ଭବିଷ୍ୟତରେ ଟିମ୍ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…
ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ ନିଯୁକ୍ତ କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ସିରିଜ ଲାଗି ଟି୨୦ ଅଧିନାୟକ ଏବଂ ରୋହିତଙ୍କୁ ଦିନିକିଆ ସହ ଟେଷ୍ଟ ଟିମ୍ର ନେତୃତ୍ୱ ମିଳିଛି। ରିପୋର୍ଟ ମୁତାବକ, ଶୁଭମନ ଗିଲଙ୍କୁ ବାଲାଂଦେଶ ବିପକ୍ଷ ଆଗାମୀ ଘରୋଇ ଟେଷ୍ଟ ସିରିଜ ଲାଗି ଭାରତୀୟ କ୍ରିକେଟ ଟିମ୍ର ଉପଅଧିନାୟକ କରାଯାଇପାରେ। ଯଦି ସେ ଟେଷ୍ଟରେ […] The post ଭବିଷ୍ୟତରେ ଟିମ୍ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ… appeared first on Dharitri Odia News.
ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ ନିଯୁକ୍ତ କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଏହି ସିରିଜ ଲାଗି ଟି୨୦ ଅଧିନାୟକ ଏବଂ ରୋହିତଙ୍କୁ ଦିନିକିଆ ସହ ଟେଷ୍ଟ ଟିମ୍ର ନେତୃତ୍ୱ ମିଳିଛି।
ରିପୋର୍ଟ ମୁତାବକ, ଶୁଭମନ ଗିଲଙ୍କୁ ବାଲାଂଦେଶ ବିପକ୍ଷ ଆଗାମୀ ଘରୋଇ ଟେଷ୍ଟ ସିରିଜ ଲାଗି ଭାରତୀୟ କ୍ରିକେଟ ଟିମ୍ର ଉପଅଧିନାୟକ କରାଯାଇପାରେ। ଯଦି ସେ ଟେଷ୍ଟରେ ଏହି ଦାୟିତ୍ୱ ତୁଲାନ୍ତି ତେବେ ଭବିଷ୍ୟତରେ ଏକାସହ ୩ ଫର୍ମାଟରେ ଟିମ୍ ଇଣ୍ଡିଆର ଅଧିନାୟକ ହେବାର ସମ୍ଭାବନା ବୃଦ୍ଧି ପାଇବ।
ଭାରତୀୟ ଚୟନକର୍ତ୍ତା ଭବିଷ୍ୟତ ବିଷୟରେ ନିଜର ଯୋଜନା ସ୍ପଷ୍ଟ କରିଛନ୍ତି କାରଣ ସେ ଗିଲଙ୍କୁ ଭାରତର ଭାବି ଅଧିନାୟକ ଭାବେ ଦେଖୁଛନ୍ତି। ରୋହିତଙ୍କ ବୟସ ୩୭ ବର୍ଷ ହୋଇଥିବା ବେଳେ ସେ ଆଉ କିଛି ବର୍ଷ ଖେଳିପାରନ୍ତି। ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ୩୩ ବର୍ଷ ହେଲାଣି, ଅର୍ଥାତ ସେ ଯେବେ ଯାଏ ସନ୍ନ୍ୟାସ ନେବେ, ଗିଲ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବେ। ଏହି ଭୂମିକା ତୁଲାଇବା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଅନୁଭବ ରହିବ।
ନିକଟରେ ଏକ ଖବରଦାତା ସମ୍ମିଳନୀରେ ଅଜିତ ଅଗରକର ଗିଲଙ୍କୁ ଭାରତର ଆଗାମୀ ଉପଅଧିନାୟକ କରିବା ପଛର ନିଜ ଯୋଜନା ବିଷୟରେ କହିଥିଲେ। ସେ କହିଥିଲେ ଯେ ଗିଲ ଏଭଳି ଜଣେ ଖେଳାଳି ଯାହାଙ୍କୁ ଆମେ ୩ ଫର୍ମାଟର ଖେଳାଳି ଭାବୁ। ଗତ ୧ ବର୍ଷ ଧରି ସେ ଅନେକ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଏଣୁ ଏଭଳି ଜଣେ ଖେଳାଳିଙ୍କୁ ଦଳରେ ରଖିବାକୁ ଚାହୁଁଥିଲୁ ଯିଏ ଟିମ୍ରେ ଥିବା କିଛି ବରିଷ୍ଠ ଖେଳାଳିଙ୍କଠାରୁ ଶିଖିପାରିବେ। ସୂର୍ଯ୍ୟକୁମାର ଦଳରେ ଅଛନ୍ତି, ରୋହିତ ଏବେ ବି ଅଛନ୍ତି। ଆଗକୁ ଆମେ ହଠାତ ନୂଆ ଅଧିନାୟକ ଖୋଜିବା ଭଳି ଚ୍ୟାଲେଞ୍ଜ ସାମ୍ନା କରିବାକୁ ଚାହୁଁନା ବୋଲି ସେ କହିଥିଲେ।
The post ଭବିଷ୍ୟତରେ ଟିମ୍ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ… appeared first on Dharitri Odia News.