କେନ୍ଦୁଝର ସହରରେ ଯୁବତୀଙ୍କ ତଣ୍ଟିକାଟି ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତର ମୃତଦେହ ରେଳ ଧାରଣାରୁ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ସହରରେ ଯୁବତୀଙ୍କ ତଣ୍ଟିକାଟି ହତ୍ୟା ଘଟଣା  । ମୁଖ୍ୟ ଅଭିଯୁକ୍ତ ଅଜୟ ସାହୁର ମୃତଦେହ ଝାରସୁଗୁଡ଼ା ରେଳ ଧାରଣାରୁ ଉଦ୍ଧାର  । ଗତ ଶୁକ୍ରବାର ଦିନ କେନ୍ଦୁଝର ଟାଉନ ଥାନା ପବିତ୍ର ଡିହା ବରାଳ ଲଜ ଗଳିରେ ଭଡାରେ ରହୁଥିବା ରବୀନ୍ଦ୍ର ବେହେରାଙ୍କ ବଡ଼ ଝିଅ ମନୋରମା ବେହେରାଙ୍କ ତଣ୍ଟି କାଟି କେହି ଦୁବୃର୍ତ୍ତ ଫେରାର ହୋଇଯାଇଥିଲା  । ଘଟଣାରେ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ  ।  ସିସିଟିଭି ଫୁଟେଜ […] The post କେନ୍ଦୁଝର ସହରରେ ଯୁବତୀଙ୍କ ତଣ୍ଟିକାଟି ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତର ମୃତଦେହ ରେଳ ଧାରଣାରୁ ଉଦ୍ଧାର appeared first on KNews Odisha.

କେନ୍ଦୁଝର ସହରରେ ଯୁବତୀଙ୍କ ତଣ୍ଟିକାଟି ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତର ମୃତଦେହ ରେଳ ଧାରଣାରୁ ଉଦ୍ଧାର
sp

କେନ୍ଦୁଝର : କେନ୍ଦୁଝର ସହରରେ ଯୁବତୀଙ୍କ ତଣ୍ଟିକାଟି ହତ୍ୟା ଘଟଣା  । ମୁଖ୍ୟ ଅଭିଯୁକ୍ତ ଅଜୟ ସାହୁର ମୃତଦେହ ଝାରସୁଗୁଡ଼ା ରେଳ ଧାରଣାରୁ ଉଦ୍ଧାର  । ଗତ ଶୁକ୍ରବାର ଦିନ କେନ୍ଦୁଝର ଟାଉନ ଥାନା ପବିତ୍ର ଡିହା ବରାଳ ଲଜ ଗଳିରେ ଭଡାରେ ରହୁଥିବା ରବୀନ୍ଦ୍ର ବେହେରାଙ୍କ ବଡ଼ ଝିଅ ମନୋରମା ବେହେରାଙ୍କ ତଣ୍ଟି କାଟି କେହି ଦୁବୃର୍ତ୍ତ ଫେରାର ହୋଇଯାଇଥିଲା  ।

ଘଟଣାରେ ଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ  ।  ସିସିଟିଭି ଫୁଟେଜ ଓ ସାଇନ୍ଟିଫିକ ଟିମର ଯାଞ୍ଚ ପରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲାର ଅଜୟ ସାହୁ ବୋଲି ଜାଣିବାକୁ ମିଳିଥିଲା ।  ହତ୍ୟାକାଣ୍ଡ ଘଟାଇବା ପରେ ଅଜୟ ସାହୁ ଫେରାର ରହିଥିଲା । ପୋଲିସ ୬ଟି ସ୍ପେଶାଲ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା  ।  ଗତ ୪ ତାରିଖରେ ଝାରସୁଗଡା ରେଳ ଧାରଣାରୁ ଉଦ୍ଧାର ହୋଇଥିବା ମୃତଦେହ ଅଜୟ ସାହୁର ବୋଲି ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି କେନ୍ଦୁଝର ଏସପି  ।

The post କେନ୍ଦୁଝର ସହରରେ ଯୁବତୀଙ୍କ ତଣ୍ଟିକାଟି ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତର ମୃତଦେହ ରେଳ ଧାରଣାରୁ ଉଦ୍ଧାର appeared first on KNews Odisha.