେ ପରିବାର ଲୋକେ
ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ବରପଲ୍ଲୀ ଗ୍ରାମର ଗୋଟିଏ ପରିବାରର ୩ ଭାଇ ସେନାରେ କାର୍ଯ୍ୟରତ ଅଛନ୍ତି। ଗ୍ରାମର ବାଉରୀ ବନ୍ଧୁ ଗୌଡ଼ଙ୍କ ୩ ପୁଅ ଯଥା ପ୍ରେମାନନ୍ଦ, ପ୍ରମୋଦ ଓ ନିତ୍ୟାନନ୍ଦ ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ୱ ହେବ ଭାରତୀୟ ସେନାରେ କାର୍ଯ୍ୟରତ ଅଛନ୍ତି। ଏଭଳି ସ୍ଥିତିରେ ଭଗବାନ୍ ହିଁ ଭରସା ବୋଲି କହିଛନ୍ତି ତାଙ୍କ ପରିବାର। ସେହିପରି ସେହି ଗ୍ରାମର ଗଣପତି ତରାଇଙ୍କ ୪ ପୁଅ ମଧ୍ୟରୁ ୨ ପୁଅ ଶିବାନନ୍ଦ ଓ ବିଶ୍ୱନାଥ ମଧ୍ୟ […] The post ସେନାରେ ୩ ଭାଇ: ଭଗବାନ୍ ହିଁ ଭରସା କହିଲେ ପରିବାର ଲୋକେ appeared first on Dharitri Odia News.
ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ବରପଲ୍ଲୀ ଗ୍ରାମର ଗୋଟିଏ ପରିବାରର ୩ ଭାଇ ସେନାରେ କାର୍ଯ୍ୟରତ ଅଛନ୍ତି। ଗ୍ରାମର ବାଉରୀ ବନ୍ଧୁ ଗୌଡ଼ଙ୍କ ୩ ପୁଅ ଯଥା ପ୍ରେମାନନ୍ଦ, ପ୍ରମୋଦ ଓ ନିତ୍ୟାନନ୍ଦ ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ୱ ହେବ ଭାରତୀୟ ସେନାରେ କାର୍ଯ୍ୟରତ ଅଛନ୍ତି। ଏଭଳି ସ୍ଥିତିରେ ଭଗବାନ୍ ହିଁ ଭରସା ବୋଲି କହିଛନ୍ତି ତାଙ୍କ ପରିବାର। ସେହିପରି ସେହି ଗ୍ରାମର ଗଣପତି ତରାଇଙ୍କ ୪ ପୁଅ ମଧ୍ୟରୁ ୨ ପୁଅ ଶିବାନନ୍ଦ ଓ ବିଶ୍ୱନାଥ ମଧ୍ୟ ସେନାରେ କାର୍ଯ୍ୟରତ ଅଛନ୍ତି। ଉକ୍ତ ପରିବାର ମଧ୍ୟ ଏହି ଯୁଦ୍ଧ ଖବର ଶୁଣି ମର୍ମାହତ। ପିଲାମାନଙ୍କ ତଥା ଦେଶର ମଙ୍ଗଳ ପାଇଁ ପ୍ରତ୍ୟେକ ଦିନ ଠାକୁରଙ୍କୁ ଡାକୁଥିବା ସେ କହିଛନ୍ତି। ଗଞ୍ଜାମ ଅଞ୍ଚଳର ସୀମାନ୍ତ ଅଞ୍ଚଳରେ ସେନାରେ ଥିବା ନାରାୟଣ ତରାଇଙ୍କ ପୁଅ ବିପିନ ତରାଇଙ୍କ ସହ ଫୋନରେ ଯୋଗାଯୋଗ କରିବାରୁ ସେ କେଉଁଠି ଅଛନ୍ତି ସେନେଇ କୌଣସି ସୂଚନା ଦେବାକୁ ତାଙ୍କ କମାଣ୍ଡର ବାରଣ କରିଛନ୍ତି। ତେବେ ଯୁଦ୍ଧ ବିରତି ଘୋଷଣା ହୋଇଥିଲେ ବି ଭୟ ମନରୁ ଯାଇନି ବୋଲି ସେ କହିଛନ୍ତି।
The post ସେନାରେ ୩ ଭାଇ: ଭଗବାନ୍ ହିଁ ଭରସା କହିଲେ ପରିବାର ଲୋକେ appeared first on Dharitri Odia News.