Tension rises at India-Pakistan border: ସୀମାରେ ବଢୁଛି ଉତ୍ତେଜନା, ପାକିସ୍ତାନ ପକ୍ଷରୁ ଲଗାତାର ଡ୍ରୋନ ଆକ୍ରମଣ
ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତ ଉପରେ ଡ୍ରୋନ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ପାକିସ୍ତାନ ପୁଣି ଥରେ ଏଲଓସିରେ ଗୁଳିମାଡ଼ ଆରମ୍ଭ ହୋଇଥିବା ବେଳେ ଡ୍ରୋନ ଆକ୍ରମଣ ମଧ୍ୟ ଜୋରଦାର ହୋଇଛି। ଜମ୍ମୁର ଅନେକ ସ୍ଥାନରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ପ୍ରତିରକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜମ୍ମୁ, ସାମ୍ବା, ପଠାନକୋଟ ସେକ୍ଟରରେ ପାକିସ୍ତାନୀ ଡ୍ରୋନ ଆକ୍ରମଣ ଦେଖାଯାଇଥିଲା।