ଚଳନ୍ତା କାର ଉପରକୁ ଚଳାଇଥିଲେ ଗୁଳି: ୬ ଆନ୍ତଃ ଜିଲା ଦୁର୍ବୃତ୍ତଙ୍କୁ ବାନ୍ଧିଲା ପୋଲିସ

ପାଟଣା,୨୦।୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥ ଖିରେଇଟାଙ୍ଗିରି ଟୋଲ ଗେଟ ନିକଟରେ ରବିବାର ଏକ ଚଳନ୍ତା କାର ଉପରକୁ ଦୁର୍ବୃତ୍ତ ଗୁଳିମାଡ଼ କରି ଟଙ୍କା ଲୁଟିନେଇଥିଲେ। ଏହି ଘଟଣାରେ ତୁରୁମଙ୍ଗା ପୋଲିସ ମଙ୍ଗଳବାର ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ବ୍ୟକ୍ତି ହେଉଛନ୍ତି ବାଦାମ ପାହାଡ ଥାନାଟେପଶି ଗ୍ରାମର ସେକ୍‌ ସନୱାଲା, ଟାଉନ ଥାନା ବାଇଗଣପଶିି ଗ୍ରାମର ରାୟ ମୁଣ୍ଡା, କରଞ୍ଜିଆ ଥାନା ଚଢ଼େଇଭୋଳ ଗ୍ରାମର […] The post ଚଳନ୍ତା କାର ଉପରକୁ ଚଳାଇଥିଲେ ଗୁଳି: ୬ ଆନ୍ତଃ ଜିଲା ଦୁର୍ବୃତ୍ତଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.

ଚଳନ୍ତା କାର ଉପରକୁ ଚଳାଇଥିଲେ ଗୁଳି: ୬ ଆନ୍ତଃ ଜିଲା ଦୁର୍ବୃତ୍ତଙ୍କୁ ବାନ୍ଧିଲା ପୋଲିସ

ପାଟଣା,୨୦।୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥ ଖିରେଇଟାଙ୍ଗିରି ଟୋଲ ଗେଟ ନିକଟରେ ରବିବାର ଏକ ଚଳନ୍ତା କାର ଉପରକୁ ଦୁର୍ବୃତ୍ତ ଗୁଳିମାଡ଼ କରି ଟଙ୍କା ଲୁଟିନେଇଥିଲେ।
ଏହି ଘଟଣାରେ ତୁରୁମଙ୍ଗା ପୋଲିସ ମଙ୍ଗଳବାର ୬ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ବ୍ୟକ୍ତି ହେଉଛନ୍ତି ବାଦାମ ପାହାଡ ଥାନାଟେପଶି ଗ୍ରାମର ସେକ୍‌ ସନୱାଲା, ଟାଉନ ଥାନା ବାଇଗଣପଶିି ଗ୍ରାମର ରାୟ ମୁଣ୍ଡା, କରଞ୍ଜିଆ ଥାନା ଚଢ଼େଇଭୋଳ ଗ୍ରାମର ଗୁଲାପ ଅଲ୍ଲିି, ଟାଉନ ଥାନା ଟାଙ୍ଗରପଳଶ ଗ୍ରାମର ଦୀପକ କୁମାର ନାଏକ, ସଦର ଥାନା କେନ୍ଦୁଆ ଗ୍ରାମର ସମୀର ମହାରଣା, ଓ ପବିତ୍ର ମୁଣ୍ଡା।
ସେମାନଙ୍କଠାରୁ ୨ପିସ୍ତଲ, ଏକ କାର, ୮ ଜୀବନ୍ତ ଗୁଳି, ୫ ମୋବାଇଲ, ୧ ବୁଲେଟ, ୨ ବାଇକ୍‌ ସହ ନଗଦ ୯ଶହ ଟଙ୍କା ପୋଲିସ ଜବତ କରିଛି।

ମଝି ରାସ୍ତାରେ  ଚଳନ୍ତା କାର ଉପରକୁ ଦୁର୍ବୃତ୍ତ ଚଳାଇଲେ ଗୁଳି, ପରେ କାର ଭିତରେ ପଶି… 

ଏହି ୬ ଲୁଟେରା ରାଜ୍ୟର ବିଭିନ୍ନ ରାସ୍ତାରେ ଲୁଟ୍‌ କରିବାର ଅନେକ ଥାନାରେ ମାମଲା ରହିଛି ବୋଲି ଏକ ଖବରଦାତା ସମ୍ମିଳନୀରେ ଚାମ୍ପୁଆ ଏସ୍‌ଡିପି ବିଜୟ ମଲ୍ଲିକ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ତୁରୁମୁଙ୍ଗା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି, ପାଟଣା ଥାନାଧିକାରୀ ବିବତ୍ସ ପ୍ରଧାନଙ୍କ ସହ ତୁରୁମୁଙ୍ଗା ଥାନା କର୍ମଚାରୀ ଉପସ୍ଥିତ ଥିଲେ।

The post ଚଳନ୍ତା କାର ଉପରକୁ ଚଳାଇଥିଲେ ଗୁଳି: ୬ ଆନ୍ତଃ ଜିଲା ଦୁର୍ବୃତ୍ତଙ୍କୁ ବାନ୍ଧିଲା ପୋଲିସ appeared first on Dharitri Odia News.