ରତ୍ନଭଣ୍ଡାରରୁ ବାହାରିଲେ ଗଜପତି, କହିଲେ ସଂଧ୍ୟାସୁଦ୍ଧା ସ୍ଥାନାନ୍ତର ସାରିବାକୁ ପ୍ରୟାସ
ପୁରୀ ୧୮/୦୭: ସଂଧ୍ୟା ସୁଦ୍ଧା ସରିବ ରତ୍ନ ସ୍ଥାନାନ୍ତର ପ୍ରକ୍ରିୟା । ଯଦି ପ୍ରଭୁ ଚାହାଁନ୍ତି ତେବେ ନିଶ୍ଚୟ ଶୀଘ୍ର କାର୍ଯ୍ୟ ସମାପନ ହୋଇଯିବ ବୋଲି ଆଶା ଅଛି । ଭିତର ରତ୍ନଭଣ୍ଡାରରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରଜା ଦିବ୍ୟସିଂହ ଦେବ । ସେ କହିଛନ୍ତି ମୋ ଉପସ୍ଥିତିରେ ରତ୍ନ ଭଣ୍ଡାରରେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସବୁ ଗହଣାକୁ ସ୍ଥାନାନ୍ତର କରାଯାଇ ଖଟଶେଯ ଘରେ ରଖାଯିବ । ଖଟଶେଯ ଘରେ ମୂଲ୍ୟବାନ ଗହଣା ସବୁକୁ ରଖାଯିବ । ସେ ଘରେ ତାଲା ମାରି ସିଲ୍ କରାଯାଇ ରଖାଯିବ । ସେ ଆହୁରି ରତ୍ନ ଭଣ୍ଡାରର ମରାମତି ନିହାତି ଆବଶ୍ୟକ । କାରଣ ଭିତରର ଅବସ୍ଥା ଏତେଟା ଭଲ ନାହିଁ । କାରଣ ପୂର୍ବରୁ ମରାମତି ହୋଇଛି କି ନାହିଁ ତାହା ଜଣାନାହିଁ । ତେବେ ଅଳଙ୍କାର ସ୍ଥାନାନ୍ତର ପରେ ମରାମତି କାମ ଆରମ୍ଭ ହେବ । ଏହାପରେ ଯାଇଁ ଅଳଙ୍କାରର ଗମତି ମମତି କରାଯିବ । ଆଜିକାଲିକା ଜିଟିଟାଲ ପଦ୍ଧତିରେ ସବୁ ଅଳଙ୍କାରର ଗଣତି ସହ ମଣତି କରାଯିବ । ଏଥିସହ ବାହାର ରତ୍ନଭଣ୍ଡାର ଅଳଙ୍କାରକୁ ଚାଙ୍ଗଡା ଘର ଓ ଫୁଲ ଘରେ ରଖାଯାଇଛି । ସମସ୍ତ ଅଳଙ୍କାର ସିସିଟିଭି ନଜରରେ ରହିଛି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି ।ଅନ୍ୟପଟେ ଗଜପତି ମହାରାଜା ଆହୁରି ମଧ୍ୟ କହିଛନ୍ତି ଯେ, ରତ୍ନ ଅଳଙ୍କାର ସ୍ଥାନାନ୍ତର ପରେ ଶେଜଘରେ ତାଲା ପଡିବ । ଆଉ ନିୟମ ମୁତାବକ, ଏହାର ଚାବି ସରକାରୀ ଟ୍ରେଜେରୀରେ ରହିବ । ବାହାର ଓ ଭିତର ରତ୍ନଭଣ୍
ପୁରୀ ୧୮/୦୭: ସଂଧ୍ୟା ସୁଦ୍ଧା ସରିବ ରତ୍ନ ସ୍ଥାନାନ୍ତର ପ୍ରକ୍ରିୟା । ଯଦି ପ୍ରଭୁ ଚାହାଁନ୍ତି ତେବେ ନିଶ୍ଚୟ ଶୀଘ୍ର କାର୍ଯ୍ୟ ସମାପନ ହୋଇଯିବ ବୋଲି ଆଶା ଅଛି । ଭିତର ରତ୍ନଭଣ୍ଡାରରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରଜା ଦିବ୍ୟସିଂହ ଦେବ । ସେ କହିଛନ୍ତି ମୋ ଉପସ୍ଥିତିରେ ରତ୍ନ ଭଣ୍ଡାରରେ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ସବୁ ଗହଣାକୁ ସ୍ଥାନାନ୍ତର କରାଯାଇ ଖଟଶେଯ ଘରେ ରଖାଯିବ । ଖଟଶେଯ ଘରେ ମୂଲ୍ୟବାନ ଗହଣା ସବୁକୁ ରଖାଯିବ । ସେ ଘରେ ତାଲା ମାରି ସିଲ୍ କରାଯାଇ ରଖାଯିବ । ସେ ଆହୁରି ରତ୍ନ ଭଣ୍ଡାରର ମରାମତି ନିହାତି ଆବଶ୍ୟକ । କାରଣ ଭିତରର ଅବସ୍ଥା ଏତେଟା ଭଲ ନାହିଁ । କାରଣ ପୂର୍ବରୁ ମରାମତି ହୋଇଛି କି ନାହିଁ ତାହା ଜଣାନାହିଁ ।
ତେବେ ଅଳଙ୍କାର ସ୍ଥାନାନ୍ତର ପରେ ମରାମତି କାମ ଆରମ୍ଭ ହେବ । ଏହାପରେ ଯାଇଁ ଅଳଙ୍କାରର ଗମତି ମମତି କରାଯିବ । ଆଜିକାଲିକା ଜିଟିଟାଲ ପଦ୍ଧତିରେ ସବୁ ଅଳଙ୍କାରର ଗଣତି ସହ ମଣତି କରାଯିବ । ଏଥିସହ ବାହାର ରତ୍ନଭଣ୍ଡାର ଅଳଙ୍କାରକୁ ଚାଙ୍ଗଡା ଘର ଓ ଫୁଲ ଘରେ ରଖାଯାଇଛି । ସମସ୍ତ ଅଳଙ୍କାର ସିସିଟିଭି ନଜରରେ ରହିଛି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି ।
ଅନ୍ୟପଟେ ଗଜପତି ମହାରାଜା ଆହୁରି ମଧ୍ୟ କହିଛନ୍ତି ଯେ, ରତ୍ନ ଅଳଙ୍କାର ସ୍ଥାନାନ୍ତର ପରେ ଶେଜଘରେ ତାଲା ପଡିବ । ଆଉ ନିୟମ ମୁତାବକ, ଏହାର ଚାବି ସରକାରୀ ଟ୍ରେଜେରୀରେ ରହିବ । ବାହାର ଓ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପରେ ଏହାର ସ୍କାନିଂ କରାଯିବ । ଏହାପରେ ରତ୍ନଭଣ୍ଡାରକୁ ଏଏସଆଇକୁ ହସ୍ତାନ୍ତର କରାଯିବ । ଏଏସଆଇ ଏହାପରେ ଯାଇ ରତ୍ନଭଣ୍ଡାରର ମରାମତି କରିବ । ମରାମତି ସମୟରେ ଭକ୍ତଙ୍କ ଦର୍ଶନରେ କୌଣସି ଅସୁବିଧା ହେବନି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି ।