ଧରାପଡ଼ିଲେ ଆନ୍ତଃରାଜ୍ୟ ସାଇବର ଠକ, ନଗଦ ୨ ଲକ୍ଷ ଟଙ୍କା ଜବତ
କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ସାଇବର ପୋଲିସ ଦ୍ୱାରା ସୋମବାର ଜଣେ ଆନ୍ତଃରାଜ୍ୟ ସାଇବର ଠକକୁ ଗିରଫ କରାଯିବା ସହ ତାଙ୍କ ଠାରୁ ନଗଦ ୨ ଲକ୍ଷ ଟଙ୍କା୧୦ ଟି ଚେକ୍ ବୁକ୍ ଓ ଗୋଟିଏ ମୋବାଇଲ ଜବତ କରିଥିବା ସୋମବାର ସ୍ଥାନୀୟ ଏସ୍ପି କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଆୟୋଜିତ ଏକ ଖବରଦାତା ସମିଳନୀରେ ଅତିରିକ୍ତ ଏସ୍ପି ମନବ୍ରତା ଶତପଥୀ ସୂଚନା ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ ଅବତାବ ଅଲ୍ଲୀ (୨୨)ଙ୍କୁ ଝାଡ଼ଖଣ୍ଡ ରାଜ୍ୟର ରାଧାନଗର ଥାନା ଅଞ୍ଚଳରୁ କୋରାପୁଟ […] The post ଧରାପଡ଼ିଲେ ଆନ୍ତଃରାଜ୍ୟ ସାଇବର ଠକ, ନଗଦ ୨ ଲକ୍ଷ ଟଙ୍କା ଜବତ appeared first on Dharitri Odia News.
କୋରାପୁଟ,୧୦ା୨(ଅମିତାଭ ବେହେରା): କୋରାପୁଟ ସାଇବର ପୋଲିସ ଦ୍ୱାରା ସୋମବାର ଜଣେ ଆନ୍ତଃରାଜ୍ୟ ସାଇବର ଠକକୁ ଗିରଫ କରାଯିବା ସହ ତାଙ୍କ ଠାରୁ ନଗଦ ୨ ଲକ୍ଷ ଟଙ୍କା୧୦ ଟି ଚେକ୍ ବୁକ୍ ଓ ଗୋଟିଏ ମୋବାଇଲ ଜବତ କରିଥିବା ସୋମବାର ସ୍ଥାନୀୟ ଏସ୍ପି କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଆୟୋଜିତ ଏକ ଖବରଦାତା ସମିଳନୀରେ ଅତିରିକ୍ତ ଏସ୍ପି ମନବ୍ରତା ଶତପଥୀ ସୂଚନା ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ ଅବତାବ ଅଲ୍ଲୀ (୨୨)ଙ୍କୁ ଝାଡ଼ଖଣ୍ଡ ରାଜ୍ୟର ରାଧାନଗର ଥାନା ଅଞ୍ଚଳରୁ କୋରାପୁଟ ସାଇବର ପୋଲିସ ଧରିବାରେ ସଫଳ ହୋଇଛି।
ମିଳିଥିବା ସୂଚନାନୁଯାୟୀ, କୋରାପୁଟ ରେଲଓ୍ବେ ବିଭାଗରେ କାର୍ଯ୍ୟରତ ଭରତ ଭୂଷଣ ବର୍ଗେ (୩୧)ଙ୍କ ଠାରୁ ପର୍ଯ୍ୟକ୍ରମେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେବା ନେଇ କୋରାପୁଟ ସାଇବର ଥାନାରେ ଏତଲା ଦେଇଥିଲେ। ଏତଲାକୁ ଆଧାରକରି କୋରାପୁଟ ସାଇବର ପୋଲିସ ୧୩/୨୦୨୪ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲେ।
The post ଧରାପଡ଼ିଲେ ଆନ୍ତଃରାଜ୍ୟ ସାଇବର ଠକ, ନଗଦ ୨ ଲକ୍ଷ ଟଙ୍କା ଜବତ appeared first on Dharitri Odia News.